ଟୋନି କକ୍କରଙ୍କ ସହ ହଂସିକାଙ୍କ ନୂଆ ସଙ୍ଗ୍‌ ‘ବୁଟି ସେକ୍‌’ ରିଲିଜ୍‌, ୟୁଟ୍ୟୁବରେ ଧମାଲ ମଚାଉଛି ଭିଡିଓ

ଟୋନି କକ୍କର ମଧ୍ୟ ନିଜ ଭଉଣୀ ନେହା କକ୍କରଙ୍କ ଭଳି ନୂଆ ନୂଆ ଭିଡିଓ ଜରିଆରେ ଧମାଲ ମଚାଉଛନ୍ତି। ନିକଟରେ ତାଙ୍କର ନୂଆ ଗୀତ ‘ବୁଟି ସେକ’ ରିଲିଜ୍‌ ହୋଇଛି। ଗୀତରେ ଟୋନି କକ୍କରଙ୍କ ବ୍ୟତୀତ ଆକ୍ଟ୍ରେସ୍‌ ହଂସିକା ମୋଟଓ୍ଵାନି ମଧ୍ୟ ନଜର ଆସୁଛନ୍ତି। ସବୁଥର ଭଳି ଟୋନିଙ୍କର ଏହି ଗୀତ ସୋସିଆଲ ମିଡିଆରେ ରିଲିଜ୍‌ ହେବାର ତୁରନ୍ତ ପରେ ହିଁ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଟୋନି କକ୍କରଙ୍କ ଏହି ଭିଡିଓରେ ଫ୍ୟାନ୍ସ ଖୁବ୍‌ ପ୍ରତିକ୍ରୀୟା ଦେଉଛନ୍ତି।

ଟୋନି କକ୍କର ଏବଂ ହଂସିକା ମୋଟଓ୍ଵାନିଙ୍କ ସଙ୍ଗ୍‌ ‘ବୁଟି ସେକ’ ୯ ଫେବୃୟାରୀେ ରିଲିଜ୍‌ କରାଯାଇଛି। ଏବେ ସୁଦ୍ଧା ଗୀତକୁ ୩୮ ଲକ୍ଷ ୬୭ ହଜାରରୁ ଅଧିକ ଥର ଦେଖାଯାଇସାରିଲାଣି। ୟୁଟ୍ୟୁବରେ ଏହି ସଙ୍ଗ୍‌ ପ୍ରାୟ ଚାରି ନମ୍ବରରେ ଟ୍ରେଣ୍ଡ କରୁଛି। ଦେଶୀ ୟୁଟ୍ୟୁବ ଚ୍ୟାନେଲରେ ଏହାକୁ ରିଲିଜ୍‌ କରାଯାଇଛି। ଗୀତର ଖାସିୟତ୍‌ ହେଉଛି ଟୋନି ଏହି ଗୀତ କରିବା ସହିତ ବୋଲ ଏବଂ ସଂଗୀତ ମଧ୍ୟ ଦେଇଛନ୍ତି। ସେହିପରି ହଂସିକା ମୋଟଓ୍ଵାନି ମଧ୍ୟ ଏଥିରେ ଜବରଦସ୍ତ ଟ୍ରାନ୍ସମିସନ୍‌ ଦେଖିବାକୁ ମିଳୁଛି।

ଟୋନି କକ୍କର ନିକଟରେ ସେହନାଜ୍‌ ଗିଲ ସଙ୍ଗ୍‌ ‘କୁର୍ତ୍ତା ପାଜାମା’ ଗୀତ ରିଲିଜ୍‌ ହୋଇଥିଲା। ତାଙ୍କର ଏହି ଗୀତ ମଧ୍ୟ ସୁପରହିଟ୍‌ ହୋଇଥିଲା। ସେହିପରି ହଂସିକା ମୋଟଓ୍ଵାନୀଙ୍କ ବିଷୟରେ କହିବା ତ ସେ ନିଜ ଆକ୍ଟିଙ୍ଗ୍‌ କ୍ୟାରିୟର ‘ସାକା ଲାକା ବୁମ୍‌ ବୁମ୍‌’ରେ ଶିଶୁ କଳାକଳାର ଭାବେ ଆରମ୍ଭ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.