ଦିଲୀପ କୁମାର ଓ ରାଜ କପୁରଙ୍କ ପେଶାଓ୍ଵର ଘରର ମରାମତି ଆରମ୍ଭ, ପୈତୃକ ବଙ୍ଗଳାର ବଦଳିବ ରୂପରେଖ

ଖୈବର ପଖ୍‌ତୁନଖ୍ଵା ସରକାରଙ୍କ ଦ୍ୱାରା ସମ୍ପତ୍ତି କବ୍‌ଜା ହେବା ପରେ ପେଶାଓ୍ଵରରେ ବଲିଉଡ୍‌ର ମହାନ ଅଭିନେତା ଦିଲୀପ କୁମାର ଓ ରାଜ କପୁରଙ୍କ ପୈତୃକ ଘରର ପୁନରୁଦ୍ଧାର ତଥା ନବୀକରଣ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ରାଜ କପୁରଙ୍କ ପୈତୃକ ଘର, ଯାହା ‘କପୁର ବଙ୍ଗଳା’ ନାଁରେ ଜଣାଯାଇଥାଏ। ସେହିପରି ଦିଲୀପ କୁମାରଙ୍କ ପୈତୃକ ଘର ପେଶାଓ୍ଵରର କିସା ଖ୍ଵାନୀ ବଜାର ଅଞ୍ଚଳରେ ରହିଛି।

ସରକାରଙ୍କ ଯୋଜନା ଅନୁସାରେ, ବଲିଉଡ୍‌ର ଏହି ଦୁଇ କଳାକାରଙ୍କ ଘରକୁ ତା’ର ମୂଳ ସ୍ଥିତିରେ ପରିବର୍ତ୍ତନ କରାଯିବ। ପ୍ରାଥମିକ ପର୍ଯ୍ୟାୟରେ ଦୁଇ ବଙ୍ଗଳାରୁ ଭଗ୍ନାବଶେଷ ହଟାଇ ମରାମତି କାମ ଆରମ୍ଭ କରି ଦିଆଯାଇଛି। ଏହାରି ଭିତରେ ଦିଲୀପ କୁମାରଙ୍କ ଭଣଜା ଫଭାଦ ଇଶାକ ନିଜ ମାମୁଁ ଓ ରାଜ କପୁରଙ୍କ ପୈତୃକ ଘରକୁ ପୁନରୁଦ୍ଧାର କରିବା ନେଇ ସରକାରଙ୍କ ନିଷ୍ପତ୍ତିକୁ ପ୍ରଶଂସା କରିଛନ୍ତି।

ସେ କହିଛନ୍ତି କି, ପେଶାଓ୍ଵର ପ୍ରତି ଦିଲୀପ କୁମାରଙ୍କ ଅନୁରାଗ କେବେ ବି କମ୍‌ ହୋଇନାହିଁ। ୧୯୪୭ ମସିହାରେ ଭାରତ ଏବଂ ପାକିସ୍ତାନ ବିଭାଜନ ହେବା ପୂର୍ବରୁ ରାଜ କପୁର ଓ ଦିଲୀପ କୁମାରଙ୍କ ଶୈଶବ ଜୀବନର ପ୍ରାଥମିକ ସମୟ ଏହିଠାରେ ହିଁ ବିତିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.