ଅଭିନେତା ସନ୍ନିଙ୍କ ଇଛା ପ୍ରସ୍ତୁତ କରିବେ ବାପାଙ୍କ ବାୟୋପିକ୍

ମୁମ୍ବାଇ : ବାପା ଧର୍ମେନ୍ଦ୍ରଙ୍କ ବାୟୋପିକ ନିର୍ମାଣ କରିବାକୁ ଚାହୁଁଛନ୍ତି ସନ୍ନି ଦେଓଲ। ସନ୍ନି କହିଛନ୍ତି ନିଜ ପିତା ତଥା ପ୍ରତିଷ୍ଠିତ ଅଭିନେତା ଧର୍ମେନ୍ଦ୍ରଙ୍କ ବାୟୋପିକ ନିର୍ମାଣ କରିବାକୁ ସେ ଚାହୁଁଛନ୍ତି। କେବଳ ତାଙ୍କୁ ଭଲ ଲେଖକ ଓ ନିର୍ଦ୍ଦେଶକଙ୍କ ଅପେକ୍ଷା ରହିଛି। ଯିଏ ତାଙ୍କ ବାପାଙ୍କ କାହାଣୀକୁ ରୋଚକ ଢଙ୍ଗରେ ଦର୍ଶକଙ୍କ ସାମନାରେ ରଖିପାରିବେ। ଆଜିକାଲି ବାୟୋପିକ ବନାଇବାର ଟ୍ରେଣ୍ଡ ଚାଲିଛି। ଏହା ବହୁତ ଭଲ ଆଇଡିଆ। ବାପାଙ୍କ ଚରିତ୍ରରେ ମୁଁ ବା ମୋ ପୁଅ କରନ ମଧ୍ୟ ଭଲ ଅଭିନୟ କରିପାରିବେ ବୋଲି କହିଛନ୍ତି ସନ୍ନି।
ଅନେକ ଦିନ ପରେ ଧର୍ମେନ୍ଦ୍ର, ସନ୍ନି ଓ ବବିଙ୍କୁ ଏକାଠି ଦେଖିବାକୁ ମିଳିବ ଫିଲ୍ମ ୟମଲା ପଗଲା ଦିୱାନା ଫିର ସେରେ। ଏହି ଫିଲ୍ମ ଧର୍ମେନ୍ଦ୍ର,ସନ୍ନି ଓ ବବି ଦେଓ୍ଵଲଙ୍କ ହିଟ୍ ଫ୍ରାଞ୍ଚାଇଜ୍ ୟମଲା ପଗଲା ଦିଓ୍ଵାନାର ତୃତୀୟ ଭାଗ । ୩୧ ଅଗଷ୍ଟରେ ରିଲିଜ ହେବ ୟମଲା ପଗଲା ଦିୱାନା ଫିର ସେ।