ମାଉଣ୍ଟେନମ୍ୟାନ ଦଶରଥ ମାଂଝୀଙ୍କ ପରିବାରକୁ ସାହାଯ୍ୟ କରିବାକୁ ଆଗେଇ ଆସିଲେ ସୋନୁ ସୁଦ, ଆଉ କହିଲେ ‘ଆଜିଠାରୁ ସବୁ ଦୁଃଖ ଶେଷ’

ବଲିଉଡ ଅଭିନେତା ସୋନୁ ସୁଦ ଏହି କରୋନା ସମୟରେ ଅସହାୟ ଲୋକଙ୍କୁ ଯେଉଁପରି ଭାବେ ସାହାଯ୍ୟ କରିଛନ୍ତି ସେଥିପାଇଁ ସମସ୍ତେ ତାଙ୍କର ପ୍ରଶଂସା କରୁଛନ୍ତି । ଲକଡାଉନ ସମୟରେ ହଜାର ହଜାର ଲୋକଙ୍କୁ ତାଙ୍କ ଘରକୁ ନେବା ପରେ, ବର୍ତ୍ତମାନ ସେ କରୋନା ଯୋଗୁଁ ନିଜର ଧନ୍ଦା ହରାଇ ବସିଥିବା ବେରୋଜଗାର ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ।

ସୋନୁ ସୁଦ ନିକଟରେ ଘୋଷଣା କରିଥିଲେ ଯେ ଲକଡାଉନରେ ଆହତ କିମ୍ବା ମୃତ୍ୟୁବରଣ କରିଥିବା ପ୍ରବାସୀ ଶ୍ରମିକଙ୍କ ଘରଖର୍ଚ୍ଚ ସେ ଉଠାଇବେ । ବର୍ତ୍ତମାନ ସୋନୁ ସୁଦ ମାଉଣ୍ଟମ୍ୟାନ୍ କୁହାଯାଉଥିବା ଦଶରଥ ମାଂଝୀଙ୍କ ପରିବାରକୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି । ତେବେ ଅଭିନେତା ଜଣକ ଏକ ଟ୍ୱିଟକୁ ରିଟ୍ୱିଟ କରି ଏ ବିଷୟରେ ସୂଚନା ଦେଇଛନ୍ତି ।


ସୂଚନା ଅନୁଯାୟୀ ଗତ କିଛି ଦିନ ହେବ ଖବର ଆସିଛି ଯେ ଦଶରଥ ମାଂଝୀଙ୍କ ପରିବାରର ଲୋକମାନେ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି । ଏହି ଖବରର ଏକ ପେପର କଟିଙ୍ଗକୁ ଟୁଇଟ୍ କରି ଜଣେ ୟୁଜର ସାହାଯ୍ୟ ପାଇଁ ସୋନୁ ସୁଦଙ୍କୁ ଅନୁରୋଧ କରିଥିଲେ । ଏହାର ଜବାବରେ ସୋନୁ ସେହି ପୋଷ୍ଟକୁ ରିଟୁଇଟ୍ କରି କହିଛନ୍ତି ଯେ “ଆଜିଠାରୁ ସବୁ ଦୁଃଖ ଶେଷ, ଆଜି ଭିତରେ ହିଁ ହୋଇଯିବ ଭାଇ” ।

जानें पहाड़ तोड़ने वाले शख्‍स दशरथ ...ସୂଚନା ଅନୁଯାୟୀ ଦଶରଥ ମାଂଝୀ ନିଜ ପତ୍ନୀଙ୍କ ପ୍ରେମରେ ଏକା ଏକା ବିଶାଳ ପର୍ବତକୁ କାଟି ରାସ୍ତା ତିଆରି କରିଥିଲେ । ତାଙ୍କ ଉପରେ ଏକ ଫିଲ୍ମ ‘ମାଂଝୀ: ଦ ମାଉଣ୍ଟେନମ୍ୟାନ’ ମଧ୍ୟ କରାଯାଇଥିଲା ଯେଉଁଥିରେ ନୱାଜୁଦ୍ଦିନ ସିଦ୍ଦିକି ଏବଂ ରାଧିକା ଆପ୍ଟେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।

Manjhi The Mountain Man Movie Rating | Manjhi The Mountain Man ...

ଦଶରଥ ମାଂଝୀ ବିହାରର ଗୟା ଜିଲ୍ଲାର ବାସିନ୍ଦା ଥିଲେ, ତାଙ୍କ ପରିବାର ଏବେ ମଧ୍ୟ ଗାଁରେ ଦାରିଦ୍ର୍ୟ ମଧ୍ୟରେ ଜୀବନ ବିତାଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.