ରାଜ ବବ୍ଦରଙ୍କୁ ଛୁଇଁଲା ୬୯: ପ୍ରଥମ ପତ୍ନୀଙ୍କୁ ଛାଡ଼ି କରି ନେଇଥିଲେ ଦ୍ୱିତୀୟ ବିବାହ, ୮୦ ଦଶକରେ ଲିଭ-ଇନ୍‌ରେ ରହୁଥିଲେ ଏହି ଅଭିନେତା

ବଲିଉଡ୍‌ର ଜଣାଶୁଣା ଅଭିନେତା ରାଜ ବବ୍ଦର ଆଜି ନିଜର ୬୯ତମ ଜନ୍ମଦିନ ପାଳନ କରୁଛନ୍ତି। ଯଦିଓ ରାଜ ବର୍ତ୍ତମାନ ରାଜନୀତିରେ ପ୍ରବେଶ କରିସାରିଛନ୍ତି, କିନ୍ତୁ ଦିନ ଥିଲା ଯେତେବେଳେ ସେ ଝିଅମାନଙ୍କ ହୃଦୟରେ ରାଜ କରୁଥିଲେ ଏବଂ ତାଙ୍କ ଫିଲ୍ମଗୁଡ଼ିକ ବକ୍ସ ଅଫିସରେ କମାଲ କରୁଥିଲା। ଫିଲ୍ମକୁ ଆସିବା ପୂର୍ବରୁ ରାଜ ବବ୍ଦର ଷ୍ଟ୍ରୀଟ୍‌ ଥିଏଟରରୁ ଆକ୍ଟିଂ ଟ୍ରେନିଂ ନେଉଥିଲେ। ପରେ ସେ ଦିଲ୍ଲୀରୁ ମୁମ୍ବାଇ ଶିଫ୍ଟ ହୋଇଯାଇଥିଲେ। ରାଜ ବବ୍ଦର ନିଜ କ୍ୟାରିୟର ସେହି ସମୟର ଟପ୍‌ ଅଭିନେତ୍ରୀ ରୀନା ରୟଙ୍କ ସହିତ ଆରମ୍ଭ କରିଥିଲେ।

‘ଇନ୍‌ସାଫ କା ତରାଜୁ’ରେ ରାଜ ବବ୍ଦର ନେଗେଟିଭ୍‌ ଚରିତ୍ରରେ ନଜର ଆସିଥିଲେ। ଏଥିରେ ସେ ଜୀନତ୍‌ ଅମାନଙ୍କ ସହିତ ରେପ୍‌ ସିନ୍‌ କରିଥିଲେ, ଯେଉଁ କାରଣରୁ ସେ ବହୁତ ଡରି ଯାଇଥିଲେ। ସେ ଏହି କଥାକୁ ନେଇ ଡରିକି ଥିଲେ ଯେ ସେ ନୂଆ କଳାକାର ଏବଂ ଜୀନତ୍‌ ଅମାନ ଏତେ ବଡ଼ ହିରୋଇନ୍‌। କିନ୍ତୁ ଏହି ରୋଲ୍‌କୁ ରାଜ ବହୁତ ଭଲ ଭାବେ ନିଭାଇଥିଲେ ଏବଂ ଲୋକଙ୍କୁ ତାଙ୍କ ଅଭିନୟ ଖୁବ୍‌ ପସନ୍ଦ ଆସିଥିଲା।

ରାଜ ବବ୍ଦର ଫିଲ୍ମ ବ୍ୟତୀତ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ବେଶ୍‌ ଚର୍ଚ୍ଚାରେ ରହିଥିଲେ। ଯେତେବେଳେ ସେ ଷ୍ଟ୍ରଗଲ କରୁଥିଲେ, ସେହି ସମୟରେ ନାଦିରା ବବ୍ଦରଙ୍କୁ ଭଲପାଇ ବସିଥିଲେ। ପରେ ଦୁହେଁ ୧୯୭୫ରେ ବିବାହ କରି ନେଇଥିଲେ। ନାଦିରାଙ୍କ ପରେ ବି ରାଜ ବବ୍ଦର ପୁଣିଥରେ ପ୍ରେମରେ ପଡ଼ିଥିଲେ।

କୁହାଯାଇଥାଏ କି, ଫିଲ୍ମ ‘ଭିଗି ପଲକେଁ’ ସମୟରେ ରାଜ ବବ୍ଦର ଓ ସ୍ମିତା ପାଟିଲଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ୮୦ ଦଶକରେ ହିଁ ଏହି ଦୁଇଜଣ ଲିଭ-ଇନ-ରିଲେଶନଶିପରେ ରହିବାକୁ ଲାଗିଥିଲେ। ପରେ ରାଜ, ନାଦିରାଙ୍କୁ ଛାଡ଼ି ସ୍ମିତାଙ୍କୁ ବିବାହ କରିଥିଲେ। ରାଜ ବବ୍ଦରଙ୍କର ୩ ପୁଅଝିଅ ଅଛନ୍ତି। ସେମାନେ ହେଲେ, ଜୁହୀ, ଆର୍ଯ୍ୟ ଓ ପ୍ରତୀକ। ଜୁହୀ ଓ ଆର୍ଯ୍ୟ ନାଦିରାଙ୍କଠାରୁ ଜନ୍ମ ହୋଇଥିବା ବେଳେ ପ୍ରତୀକ ସ୍ମିତା ଓ ରାଜ ବବ୍ଦରଙ୍କ ପୁଅ। ଏବେ ସ୍ମିତାଙ୍କ ନିଧନ ପରେ ରାଜ ପୁଣି ପ୍ରଥମ ପତ୍ନୀ ନାଦିରାଙ୍କ ପାଖକୁ ଫେରି ଯାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.