ଖୁବ ଶୀଘ୍ର ପରଦା ଉପରକୁ ଆସୁଛନ୍ତି ସୁନୀଲ ସେଟ୍ଟୀଙ୍କ ପୁଅ ଆହାନ, ଫିଲ୍ମ “ତଡପ”ରେ କରିବେ ଡେବ୍ୟୁ

୯୦ ଦଶକର ସୁପର ହିଟ ହିରୋ ସୁନୀଲ ସେଟ୍ଟୀଙ୍କ ପୁଅ ଆହାନ ସେଟ୍ଟୀଙ୍କ ଡେବ୍ୟୁ ଫିଲ୍ମ “ତଡପ” ରିଲିଜ ହେବା ଅପେକ୍ଷାରେ । ସାଉଥ ସୁପରହିଟ ଫିଲ୍ମ “RX 100″ର ଏହା ରିମେକ ବୋଲି କୁହାଯାଉଛି । ଫିଲ୍ମରେ ଆହାନଙ୍କ ବିପକ୍ଷରେ ଲିଡ଼ ରୋଲରେ ନଜର ଆସିବେ ତାରା ସୁତାରୀଆ । ଫିଲ୍ମର ଗୀତ ଗୁଡିକ ଯେମିତିକି ତୁମସେ ଭି ଜାଖି, ତେରେ ସିଵା ଜଗ ମେଁ, ତୁ ଜୋ ମେରା ହୋ ଗୟା ହେ, ହୋଏ ଇସ୍କ ନା ଆଗରୁ ରିଲିଜ ହୋଇସାରିଲାଣି । ଏଇ କିଛି ଦିନ ତଳେ ଫିଲ୍ମର ନୂଆ ଟ୍ରେଲର ଏଇ ନିକଟରେ ହିଁ ରିଲିଜ ହୋଇଥିବା ଜଣାଯାଇଛି । ଦର୍ଶକ ମାନେ ଆହନଙ୍କ ଆକ୍ସନ ତଥା ୟୁନିକ ଷ୍ଟାଇଲର ଭରପୁର ମଜା ନେବେ ବୋଲି ଆଶା କରାଯାଉଛି । ପରଦାକୁ ଆସିଥିବା ଆହ୍ୱାନ ଓ ତାରାଙ୍କ ଅଭିନୀତ ଏହି ଫିଲ୍ମରେ ଭରପୁର ରିଅଲ ଆକ୍ସନ ଗୁଡିକୁ ଦେଖାଯାଇଛି । ଆଉ ସବୁଠୁ ବଡ କଥା ହେଉଛି ଏଗୁଡ଼ିକୁ ଆହ୍ୱାନ ନିଜେ ହିଁ ସୁଟିଙ୍ଗ କରିଛନ୍ତି । ଏମିତିରେ ରଜତ ଆରୋରା ତାଙ୍କ ମଜାଳିଆ ଡ଼ାଇଲଗ ପାଇଁ ଜଣାଯାଆନ୍ତି । ଫ୍ୟାନ୍ସ ମାନେ ଏହି ଡ଼ାଇଲଗ ଗୁଡିକର ବି ଖୁବ ମଜା ନେବେ ବୋଲି ଆଶା କରାଯାଉଛି । ଏସବୁ ବ୍ୟତୀତ ସାପ, ବାପ-ଝିଅର ସମ୍ପର୍କ ଆଦିକୁ ନେଇ ଅନେକ ଡାଇଲଗ ଆଦି ରହିଛି ।

ଯେମିତିକି ଆମେ ପୂର୍ବରୁ କହିରଖିଛୁ ଏଥିରେ ତାରା ଓ ଆହ୍ୱାନ ମୁଖ୍ୟ ଭୂମିକାରେ ନଜର ଆସୁଥିବା ବେଳେ ଏହାକୁ ଉପସ୍ଥାପନା ଓ ସହ ପ୍ରଯୋଜନା ଫକ୍ସ ଷ୍ଟାର ସ୍ଟୁଡ଼ିଓ ପକ୍ଷରୁ କରାଯାଇଛି । ଯେବେକି ଏହାର ପୁରା ପ୍ରଯୋଜନା ସାଯିଦ ନଦିଆବାଲା କରିଛନ୍ତି । ଏହାର ସ୍କ୍ରିପ୍ଟ ରଜତ ଅରୋରା ଲେଖିଥିବା ବେଳେ ନିର୍ଦ୍ଦେଶନା ମିଲନ ଲୁଠରିଆ ଦେଇଛନ୍ତି । ଦେଶର ସମସ୍ତ ପ୍ରେକ୍ଷାଳୟରେ ଆସନ୍ତା ୩ ତାରିଖ ଦିନ “ତଡପ” ପରଦା ଉପରକୁ ଆସିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.