ସାଉଥ୍‌ ର ଏହି ଫେମସ୍‌ କମେଡିଆନ୍‌ ୧ହଜାରରୁ ଅଧିକ ଫିଲ୍ମରେ କରିସାରିଲେଣି କାମ, କିନ୍ତୁ ଅସଲ ଜୀବନରେ ସେ କିଛି ଏମିତି

ସାଉଥ୍‌ ଇଣ୍ଡିଆନ୍‌ ଫିଲ୍ମ କଥା ପଡିଲେ ବ୍ରହ୍ମାନନ୍ଦମ୍‌ ଙ୍କ ନାଁ ନଆସିବ, ଏମିତି କେବେ ହୋଇନପାରେ । ଏହି ପ୍ରଖ୍ୟାତ କମେଡିୟାନ୍‌ ଏବେ ଯାଏଁ ପାଖାପାଖି ୧୦୦୦ରୁ ଅଧିକ ଫିଲ୍ମରେ କାମ କରିସାରିଲେଣି । ପରଦାରେ ଯେପରି ସାନଦାର୍‌ ଆକ୍ଟିଙ୍ଗ୍‌ କରିଥାନ୍ତି ସେମିତି ମଜାଦାର ଏବଂ ରୋଚକର ତାଙ୍କର ଜୀବନ । ବ୍ରହ୍ମାନନ୍ଦମଙ୍କ ଫିଲ୍ମ ଇଣ୍ଡଷ୍ଟ୍ରୀରେ କାମ କରିବା ପାଖାପାଖି ୩୧ବର୍ଷରୁ ଅଧିକ ବର୍ଷ ହୋଇଗଲାଣି । ଏମିତି ଏକ ଲମ୍ବା ସମୟ ଧରି କ୍ୟାରିୟରରେ ସେ ବହୁତ କିଛି ପାିସାରିଛନ୍ତି ।

bramhanandamବ୍ରହ୍ମାନନ୍ଦମ୍‌ ନିଜ ମାତା ପିତାଙ୍କର ସପ୍ତମ ସନ୍ତାନ ଅଟନ୍ତି । ଏତେ ଅଧିକ ସଂଖ୍ୟକ ଫିଲ୍ମ କରିବା କାରଣରୁ ତାଙ୍କ ନାଁ ଗିନିଜ୍‌ ବୁକ୍‌ ଅଫ୍‌ ଓ୍ଵାଲ୍ଡ ରେକର୍ଡରେ ମଧ୍ୟ ଦାଖିଲ୍‌ ହୋଇଛି । ଏମିତି ଖୁବ୍‌ କମ୍‌ ତେଲୁଗୁ ଫିଲ୍ମ ଆପଣଙ୍କୁ ମିଳିବ ଯେଉଁଥିରେ ବ୍ରହ୍ମାନନ୍ଦମ୍‌ ଅଭିନୟ କରିନଥିବେ । ବହୁତ ଲୋକ ଜାଣିନଥିବେ କି ୨୦୦୯ରେ ବ୍ରହ୍ମାନନ୍ଦମଙ୍କୁ ପଦ୍ମଶ୍ରୀ ଆଓ୍ଵାର୍ଡ ମିଳିସାରିଛି।

କଳା କ୍ଷେତ୍ରରେ ଭଲ ପ୍ରଦର୍ଶନ ପାଇଁ ବ୍ରହ୍ମାନନ୍ଦମ୍‌ ଙ୍କୁ ଏହି ପ୍ରତିଷ୍ଠିତ ଆଓ୍ଵାର୍ଡ ଦିଆଯାଇଛି । ସେଲିବ୍ରେଟି ହେବାପରେ ମଧ୍ୟ ବ୍ରହ୍ମାନନ୍ଦମ୍‌ ନିଜ ଜୀବନରେ ବହୁତ ଉଚ୍ଚ ନିଚ୍ଚ ଦେଖିଛନ୍ତି । ବ୍ରହ୍ମାନନ୍ଦମ୍‌ ପଦ୍ମଶ୍ରୀ ଆଓ୍ଵାର୍ଡର ବ୍ୟବହାର କୌଣସି ଖରାପ ଉଦ୍ଦେଶ୍ୟରେ କରିଥିବାନେଇ ମଧ୍ୟ ଅଭିଯୋଗ ଆସିଥିଲା ଏବଂ ଏହି ଆଓ୍ଵାର୍ଡକୁ ଫେରାିବା ପାଇଁ ମଧ୍ୟ ତାଙ୍କ ଉପରେ ପ୍ରଭାବ ପକାଯାଇଥିଲା ।

comedianନିକଟରେ ବ୍ରହ୍ମାନନ୍ଦମ୍‌ ଖିଲାଡି ନମ୍ବର ୧୫୦ ଏବଂ ସରାନିୟୋଗଡ୍ଡ ପରି ଫିଲ୍ମରେ ଆକ୍ଟିଙ୍ଗ କରି ନିଜର ଜଲଓ୍ଵା ପ୍ରଦର୍ଶନ କରିଥିବାର ନଜର ଆସିଛନ୍ତି । ବ୍ରହ୍ମାନନ୍ଦମ୍‌ ଗୋଟେ ଫିଲ୍ମ ପାଇଁ ପାଖାପାଖି ୧କୋଟି ଟଙ୍କା ଫିସ୍‌ ଚାର୍ଜ କରିଥାନ୍ତି । ଏହାସହିତ ସେ ସମୁଠାରୁ ଡିମାଣ୍ଡିଙ୍ଗ୍‌ କଳାକାର ଭାବେ ନିଜର ଏକ ସ୍ୱତନ୍ତ୍ର ପରିଚୟ କରିଛନ୍ତି ।

ଏହାସହ ପଢନ୍ତୁ:

ଅନୁ ମଲ୍ଲିକଙ୍କୁ ଟାର୍ଗେଟ କଲେ ସୋନା ମହାପାତ୍ର, କହିଲେ ‘ମୂଷା ପୁଣି ଗାତକୁ ଫେରିଆସୁଛି’

ତାଙ୍କର ଅନେକ ଫ୍ୟାନ୍ସ ଜାଣିନଥିବେ ଯେ ସେ ଆକ୍ଟିଙ୍ଗ କରିବା ପୂର୍ବରୁ ଜଣେ ତେଲୁଗୁ ଶିକ୍ଷକ ଥିଲେ । ଏହାସହିତ ସେ ଏମ.ଏ ଯାଏ ମଧ୍ୟ ଶିକ୍ଷା ଲାଭ କରିଛନ୍ତି । ବ୍ରହ୍ମାନ୍ଦନମ୍‌ ଯେପରି ଜଣେ ଭଲ ଆକ୍ଟର ସେହିପରି ଜଣେ ଭଲ କବି । ତାଙ୍କ କବିତା ଲେଖିବାର ବହୁତ ସଉକ୍‌ ମଧ୍ୟ ରହିଛି ।

Leave A Reply

Your email address will not be published.