‘ତାରକ ମେହେତା କା…’ର ଆନିମେଟେଡ୍‌ ଭର୍ସନ୍‌ ରିଲିଜ୍‌, ପୁଣି ଦର୍ଶକଙ୍କୁ ହସାଇବାକୁ ଆସୁଛନ୍ତି ଟପ୍ପୁ ସେନା

ଛୋଟ ପରଦାର ସବୁଠୁ ଚର୍ଚ୍ଚିତ ଶୋ’ ତାରକ ମେହେତାକୁ ଉଲ୍‌ଟା ଚଷମା ଏବେ ନୂଆ ରୂପରେ ଦର୍ଶକଙ୍କ ସାମ୍ନାକୁ ଆସୁଛି। ଟିଭିର ଏହି ଲୋକପ୍ରିୟ ଶୋ’ ଏବେ ଆନିମେଟେଡ୍‌ ହୋଇ ପରଦାକୁ ଆସିବ। ପୂର୍ବରୁ ଏହାର ଦୁଇଟି ସିଜନ୍‌ ପ୍ରସାରିତ ହେବା ପରେ ଏବେ ତୃତୀୟ ଆନିମେଟେଡ୍‌ ଶୋ’ ଆସୁଛି। ତାରକ ମେହେତାକା ଉଲ୍‌ଟା ଚଷମାର ନିର୍ମାତା ଲୋକପ୍ରିୟ ପିଲାଙ୍କ ଆନିମେଟେଡ୍‌ ଡ୍ରାମା ତାରକ ମେହେତା କା ଛୋଟା ଚଷମାର ତୃତୀୟ ସିଜନ୍‌ ଲଞ୍ଚ୍‌ କରିଛନ୍ତି। ନୂଆ ସିଜନର କାହାଣୀରେ ଦର୍ଶକଙ୍କୁ ଗୋକୁଲଧାମ ସୋସାଇଟିର ଟପ୍ପୁ ଓ ତାଙ୍କ ସାଙ୍ଗସାଥୀଙ୍କ ନୂଆ ନୂଆ କାରନାମା ଦେଖିବାକୁ ମିଳିବ।

ଶୋ’ ବିଷୟରେ ଆଲୋଚନା କରିବା ଅବସରରେ ନୀଲା ଫିଲ୍ମ ପ୍ରଡକ୍ସନ୍‌ର ଅସିତ୍‌ କୁମାର ମୋଦି କହିଛନ୍ତି- ତାରକ ମେହେତା କା ଛୋଟା ଚଷମା ମଜାଦାର ଓ ରୋମାଞ୍ଚକ ରୋମାଞ୍ଚରେ ଭରା ରହିଛି। ଏହା ସବୁ ବେଳେ ପିଲାଙ୍କୁ ଖୁସି ଦେଇଥାଏ। ଗତ ଦୁଇଟି ସିଜନ୍‌ର ସଫଳତା ପରେ ଆମେ ଏବେ ତୃତୀୟ ସିଜନ୍‌ ତିଆରି କରୁଛୁ। ଏହି ସିଜନ୍‌ ବି ପିଲାଙ୍କୁ ହସାଇବ ଓ ମନୋରଞ୍ଜନ କରିବ। ଏଥିପାଇଁ ଆମେ ଅନେକ ନୂଆ ନୂଆ କଥା ବି ଯୋଡ଼ିଛୁ। ପିଲାଙ୍କ ପାଇଁ ତୃତୀୟ ସିଜନ୍‌ ଲଞ୍ଚ୍‌ କରି ଆମେ ବହୁତ ଖୁସି ଅଛୁ। ଏହି ସିଜନ ଗତ ୨ଟି ସିଜନ୍‌ ତୁଳନାରେ ନିଆରା ହେବ ବୋଲି କହିଛନ୍ତି ଶୋ’ ନିର୍ମାତା।

 

View this post on Instagram

 

A post shared by Sony YAY! (@sonyyay)

ସିଜନ୍‌ ୩ର ପ୍ରଥମ ଏପିସୋଡ୍‌ ମେ ୧୬ରେ ସୋନି ୟେରେ ଅନ୍‌ ଏୟାର ହେବ।

ଏ ନେଇ ଇବିପି ଓ ବିଜନେସ୍‌ ହେଡ୍‌ ଲୀନା ଲେଲେ ଦତ୍ତା କହିଛନ୍ତି- ତାରକ ମେହେତା କା ଛୋଟା ଚଷମା ସୋନିରେ ଏକ ସଫଳ ଯାତ୍ରା ଦେଖିଛି। ପିଲାଙ୍କ ମଧ୍ୟରେ ଏହା ବେଶ୍‌ ଲୋକପ୍ରିୟ ହୋଇଛି। ପ୍ରଥମ ଦୁଇଟି ସିଜନ୍‌ର ଅପାର ସଫଳତା ପରେ ଆମେ ପିଲାଙ୍କ ପାଇଁ ପ୍ରଥମ ଟେଲିମୁଭି ରିଲିଜ୍‌ କରିବାକୁ ଚାହୁଁଥିଲୁ। ପିଲାମାନେ ଏହାକୁ ନିହାତି ପସନ୍ଦ କରିବେ ବୋଲି ଲୀନା କହିଛନ୍ତି।

ନୂଆ ସିଜନ୍‌ରେ ଦର୍ଶକଙ୍କ ପ୍ରିୟ ଗୋକୁଲଧାମ ସୋସାଇଟିର ୪୫ ମିନିଟ୍‌ ଲମ୍ବା ମହା ଏପିସୋଡ୍‌ ରହିବ। ଏହାକୁ ମେ ୨୩ରେ ଟପ୍ପୁ ଆଣ୍ଡ୍‌ ଦ ବିଗ୍‌ ଫ୍ୟାଟ୍‌ ଏଲିୟନ୍‌ େଓ୍ଵଡିଂ ନାଁରେ ରିଲିଜ୍‌ କରାଯିବ।

Also Read: ପି. ଚିଦାମ୍ବରମ୍‌ଙ୍କ ଘରେ ସିବିଆଇ ରେଡ୍‌, ଦିଲ୍ଲୀ-ଚେନ୍ନାଇ ସମେତ ଅନ୍ୟ ସ୍ଥାନରେ ଭୋର୍‌ ୬ଟାରେ ଚଢ଼ଉ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.