ପାକିସ୍ତାନ ରାଜନୀତିକୁ ନେଇ ମତ ରଖିଲେ ସ୍ୱରା ଭାସ୍କର, ବିଭିନ୍ନ ମହଲରୁ ଆସିଲା ଏହିଭଳି କମେଣ୍ଟ

ପାକିସ୍ତାନ ରାଜନୀତିରେ ଉଠିଥିବା ଝଡ ଭିତରେ ପାକିସ୍ତାନୀ ସୁପ୍ରିମ କୋର୍ଟ ସେଠାକାର ନ୍ୟାସନାଲ ଆସେମ୍ବ୍ଲକୁ ରଦ୍ଦ କରିଛନ୍ତି । ସୁପ୍ରିମ କୋର୍ଟ ନିଜ ଫଇସଲାରେ ଡେପୁଟି ସ୍ପିକର କାସିମ ଖାନ ସୁରିଙ୍କ ଦ୍ୱାରା ବିପକ୍ଷରେ ଅବିଶ୍ୱାସ ପ୍ରସ୍ତାବକୁ ବିନା ମତଦାନରେ ଖାରଜ କରିବା ଓ ନ୍ୟାସନାଲ ଆସେମ୍ବ୍ଲି ଭାଙ୍ଗିବା ଅସାମ୍ବିଧାନିକ ବୋଲି କୁହାଯାଇଛି । ପାକିସ୍ତାନ ସୁପ୍ରିମକୋର୍ଟଙ୍କ ଏହି ଫଇସଲା ଉପରେ ବଲିଉଡ ଅଭିନେତ୍ରୀ ସ୍ୱରା ଭାସ୍କର ନିଜ ପ୍ରତିକ୍ରିୟା ରଖିଛନ୍ତି । ସ୍ୱରା ଭାସ୍କର ନିଜ ଟ୍ୱିଟରରେ ଲେଖିଛନ୍ତିକି, “ଏମିତି ଲାଗୁଛି ଯେମିତି ପାକିସ୍ତାନ ସୁପ୍ରିମ କୋର୍ଟ ନିଜ ଦେଶ ତଥା ନାଗରିକ ମାନଙ୍କ ପାଇଁ ଛିଡା ହୋଇଛନ୍ତି । ନା କି ତାଙ୍କ ସରକାରଙ୍କ ପାଇଁ । ତେବେ ଏହା ସମ୍ଭବ । ସ୍ୱରାଙ୍କ ଏହି ଟ୍ୱିଟ ଉପରେ ଏବେ ଲୋକମାନେ ବି ନିଜ ନିଜ ପ୍ରତିକ୍ରିୟା ରଖିଛନ୍ତି ।”

ଶହଜାଦ ହମିଦ ନାମକ ଜଣେ ୟୁଜର ଲେଖିଛନ୍ତିକି, ଆଶା କରାଯାଉଛିକି ପାକିସ୍ତାନର ସର୍ବୋଚ୍ଚ ନ୍ୟାୟାଳୟ, ଭାରତର କିଛି ନ୍ୟାୟାଧୀଶଙ୍କୁ ଲୋକତାନ୍ତ୍ରିକ ଓ ସାମ୍ବିଧାନିକ ମାନଦଣ୍ଡ ବନେଇ ରଖିବା ପାଇଁ ପ୍ରେରିତ କରିପାରେ । ଯେବେକି ଆଉ ଜଣେ ୟୁଜର ଲେଖିଛନ୍ତିକି, ଆପଣମାନେ ଜାଣିଛନ୍ତି କେଉଁ କୋର୍ଟ କାହା ପାଇଁ କଣ କାମ କରୁଛି । ଯେବେକି ଆଉ ଜଣେ ସ୍ୱରାଙ୍କୁ ଆକ୍ଷେପ କରି ଟ୍ୱିଟ କରିଛନ୍ତିକି, ଆପଣ କାହିଁକି ଚାଲିଯାଉ ନାହାନ୍ତି ? କିଛି ବର୍ଷ ସେଠି କାଟିକି ତ ଆସନ୍ତୁ । ପାକିସ୍ତାନ ନ ଯାଇ ଆପଣ କାହିଁକି ଏଠି ରହି ବ୍ୟସ୍ତ ହେଉଛନ୍ତି ।

ଯେବେକି ଜଣେ ୟୁଜର ସନ୍ନି ଦେଓଲଙ୍କ ଫଟୋ ସେୟାର କରି ଲେଖିଛନ୍ତିକି, ମୁଁ ଆପଣଙ୍କୁ ଲାହୋରରେ ଛାଡି ଆସିବିକି ? ଜଣେ ୟୁଜର ଲେଖିଛନ୍ତିକି, ଦିଦି କୋର୍ଟ ଥରେ ମାତ୍ର ଚେଷ୍ଟା କରିଥିଲେ, ପର ଦିନ ଏମ୍ରଜେନ୍ସି ଲାଗିଯାଇଥିଲା । ଏବେ କିନ୍ତୁ ସବୁ ଠିକ ଅଛି । କହିରଖିବା ଉଚିତ ହେବକି ଅନେକ ସମୟରେ ସ୍ୱରା ଏମିତି ବିବାଦୀୟ ମନ୍ତବ୍ୟ ମାନ ଦେଇଥାନ୍ତି | ଯାହାକୁ ନେଇ ଅନେକ ସମୟରେ ଝଡ ସୃଷ୍ଟି ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.