Below header

କପିଲଙ୍କ ସୋ ପାଇଁ ସୁନିଲଙ୍କୁ ଶକ୍ତ ଝଟକା, ବନ୍ଦ ହୋଇପାରେ କାନପୁର ବାଲେ ଖୁରାନିଆ

ମୁମ୍ବାଇ : ଏହାକୁ ଭାଗ୍ୟର ଖେଳ ହିଁ କୁହାଯାଇପାରିବ। ଗୋଟିଏ ପଟେ କପିଲଙ୍କ ସୋ ଟେଲିଭିଜନରେ ସବୁଠାରୁ ଅଧିକ ରେଟିଂରେ ରହିଥିବା ବେଳେ ତାଙ୍କର ପ୍ରତିଦ୍ବନ୍ଦୀ ସୁନିଲ ଗୌଭରଙ୍କ ସୋ କାନପୁର ବାଲେ ଖୁରାନିଆର ବନ୍ଦ ହେବା ଉପରେ ।

କିଛି ଦିନ ପୂର୍ବେ ଭାରତ ଫିଲ୍ମରେ ବ୍ୟସ୍ତ ରହିବା କାରଣରୁ ସୁନିଲ ତାଙ୍କ କମେଡ଼ି ସୋ କାନପୁର ବାଲେ ଖୁରାନାରେ ଆଉ କାମ କରିପାରିବେ ନାହିଁ ଶୁଣିବାକୁ ମିଳିଥିଲା। ଏବେ ସେହି କଥା ଆହୁରି ଆଗକୁ ବଢ଼ିଛି। ନିକଟରେ ଏକ ମଡିଆ ସହ କଥାବାର୍ତ୍ତା ସମୟରେ ସୁନିଲ କହିଛନ୍ତି, ମୁଁ କେବଳ ୮ ସପ୍ତାହ ପାଇଁ ଏହି କମେଡି ସୋ ସାଇନ୍ କରିଥିଲି।


କାରଣ ଏହାପରେ ମତେ ଭାରତ ଫିଲ୍ମର ସୁଟିଂରେ କାମ କରିବାକୁ ପଡ଼ିବ। ତେବେ ସୋ ଆରମ୍ଭ ହେବା ସମୟରେ ହିଁ ଏହା ବିଷୟରେ ସୁନିଲ ଖୋଲାଖୋଲି ସମସ୍ତଙ୍କୁ କହିଦେଇଥିଲେ। ଏନେଇ ଏବେ ସୁନିଲ ତାଙ୍କ ସୋକୁ ପଛରେ ପକାଇ ଭାରତର ସୁଟିଂରେ ବ୍ୟସ୍ତ ହୋଇଯାଇଛନ୍ତି। ଏନେଇ ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟରେ ମଧ୍ୟ ଉଲ୍ଲେଖ କରଇଛନ୍ତି ସୁନିଲ।


ଅପରପକ୍ଷରେ ସୋ ବନ୍ଦ ହେବାର କାରଣ କିଛି ବ୍ୟକ୍ତି କପିଲଙ୍କ କମେଡ଼ି ସୋ ହିଟ ହେବା କହୁଛନ୍ତି। କାରଣ ନିକଟରେ କପିଲଙ୍କ କମେଡ଼ି ସୋର ଗ୍ରାଣ୍ଡ ଓପନିଂ ହୋଇଥିବା ବେଳେ ଏହାକୁ ଦର୍ଶକ ବହୁଳ ଭାବେ ପସନ୍ଦ କରୁଛନ୍ତି। ତେବେ ଗତ ସପ୍ତାହରେ ସୁଟି ହୋଇଥିବା ସଲମାନ ଏବଂ କପିଲଙ୍କ ସୋକୁ ବହୁତ ଲୋକପ୍ରିୟତା ମିଳିଥିବା ବେଳେ ଚଳିତଥର କପିଲ ସୋରେ ପ୍ରଯୋଜକ ଭାବେ ଯୋଡ଼ି ହୋଇଛନ୍ତି ସଲମାନ ଖାନ୍।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.