ବାଜିରାଓଙ୍କୁ ମିଳିବ ମସ୍ତାନୀ, ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ବଲିଉଡର ଦୁଇ ଲଭ୍‌ ବର୍ଡ ଦୀପବୀର

ଇଟାଲୀ : ବାଜିରାଓଙ୍କୁ ମିଳିବ ମସ୍ତାନୀ । ପ୍ରେମରୁ ବିବାହ । ଆଜି ବାହା ହେବେ ବଲିଉଡର ଦୁଇ ଲଭ୍‌ ବର୍ଡ ଦୀପବୀର । ଟ୍ରାଡିସିନାଲ୍‌ ବିୟୁଟି ଦୀପିକା ପାଦୁକୋନଙ୍କ ହାତ ଧରିବେ ରଣବୀର ସିଂ । ଇଟାଲୀର ଲେକ୍‌ କୋମୋରେ ଏହି ହାଇପ୍ରୋଫାଇଲ୍‌ ବିବାହ ଅନୁଷ୍ଠିତ ହେଉଛି । ବିବାହରେ ହାତ ଗଣିତ କିଛି ଅତିଥିଙ୍କୁ ଉଭୟ ପରିବାର ନିମନ୍ତ୍ରଣ କରିଛନ୍ତି । ଆଜି ଓ ଆସନ୍ତାକାଲି ଦୁଇ ଦିନ ବିବାହ ଉତ୍ସବ ଚାଲିବ । ଦୁଇ ଷ୍ଟାର ଅଲଗା ଅଲଗା ସମ୍ପ୍ରଦାୟରୁ ହୋଇଥିବାରୁ ଦୁଇ ଥର ବିବାହ ପର୍ବ ଅନୁଷ୍ଠିତ ହେବ ।

deepikaଦୀପିକା ଦକ୍ଷିଣ ଭାରତୀୟ ହୋଇଥିବାରୁ ଆଜି ପ୍ରଥମେ ସାଉଥ୍‌ ପରମ୍ପରା ଅନୁସାରେ ଉଭୟେ ବିବାହ କରିବେ । ସେହିପରି ରଣବୀର ସିନ୍ଧି ପଞ୍ଜାବୀ ପରିବାର ହୋଇଥିବାରୁ ଆସନ୍ତାକାଲି ପଞ୍ଜାବୀ ରୀତିନୀତିରେ ହେବ ବିବାହ । ବିବାହରେ ଯୋଗ ଦେବାକୁ ଶାହାରୁଖ ଖାନ୍‌, ସଞ୍ଜୟ ଲୀଲା ଭନସାଲୀ, ଆଦିତ୍ୟ ଚୋପ୍ରା, କରଣ ଜୋହର ଓ ଫରହା ଖାନଙ୍କୁ ନିମନ୍ତ୍ରଣ କରାଯାଇଛି । ତେବେ ବିଟାଉନ୍‌ର ଅନ୍ୟ ସମସ୍ତ ସେଲିବ୍ରିଟି ରିସେପସନ୍‌ ପାର୍ଟିରେ ଯୋଗ ଦେବେ ।

deepikaଆସନ୍ତା ୨୧ ତାରିଖରେ ବେଙ୍ଗାଳୁରୁରେ ହୋଟେଲ ଲୀଲାରେ ରହିଛି ପ୍ରଥମ ରିସେପସନ୍‌ । ଏହାପରେ ଫିଲ୍ମ ଇଣ୍ଡଷ୍ଟ୍ରି ଓ ସାଙ୍ଗସାଥୀଙ୍କ ପାଇଁ ମୁମ୍ବାଇରେ ୨୮ ତାରିଖରେ ପାର୍ଟି ରଖିଛନ୍ତି ଦୀପବୀର । ବହୁ ଦିନର ଲୁଚାଛପା ପ୍ରେମ ଶେଷରେ ବିବାହର ରୂପ ନେବାକୁ ଯାଉଛି । ଏମାନଙ୍କ ବିବାହକୁ ନେଇ ବେଶ ଚର୍ଚ୍ଚା ଲାଗି ରହିଥିଲା । ଏବେ ଦୀପବୀରଙ୍କ ବିବାହ ଫଟୋ ଦେଖିବାକୁ ଫ୍ୟାନ୍‌ମାନେ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଛନ୍ତି ।

Leave A Reply

Your email address will not be published.