ଜହ୍ନ ଅଭିଯାନରେ ଏହି ଦୁଇ ମହିଳାଙ୍କ ମୁଖ୍ୟ ଭୂମିକା, ଜାଣନ୍ତୁ କିଏ ଏମାନେ

କୌଣସି ପ୍ରକାରର ସାମାଜିକ ବନ୍ଧନ ମହିଳାଙ୍କୁ ଆଉ ବାନ୍ଧି ରଖିପାରିନି।ରୋଷେଇ ଘରଠୁ ଆରମ୍ଭ କରି ମହାକାଶ ପର୍ଯ୍ୟନ୍ତ ସବୁଠି ମହିଳା ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରି ସାରିଲେଣି। ଏମିତି କି ନିକଟରେ ଭାରତର ଅନ୍ତରୀକ୍ଷ କେନ୍ଦ୍ର ଇସ୍ରୋ ଦ୍ୱାରା ଆରମ୍ଭ ହୋଇଥିବା ଚନ୍ଦ୍ରାୟାନ-୨ ମିଶନରେ ପ୍ରାୟ ୩୦ ପ୍ରତିଶତ ମହିଳା ଭାଗ ନେଇଥିଲେ। କିନ୍ତୁ ସେମାନଙ୍କ ଭିତରୁ ଦୁଇ ଜଣ ଏକ ପ୍ରମୁଖ ଭୂମିକା ନିଭେଇଛନ୍ତି। ଭାରତ ଚନ୍ଦ୍ରପୃଷ୍ଠରେ ପାଦ ଥାପିବାରେ ଏହି ଦୁଇ ମହିଳା ବୈଜ୍ଞାନିକ ବହୁ ଚେଷ୍ଟା କରିଛନ୍ତି । ଏହି ଦୁହିଁଙ୍କ ମଧ୍ୟରୁ ଜଣେ ହେଉଛନ୍ତି ରିତୁ କାରିଗହଳ ଓ ମୁଥୟ ଵାଣିଥା । ମୁଥୟ ଵାଣିଥା ଏଥିରେ ଜଣେ ପ୍ରୋଜେକ୍ଟ ଡ଼ାଇରେକ୍ଟର ଭାବେ କାର୍ଯ୍ୟ କରିଥିବା ବେଳେ ରିତୁ ମିଶନ ଡ଼ାଇରେକ୍ଟର ଭାବେ କାମ କରିଥିଲେ ।

ମୁଥୟ ସାଟେଲାଇଟ କମୁନିକାଶନ  କାମରେ ବେଶ ଧୁରନ୍ଧର। ଏହା ପୂର୍ବରୁ ମୁଥୟ କାରଟୋସଟ- ୧ ଓ ଓସିଏନସଟ- ୨ ନାମକ ପ୍ରୋଜେକ୍ଟରେ ପ୍ରୋଜେକ୍ଟ ଡ଼ାଇରେକ୍ଟର ଭାବେ ମୁଖ୍ୟ ଭୂମିକା ନିଭେଇଥିଲେ। ବନିଥା ବିଗତ ୩୨ ବର୍ଷ ହେବ ଇସ୍ରୋ ସହ କାମ କରିସାରିଲେଣି।ଖାଲି ଏତିକି ନୁହେଁ ମଙ୍ଗଳଯାନ ମିଶନରେ ବି ସେ କାମ କରିଛନ୍ତି। ୪୦ ବର୍ଷୀୟା ବନିଥା ନିଜ କାମ ଦ୍ୱାରା ଇସ୍ରୋରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ଚନ୍ଦ୍ରାୟାନ-୨ ମିଶନରେ ସେ ପ୍ରଥମ ମହିଳା ପ୍ରୋଜେକ୍ଟ ଡ଼ାଇରେକ୍ଟର ଥିଲେ । ଇଲେକ୍ଟ୍ରୋନିକ୍ସ ଇଂଜିନିୟର ମୁଥୟ ରିମୋଟ ସେନସିଙ୍ଗ ସାଟେଲାଇଟ ଜରିଆରେ ଡାଟା ଅପରାଶନରେ ଏକ ଗୁରୁତ୍ୱପୂର୍ଣ କାମ କରିଥିଲେ ।

