ପି. ଚିଦାମ୍ବରମ୍‌ଙ୍କ ଘରେ ସିବିଆଇ ରେଡ୍‌, ଦିଲ୍ଲୀ-ଚେନ୍ନାଇ ସମେତ ଅନ୍ୟ ସ୍ଥାନରେ ଭୋର୍‌ ୬ଟାରେ ଚଢ଼ଉ

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବ କେନ୍ଦ୍ର ମନ୍ତ୍ରୀ ପି. ଚିଦାମ୍ବରମ୍‌ଙ୍କ ଘରେ କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ (ସିବିଆଇ)ର ରେଡ୍‌। ଯାଞ୍ଚ ଏଜେନ୍ସିର ଏହି ରେଡ୍‌ କଂଗ୍ରେସ ନେତାଙ୍କ ଦିଲ୍ଲୀ ଏବଂ ଚେନ୍ନାଇ ସ୍ଥିତ ଘରେ କରାଯାଇଛି। ସିବିଆଇ ପକ୍ଷରୁ ୧୧ଟି ସ୍ଥାନରେ ସର୍ଚ୍ଚ ଜାରି ରହିଛି। ଆଜି ଭୋର୍‌ ୬ଟାରୁ ଏହି ରେଡ୍‌ କରାଯାଇଛି।

ପୂର୍ବ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ୍‌ଙ୍କ ପୁଅ କୀର୍ତ୍ତି ଚିଦାମ୍ବରମ୍‌ଙ୍କ ଘରେ ସିବିଆଇର ଟିମ୍‌ ଚଢ଼ଉ କରିଛି। କୁହାଯାଉଛି ଯେ ଏହି ଚଢ଼ଉ ଯାଞ୍ଚ ପାଇଁ କରାଯାଇଛି। ସିବିଆଇ ଟିମ୍‌ କୀର୍ତ୍ତିଙ୍କ ଘର ଓ ଅଫିସ୍‌ ବ୍ୟତୀତ ଅନ୍ୟ କେତେକ ସ୍ଥାନରେ ମଧ୍ୟ ଚଢ଼ଉ କରିଛି। ସୂଚନା ମୁତାବକ, ଦିଲ୍ଲୀ, ମୁମ୍ବାଇ ଓ ତାମିଲନାଡ଼ୁରେ କୀର୍ତ୍ତିଙ୍କର କେତେକ ଘର ଓ ଅଫିସରେ ସିବିଆଇ ରେଡ୍‌ କରିଛି।

ଚାଇନିଜ ଭିସା ନେଇ ଚାଲିଛି ଚଢ଼ଉ। ୫୦ ଲକ୍ଷ ଟଙ୍କା କାରବାର ନେଇ ଏହି ଚଢ଼ଉ ହୋଇଥିବା ଜଣାଯାଇଛି। ଚୀନର କିଛି ନାଗରିକଙ୍କୁ ଭିସା ଯୋଗାଇବା ପାଇଁ ୫୦ ଲକ୍ଷ କାରବାର ହୋଇଥିବା ସୂଚନା ମିଳିଛି। ଏଥିରେ ପୂର୍ବ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ୍‌ଙ୍କ ପୁଅ କୀର୍ତ୍ତି ଚିଦାମ୍ବରମ୍‌ଙ୍କ ସମ୍ପୃକ୍ତି ଥିବା ଜଣାଯାଇଛି।

ତେବେ ଏହି ଚଢ଼ଉ ନେଇ ପୂର୍ବ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ୍‌ଙ୍କ ପୁଅ କୀର୍ତ୍ତି ଚିଦାମ୍ବରମ୍‌ ଟ୍ୱିଟ କରି କହିଛନ୍ତି – କେତେ ଥର ଏମିତି ଚଢ଼ଉ ହେଲାଣି ଆଉ ମନେ ନାହିଁ।


Also Read: ଯାହାକୁ ରଖିବେ ଅନନ୍ତ ! ଭୟଙ୍କର ବିମାନ ଦୁର୍ଘଟଣାରେ ସମସ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ବଞ୍ଚିଗଲା ଗୋଟିଏ ପିଲା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.