ସୋନମ କପୁରଙ୍କୁ ପରିହାସ କରିବାରୁ ରାଗିଲେ ପତି ଆନନ୍ଦ, ୟୁଟୁବରଙ୍କୁ ପଠାଇଲେ ଲିଗାଲ ନୋଟିସ୍‌

ଏବେ କିନ୍ତୁ ସୋନମ ପତି ଆନନ୍ଦ ଆହୁଜାଙ୍କ ପାଇଁ ଚର୍ଚ୍ଚାରେ । କାରଣ ଆନନ୍ଦ ଆହୁଜା କିଛି ଦିନ ତଳେ ଜଣେ ୟୁଟୁବର ରାଗିଣୀଙ୍କୁ ଲିଗାଲ ନୋଟିସ ପଠାଇଥିଲେ ।

ବଲିଉଡ ଅଭିନେତ୍ରୀ ସୋନମ କପୁର ଆଜିକାଲି ଫିଲ୍ମ ଅପେକ୍ଷା ସୋସିଆଲ ମିଡିଆରେ ଅଧିକ ସକ୍ରିୟ ଥିବା ଦେଖାଯାଇଛି । ଅଭିନେତ୍ରୀ ନିଜ ବ୍ୟକ୍ତିଗତ ଜୀବନର ମୁହୂର୍ତ୍ତକୁ ନେଇ ଲାଇମ ଲାଇଟରେ ରହୁଛନ୍ତି । ଏବେ କିନ୍ତୁ ସୋନମ ପତି ଆନନ୍ଦ ଆହୁଜାଙ୍କ ପାଇଁ ଚର୍ଚ୍ଚାରେ । କାରଣ ଆନନ୍ଦ ଆହୁଜା କିଛି ଦିନ ତଳେ ଜଣେ ୟୁଟୁବର ରାଗିଣୀଙ୍କୁ ଲିଗାଲ ନୋଟିସ ପଠାଇଥିଲେ ।

ମାତ୍ର ୭ ହଜାର ଫଲୋର୍ସ ଥିବା ଏହି ୟୁଟୁବର କୁଆଡେ ଆହୁଜା ଓ ତାଙ୍କ ପତ୍ନୀ ସୋନମଙ୍କ ପ୍ରତିଛବି ଖରାପ କରିଥିଲେ ବୋଲି ଅଭିଯୋଗ କରିଥିଲେ ଆହୁଜା । ହେଲେ ଆହୁଜାଙ୍କ ଲିଗାଲ ନୋଟିସ ପରେ ରାଗିଣୀଙ୍କ ଫଲୋର୍ସ ସଂଖ୍ୟା ହୁହୁ ହୋଇ ବଢ଼ୁଥିବା ଦେଖାଯାଇଛି । ଆହୁଜାଙ୍କ ଲିଗାଲ ନୋଟିସ ପାଇବା ପରେ ୟୁଟୁବର ରାଗିଣୀ ପୁଣି ଥରେ ଉକ୍ତ ସେଲିବ୍ରେଟି ଦମ୍ପତିଙ୍କ ମଜା ଉଡାଇଛନ୍ତି ।

କିଛି ମାସ ତଳେ ସୋନମ କପୁର ପବ୍ଲିକରେ ଦେଇଥିବା ଏକ ବୟାନକୁ ନେଇ ରାଗିଣୀ ତାଙ୍କର ମଜାକ ଉଡାଇଥିଲେ । ଯାହାକି ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଫଳରେ ଆହୁଜା ଏଥିରେ ରାଗିଯାଇ ରାଗିଣୀଙ୍କୁ ଏକ ଲିଗାଲ ନୋଟିସ ପଠାଇଥିଲେ । ଏଥିରେ ଆହୁଜା ଲେଖିଥିଲେ ଯେ ତାଙ୍କ ପାଇଁ ତାଙ୍କର ଓ ତାଙ୍କ ପରିବାରର ସମ୍ମାନ ହାନୀ ହୋଇଛି ।

ଏହି ନୋଟିସ ପାଇବା ପରେ ରାଗିଣୀ ପୁଣି ଉକ୍ତ ସେଲିବ୍ରେଟି ଦମ୍ପତିଙ୍କ ଗୋଡ ଟାଣିବା ଆରମ୍ଭ କରିଥିଲେ । ରାଗିଣୀ ପୁଣି ଲିଗାଲ ନୋଟିସ ଉପରେ ନିଜର ପ୍ରତିକ୍ରିୟାରେ ଲେଖିଥିଲେ ‘ବ୍ରୋ ହାଜ ଲଷ୍ଟ ହିଜ ମାଇଣ୍ଡ ଓଭର ଓ୍ଵାନ ଭିଡିଓ ’ । ଏହାକୁ ଦେଖି ୟୁଜର୍ସ ଆହୁଜାଙ୍କୁ ଖୁବ୍‌ ଟ୍ରୋଲ କରିଥିଲେ । ଶେଷରେ ସୋସିଆଲ ମିଡିଆରୁ ଉକ୍ତ ଲିଗାଲ ନୋଟିସ ଡିଲିଟ ହୋଇ ଯାଇଥିଲା ।

ଏହା ପରେ ମଧ୍ୟ ଜଣେ ୟୁଜର୍ସ କମେଣ୍ଟରେ ଲେଖିଥିଲେ ‘ଡିଲିଟ୍‌ ମତ କରୋ, ଆପଣ ଏହି ୧୨ ମିନିଟରେ ସୋନମ କପୁରଙ୍କ ଠାରୁ ଅଧିକ ବିଜ୍ଞତା ଦେଖାଇଛନ୍ତି ।
ଆଉ ଜଣେୟୁଜର୍ସ ଲେଖିଥିଲେ ‘କଫି ଓ୍ଵିଥ କରଣରେ ସୋନମ ନିଜକୁ ଆଇକନ କହିଥିଲେ, ଯେଉଁଠି ନିଜ ପିତା ମଧ୍ୟ ହସି ପକାଇଥିଲେ । ପ୍ରକାଶଯୋଗ୍ୟ ଯେ ସୋନମ କରଣଙ୍କ ଶୋ’ରେ କହିଥିଲେ ଲୋକେ ୪୦ ଓ ୫୦ ବର୍ଷ ବୟସ ପାର ହେବା ପରେ ଆଇକନ ହେଉଛନ୍ତି, ହେଲେ ମୁଁ ଏହି କମ୍‌ ବୟସରେ ଆଇକନ ହେଇଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.