ସୋନମ୍ କପୁରଙ୍କ ‘‘ଦ ଜୋୟା ଫ୍ୟାକ୍ଟର’’ର ‘କାଶ’ ଗୀତ ରିଲିଜ୍
ଅନୀଲ ତନୟା ସୋନମ୍ କପୁରଙ୍କ ଆଗାମୀ ଫିଲ୍ମ ଦ ଜୋୟା ଫ୍ୟାକ୍ଟର ରିଲିଜ୍ ପୂର୍ବରୁ ଚର୍ଚ୍ଚାରେ। ଭିନ୍ନ କାହାଣୀକୁ ନେଇ ନେଇ ନିର୍ମିତ ଏହି ଫିଲ୍ମର ରିଲିଜ୍ ଡେଟ୍କୁ ଦର୍ଶକ ଚାତକ ଭଳି ଚାହିଁରହିଛନ୍ତି। ଫିଲ୍ମରେ ସୋନମ୍ଙ୍କ ସହ ଦକ୍ଷିଣ ଭାରତୀୟ ଅଭିନେତା ଦଲକର ସଲମାନ ମଧ୍ୟ ନଜର ଆସିବେ।
କିଛି ଦିନ ପୂର୍ବରୁ ଫିଲ୍ମର ଟ୍ରେଲର ରିଲିଜ୍ ହୋଇଥିଲା, ଯାହାକୁ ଦର୍ଶକ ଭଲ ରେସପନ୍ସ ଦେଇଥିଲେ। ଏବେ ଫିଲ୍ମର ନୂଆ ଗୀତ ରିିଲିଜ୍ ହୋଇଛି। ଗୀତର ଟାଇଟଲ୍ ରହିଛି ‘କାଶ’। ଏହି ଗୀତରେ ସୋନମ୍ କପୁର ଏବଂ ଦଲକର ସଲମାନ୍ ରୋମାନ୍ସ କରୁଥିବା ଦେଖିବାକୁ ମିଳିଛି।
ପୂର୍ବରୁ ଦଲକର ସେକେଣ୍ଡ ଶୋ, ଉସ୍ତାଦ ହୋଟେଲ, ନିଜାନ୍ ଆଦି ଫିଲ୍ମରେ ନିଜ ଅଭିନୟ ଦକ୍ଷତା ପ୍ରମାଣ କରିସାରିଛନ୍ତି। ଅଭିଷେକ ଶର୍ମାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଆହୁଜା ଚୌହ୍ଵାନ୍ଙ୍କ ଲିଖିତ କାହାଣୀ ଉପରେ ଆଧାରିତ। ଆଡଭଟାଇଜିଂ ଏଜେଣ୍ଟ ଭାବେ କାମ କରୁଥିବା ଜୋୟା ନାମ୍ନୀ ଏକ ଝିଅ କିପରି ଭାରତୀୟ କ୍ରିକେଟ୍ ଟିମ୍ ପାଇଁ ଲକି ଚାର୍ମ ପାଲଟୁଛି କାହାଣୀରେ ତାହା ଦର୍ଶାଯାଇଛି।
ଏହାସହ ପଢ଼ନ୍ତୁ: ସଲମାନ୍ଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ କ୍ୟାଟ୍ରିନା, କହିଲେ ସଲ୍ମାନ୍ ମୋ ପାଇଁ…