ନୂଆବର୍ଷରେ ବଲିଉଡ୍ ସେଲିବ୍ରିଟିମାନେ ଫ୍ୟାନମାନଙ୍କୁ ଶୁଭକାମନା ଜଣାଉଛନ୍ତି। ଅଭିନେତ୍ରୀ ସୋନମ୍ କପୁର ମଧ୍ୟ ପୁରୁଣା ବର୍ଷକୁ ମନେ ପକାଇ ଏକ ରୋମାଣ୍ଟିକ୍ ଭିଡିଓ ଶେୟାର କରିଛନ୍ତି। ଭିଡିଓରେ ସୋନମ୍ ସ୍ୱାମୀ ଆନନ୍ଦ ଆହୁଜାଙ୍କ ସହିତ ଲିପ୍ଲକ୍ କରୁଥିବାର ନଜର ଆସିଛନ୍ତି। ଭିଡିଓଟି ଇଟାଲିର। ସୋସିଆଲ ମିିଡିଆରେ ଉଭୟଙ୍କ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି।
ଲିପ୍ଲକ ଭିଡିଓ ଶେୟାର କରି ସୋନମ୍ ଲେଖିଛନ୍ତି, ‘ଗତବର୍ଷ ଖୁବ୍ ବଢ଼ିଆ ଥିଲା। ମୁଁ ବହୁତ ଭଲ ଫିଲ୍ମରେ କାମ କରିଥିଲି। କେତେଜଣ ଚମକପ୍ରଦ ଲୋକ ମିଳିଥିଲେ, ଯେଉଁମାନେ ସାରା ଜୀବନ ପାଇଁ ସାଙ୍ଗ ବନିଗଲେ। ମୁଁ ମୋ ଭଉଣୀ ରିୟା କପୁରଙ୍କ ସହିତ ୩ଟି ଫିଲ୍ମ କରିଥିଲି। ଏଥିରୁ ବୁଝାପଡ଼ିଲା ଯେ ଭଉଣୀ ଭଲ ପାର୍ଟନର ହୋଇଥାଏ’।
ସେ ଆହୁରି ମଧ୍ୟ ଲେଖିଥିଲେ, ‘ମୁଁ ମୋ ସୋଲ୍ମେଟ ସହ ମିଶିଥିଲି। ଆମେ ବିବାହ କଲୁ ଏବଂ ଆମ ସଂସାର ଗଢ଼ିଲୁ। କିନ୍ତୁ ୨୦୧୯ରେ ମୋତେ ଅଧିକାଂଶ ଜଣ ଏହା ଶିଖାଇଲେ ଯେ ଜୀବନରେ ଅନେକ ରାସ୍ତା ଅଛି। ଏହାସହ କେବଳ ଗୋଟିଏ ରାସ୍ତା ଅଛି, ଯାହାକୁ ଆମକୁ ଠିକ୍ ଉଦ୍ଦେଶ୍ୟରେ ପୂରଣ କରିବାକୁ ହେବ। ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ’।