ପିଲାଙ୍କ ପେଟ କାମୁଡା ସମସ୍ୟାରୁ ଚୁଟ୍‌କିରେ ମିଳିବ ମୁକ୍ତି, ଆପଣାନ୍ତୁ ଏହି ଘରୋଇ ଉପାୟ

ଛୋଟ ବେଳେ ହେଉ ଅବା ବଡ ବେଳେ ବେଳେ ପେଟ କାମୁଡିଥାଏ। ଆଉ ଏହି ପେଟ କାମୁଡିବା ବେଳେ ଏତେ ଜୋରରେ ହୋଇଥାଏ ଯେ, ପେଟରେ ପୋକ ଚାଲିବା ଭଳି ଲାଗିଥାଏ। ଏହି ସମସ୍ୟା ଲୋକଙ୍କ ମଧ୍ୟରେ ସାଧାରଣ ସମସ୍ୟା ହୋଇଗଲାଣି। ଏହି ସମସ୍ୟା ଅଧିକାଂଶ ପିଲାଙ୍କ ପାଖରେ ଦେଖିବାକୁ ମିଳିଥାଏ। ଆଉ ଏହାର ପ୍ରମୁଖ କାରଣ ହୋଇଥାଏ ଖାଦ୍ୟପେୟରେ ଖରାପ ଅଭ୍ୟାସ ଏବଂ ସଫାସୁତରା।

ପିଲାମାନେ ଅଧିକ ମିଠା ଖାଉଥିବାରୁ ସେମାନଙ୍କ ପେଟରେ ଖୁବ୍‌ କମ୍‌ ସମୟରେ କୃମି ଜନ୍ମିଯାଆନ୍ତି। କିନ୍ତୁ କୃମିକୁ ଯଦି ପ୍ରଥମରୁ ହିଁ ରୋକା ନଯାଏ ତେବେ ଏହା ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ। ଏଣୁ ଯଦି ପିଲାଙ୍କୁ ଭୋକ ହେଉନାହିଁ କିମ୍ବା ବାରମ୍ବାର ପେଟ ଖରାପ ରହୁଛି ତେବେ ତାଙ୍କୁ ତୁରନ୍ତ ଡାକ୍ତର ଦେଖାନ୍ତୁ। ଏହା କୃମିର ଲକ୍ଷଣ ବି ହୋଇଥାଇପାରେ।  ଯଦି ଆପଣଙ୍କ ପିଲାଙ୍କର ଏପରି ସମସ୍ୟା ରହିଥାଏ, ତେବେ ଆପଣ ଘରୋଇ ଉପାୟ ଆପଣାଇ ଏଥିରୁ ନିଜାତ ପାଇପାରିବେ। ତେବେ ଏହିସବୁ ଉପାୟ କ’ଣ, ଜାଣନ୍ତୁ :

ମୂଳା : ୫୦ ମିଲିଲିଟର ମୂଳା ରସରେ କଳାଲୁଣ ଏବଂ ଗୋଲମରିଚ ପକାଇ ପ୍ରତିଦିନ ସନ୍ଧ୍ୟାରେ ପିଅନ୍ତୁ। ପେଟ ଅନ୍ତନଳୀରେ ଥିବା କୀଟାଣୁ ଶାନ୍ତ ହୋଇଯିବେ।

ଗାଜର : ଗାଜର ରସ ପ୍ରତିଦିନ ସକାଳୁ ଖାଲିପେଟରେ ପିଇବା ଲାଭ ଦାୟକ ହୋଇଥାଏ। ଗାଜର କିମ୍ବା କୌଣସି ଜିନିଷକୁ କାଞ୍ଜି କରି ପିଇଲେ ପେଟରେ ଥିବା ପୋକ ସଫା ହୋଇଯିବେ। ଆପଣ ସପ୍ତାହକୁ ୫ ଦିନ ନିଜ ଡାଏଟରେ ଏହାକୁ ସାମିଲ କରିପାରିବେ।

ଗୋଲମରିଚ : ଏକ ଗ୍ଲାସ ଉଷୁମ ପାଣିରେ କିଛି ଗୋଲମରିଚ ଗୁଣ୍ଡ ଶୋଇବା ପୂର୍ବରୁ ପିଅନ୍ତୁ।

ମହୁ : ଜୁଆଣିକୁ ପାଉଡର କରି ଏକ ଚିମୁଟାଏ ପାଉଡର ସହିତ ଏକ ଚାମଚ ମହୁ ମିଶାଇ ଦିଅନ୍ତୁ। ଦିନକୁ ଅତିକମରେ ଏହାକୁ ୩ ଥର ଖାଆନ୍ତୁ। ଆପଣଙ୍କ ପେଟରେ ଥିବା ଏହି ସମସ୍ୟା ଦୂର ହୋଇଯିବ।

କଳାଜିରା : ୧୦ ଗ୍ରାମ କଳାଜିରାକୁ ଗୁଣ୍ଡ କରି ୩ ଚାମଚ ମହୁ ମିଶାଇ ଶୋଇବା ସମୟରେ ନିୟମିତ ଭାବେ ଖାଇବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.