ମୁଁ ଫୁଟପାଥରୁ ନୁହେଁ ବହୁତ ଭଲ ପରିବାରରୁ ଆସିଛି, ଆଉ ମୋ ସ୍ୱାମୀ… ରାନୁ ମଣ୍ଡଳ
ରେଳ ଷ୍ଟେସନ ଏବଂ ଗଳି ଗଳି ଗୀତ ଗାଈ ପେଟ ପୋଷୁଥିବା ରାନୁ ମଣ୍ଡଳ ବର୍ତ୍ତମାନ ବାଲିଉଡରେ ନିଜର ଭିନ୍ନ ଏକ ପରିଚୟ ସୃଷ୍ଟି କରିଛନ୍ତି । ରାନୁ ମଣ୍ଡଳ ଆଜି କୌଣସି ଷ୍ଟାରଠାରୁ ମଧ୍ୟ କମ ନୁଁହନ୍ତି । ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚିତ ହୋଇଥିବା ରାନୁ ମଣ୍ଡଳଙ୍କ ବିଷୟରେ ପୁଣି କିଛି ଅକୁହା କଥା ଶୁଣିବାକୁ ମିଳିଛି । ଷ୍ଟେସନରେ ଗୀତ ଗାଉଥିବା ବଲିଉଡ ସିଙ୍ଗର ଏବଂ ସୋସିଆଲ ମିଡିଆର ସେନ୍ସେସନ ରାନୁ ମଣ୍ଡଳ ନିଜ ପରିବାର ବିଷୟରେ ଏକ ଆଶ୍ଚର୍ଯ୍ୟକର ତଥ୍ୟ ସାମ୍ନାକୁ ଆଣିଛନ୍ତି ।
ସୋସିଆଲ ମିଡିଆରେ ଭାଇରଲ ହୋଇଥିବା ଷ୍ଟେସନ ସିଙ୍ଗର ରାନୁ ମଣ୍ଡଳ ନିଜ ପରିବାରକୁ ନେଇ କିଛି ଏଭଳି ତଥ୍ୟ ଦେଇଛନ୍ତି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ବର୍ତ୍ତମାନ ପର୍ଯ୍ୟନ୍ତ ସମସ୍ତେ କେବଳ ଏହା ଜାଣିଛନ୍ତି ଯେ ରାନୁ ମଣ୍ଡଳ ଷ୍ଟେସନରେ ଗୀତ ଗାଈ ନିଜ ପେଟ ପୋଷୁଥିଲେ କିନ୍ତୁ ରାନୁ ମଣ୍ଡଳ ପ୍ରଥମଥର ପାଇଁ ମିଡ଼ିଆକୁ ନିଜ ପରିବାର ବିଷୟରେ କହିଛନ୍ତି । ସେ ନିଜକୁ ଏକ ବହୁତ ଭଲ ପରିବାରରୁ ଆସିଥିବା କହିଛନ୍ତି ।
ଏହାସହ ପଢନ୍ତୁ ବଚ୍ଚନ ପରିବାର ପାଇଁ କାଳହେଲା ମୁମ୍ବାଇ ବର୍ଷା, ପାଣିରେ ଭାସିଲା ବିଗବିଙ୍କ ଘର ଦେଖନ୍ତୁ ଭିଡିଓ
ରାନୁ ମଣ୍ଡଳ କହିଛନ୍ତି ଯେ ‘ ମୁଁ ଫୁଟପାତରେ ଜନ୍ମ ହୋଇନଥିଲି । ମୁଁ ଗୋଟିଏ ବହୁତ ଭଲ ପରିବାରରୁ ଆସିଛି କିନ୍ତୁ ମୋର ଭାଗ୍ୟ ମୋତେ ଆଣି ଏପରି ସ୍ଥାନରେ ପହଞ୍ଚାଇଛି । ଯେତେବେଳେ ମୁଁ ମାତ୍ର ଛଅ ମାସର ଥିଲି ସେତେବେଳେ ମୋତେ ମୋ ମା’ ବାପାଙ୍କ ଠାରୁ ଅଲଗା କରିଦିଆଯାଇଥିଲା । ଏହି ଘଟଣା ପରେ ପୁଣିଥରେ ମୁଁ ଠିଆ ହୋଇଥିଲି ଯେତେବେଳେ ବିବାହ ପରେ ମୋ ସ୍ୱାମୀ ମୋତେ ମୁମ୍ବାଇ ନେଇ ଆସିଥିଲେ ‘ । ରାନୁ ମଣ୍ଡଳ କହିଛନ୍ତି ଯେ ତାଙ୍କ ପାଖେ ଘର ଅଛି କିନ୍ତୁ ଘର ଚଳାଇବା ପାଇଁ କେହି ନାହାନ୍ତି । ତାଙ୍କ କହିବା ଅନୁଯାୟୀ ବହୁତ ବର୍ଷ ପର୍ଯ୍ୟନ୍ତ ସେ ଏକ ରହିଛନ୍ତି ଏବଂ ଜୀବନରେ ବହୁତ ସଂଘର୍ଷ କରିଛନ୍ତି । ସେ ବବୁବେଳେ ଭଗବାନଙ୍କ ଉପରେ ଭରସା ରଖିଥାନ୍ତି ଏବଂ ପରିସ୍ଥିତି ଅନୁଯାୟୀ ସବୁବେଳେ ଗୀତ ଗାଉଥାନ୍ତି ।