Below header

ଅଭିନେତ୍ରୀ ସୋନାଲି ଶେଗଲଙ୍କୁ ଦ୍ୱିତୀୟ ଥର କୋଭିଡ୍‌, ସୋସିଆଲ ମିଡିଆରେ କହିଲେ, ‘କୁକୁରଠାରୁ ବ୍ୟାପେ ନାହିଁ କରୋନା’

ଅଭିନେତ୍ରୀ ସୋନାଲି ଶେଗଲ କରୋନାରେ ସଂକ୍ରମିତ ହୋଇଛନ୍ତି। ଏହି ସୂଚନା ସେ ନିଜେ ସୋସିଆଲ ମିଡିଆରେ ପୋଷ୍ଟ୍‍ ସେୟାର କରି ଦେଇଛନ୍ତି। ଏଥିରେ ସୋନାଲି କହିଛନ୍ତି କି, ସେ ଆଇସୋଲେସନରେ ଅଛନ୍ତି ଏବଂ ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ଏଥି ସହିତ ସୋନାଲି ଗତ କିଛିଦିନ ଭିତରେ ତାଙ୍କ ସମ୍ପର୍କରେ ଆସିଥିବା ଲୋକମାନଙ୍କୁ ତୁରନ୍ତ କୋଭିଡ୍‌ ଟେଷ୍ଟ୍‍ କରାଇ ନେବାକୁ ଅପିଲ୍‌ ମଧ୍ୟ କରିଛନ୍ତି।

ସୋନାଲି ନିଜର ଦୁଇଟି ଫଟୋ ସେୟାର କରି ଲେଖିଛନ୍ତି, ‘୨ ବର୍ଷ ତଳେ କରୋନା ଭାଇରସ୍‌ କବଳରେ ଆସିବା ପରେ ଏବେ ମୁଁ ପୁଣିଥରେ ଆଇସୋଲେସନରେ ଅଛି। ଏହି ମେସେଜ୍‌ ଜଣାଇ ଦେଉଛି କି, କେଉଁଭଳି ଭାବେ କୋଭିଡ୍‌ ପୁଣିଥରେ ଆମ ଜୀବନରେ ପଶିଛି। ଏଥିପାଇଁ ଆପଣ ସମସ୍ତେ ମାସ୍କ ପିନ୍ଧନ୍ତୁ। ଏହି ଲଢ଼େଇ ଏବେ ଆହୁରି ଲମ୍ବା ହୋଇପାରେ। କିନ୍ତୁ ଏହି ଲଢ଼େଇକୁ ଆମେ ଜିତିବୁ। ଶକ୍ତିଶାଳୀ ହୁଅନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ’।

ସୋନାଲି ଆହୁରି କହିଥିଲେ ଯେ ‘କୁକୁରମାନଙ୍କର ଭଲ ପାଇବା ଆପଣଙ୍କୁ ବହୁତ ଜଲ୍‌ଦି ଠିକ୍‌ କରାଇବାରେ ସାହାଯ୍ୟ କରିବ। ଏହା ବ୍ୟତୀତ କହୁଛି କି, କୁକୁରମାନେ କରୋନା ବିସ୍ତାର କରନ୍ତି ନାହିଁ’। କହି ରଖୁଛୁ, ସୋନାଲି ଶେଗଲଙ୍କ ପୂର୍ବରୁ ନିକଟରେ ଶାହରୁଖ ଖାନ, କ୍ୟାଟ୍ରିନା କୈଫ୍‌, କାର୍ତ୍ତିକ ଆର୍ଯ୍ୟନ, ଆଦିତ୍ୟ ରୟ କପୁର, ଅକ୍ଷୟ କୁମାର କୋଭିଡ୍‌ ପଜିଟିଭର ଶିକାର ହୋଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.