ଏଥି ସହ ପଢନ୍ତୁ: ଚନ୍ଦ୍ରରେ ପୃଷ୍ଠରେ ଅଛି ବହୁ ମୂଲ୍ୟବାନ ଧାତୁ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଇସ୍ରୋ ଅଧକ୍ଷ କେ. ଶିବମ ସାମ୍ବାଦିକ ମାନଙ୍କୁ ଦେଉଥିବା ଏକ ସାକ୍ଷାତ୍କାରରେ କହିଥିଲେ ଇସ୍ରୋ ରେ କୌଣସି ପ୍ରକାରର ଲିଙ୍ଗ ଭେଦ ନାହିଁ।ନିଜ ପ୍ରତିଭା ଓ କାର୍ଯ୍ୟ ଦକ୍ଷତା ବଳରେ ହିଁ ପ୍ରତ୍ୟକ ଏଠି କାମ କରିବାର ସୁଯୋଗ ପାଇଥାନ୍ତି।ଅନ୍ୟ ପକ୍ଷରେ ରିତୁ ମଙ୍ଗଳାୟାନ ମିଶନରେ ଜଣେ ଡେପୁଟି ଅପରେଶନ ଡ଼ାଇରେକ୍ଟର ଭାବେ କାର୍ଯ୍ୟ କରିଥିଲେ।ଏକ ସାକ୍ଷାତ୍କାର ଅବସରରେ ରିତୁ କହିଥିଲେ ଯେ ସାଧାରଣରେ ଏକ ଲୋକ କଥା ଅଛି କି ପୁରୁଷ ମାନେ ମଙ୍ଗଳ ଗ୍ରହରୁ ଆସିଥାନ୍ତି ଓ ମହିଳା ମାନେ ଶୁକ୍ର ଗ୍ରହରୁ ଆସିଥାନ୍ତି। କିନ୍ତୁ ଭାରତର ମଙ୍ଗଳ ଅଭିଯାନରେ ମହିଳାଙ୍କ ସଫଳତା ହାସଲ ପରେ ଏହି ଲୋକକଥାଟି ବଦଳି ଯାଇଛି । ଏହା ପରେ କୁହାଯାଇପାରିବ ଯେ ମହିଳା ବୈଜ୍ଞାନିକ ମାନଙ୍କୁ ମଙ୍ଗଳରୁ ଆସିଥିବା ମହିଳା କହିବା ଆରମ୍ଭ କରିଦେଲେଣି । ସେ ୧୯୯୭ ମସିହାରୁ ଇସ୍ରୋ ସହ କାମ କରୁଛନ୍ତି । ତାଙ୍କର ଏହି ପ୍ରତିଭା ପାଇଁ ୨୦୦୭ ମସିହାରେ ତାଙ୍କୁ ପୂର୍ବତନ ରାଷ୍ଟ୍ରପତି ଏ.ପି.ଜେ ଅବଦୁଲ କାଲାମଙ୍କ ଠାରୁ ‘ଯୁବ ବୈଜ୍ଞାନିକ’ ପୁରସ୍କାର ମଧ୍ୟ ମିଳିଥିଲା । ଏହି ଦୁଇ ମହିଳା ଚନ୍ଦ୍ରାୟାନ-୨ ଅଭିଯାନରେ ମୁଖ୍ୟ ଭୂମିକା ନିଭେଇଛନ୍ତି । କିନ୍ତୁ ଏମାନଙ୍କ ବ୍ୟତୀତ ଆହୁରି ବହୁ ମହିଳା ଏହି ମିସନର ସଫଳତା ପାଇଁ ଦିନ ରାତି ଏକ କରି ଦେଇଛନ୍ତି ।