ଲୋକପ୍ରିୟ ତାମିଲ ଅଭିନେତା ଡାନିଏଲ ବାଲାଜୀଙ୍କ ପରଲୋକ, ୪୮ ବର୍ଷ ବୟସରେ ଆସିଲା ହାର୍ଟଆଟାକ

ଡାନିଏଲ୍‌ ବାଲାଜୀ ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଖଳନାୟକ ଭୂମିକାରେ ନଜର ଆସନ୍ତି । ଗତକାଲି ରାତିରେ ହାର୍ଟଆଟାକ ଯୋଗୁଁ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ୍ୟୁ ବେଳକୁ ତାଙ୍କୁ ୪୮ ବର୍ଷ ହୋଇଥିଲା । ଡାନିଏଲ୍‌ କମଲ ହାସନ, ଧନୁଷ, ଥଲାପତି ବିଜୟ ସମେତ ଅନେକ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣାଶୁଣା ଅଭିନେତାଙ୍କ ସହିତ କାମ କରିଛନ୍ତି ।

ତାମିଲ ଅଭିନେତା ଡାନିଏଲ ବାଲାଜୀଙ୍କ ପରଲୋକ । ଗତକାଲି ରାତିରେ ହାର୍ଟଆଟାକ ଯୋଗୁଁ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ୍ୟୁ ବେଳକୁ ତାଙ୍କୁ ୪୮ ବର୍ଷ ହୋଇଥିଲା । ହାର୍ଟ ଆଟାକ ଆସିବା ପରେ ତୁରନ୍ତ ତାଙ୍କୁ ଚେନ୍ନାଇର ଏକ ପ୍ରାଇଭେଟ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ତାଙ୍କୁ ସେଠାର ମୃତ ଘୋଷଣା କରିଥିଲେ । ଆଜି ତାଙ୍କ ଅନ୍ତିମ ସଂସ୍କାର କରାଯିବ ।

ଡାନିଏଲ୍‌ ବାଲାଜୀ ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଖଳନାୟକ ଭୂମିକାରେ ନଜର ଆସନ୍ତି । ସେ ଅନେକ ଫିଲ୍ମରେ ଖଳନାୟକ ଭୂମିକାରେ ନଜର ଆସିଛନ୍ତି । ଡାନିଏଲ୍‌ କମଲ ହାସନ, ଧନୁଷ, ଥଲାପତି ବିଜୟ ସମେତ ଅନେକ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣାଶୁଣା ଅଭିନେତାଙ୍କ ସହିତ କାମ କରିଛନ୍ତି । ତାଙ୍କ ମୃତ୍ୟୁରେ ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଶୋକର ଛାୟା ଖେଳିଯାଇଛି ।

ସେ ୨୦୦୨ରେ ଫିଲ୍ମ ‘ମଧାଥିଲି’ରୁ କ୍ୟାରିଅର ଆରମ୍ଭ କରିଛନ୍ତି । ତା’ ପରେ ଗୌତମ ମେନନ ଏବଂ ସୂର୍ଯ୍ୟା-ଜ୍ୟୋତିକାଙ୍କ ‘କାଖା କାଖା’ରୁ ଲୋକପ୍ରିୟ ହୋଇଥିଲେ । ଅନେକ ଦର୍ଶକ ତାଙ୍କୁ କିର୍ତ୍ତୀ ସୁରେଶ ଏବଂ ଥାଲାପତି ବିଜୟଙ୍କ ଫିଲ୍ମ ‘ଭୈରବ’ରେ ନଜର ଆସିଥିଲେ ଡାନିଏଲ ବାଲାଜୀ । ଡାନିଏଲ ତାମିଲ ‘କାଦଲ କୋଣ୍ଡିନ’, ‘ଭେଟ୍ଟାୟାଡୁ ଭିଲାଏଡୁ’, ‘ମାରୁମୁଗାମ’, ‘ଭାୟା ରାଜ’, ‘ଭୈରବ’, ‘ମାୟାଭାନ’, ‘ବିଗିଲ’, ‘ଭଡା ଚେନ୍ନାଇ’ ଏବଂ ମାଲାୟାଲମ, କନ୍ନଡ ଏବଂ ତେଲୁଗୁ ଚଳଚ୍ଚିତ୍ରରେ କାମ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.