ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରିବା ବେଳେ କରୁଛନ୍ତି କି ଏହିସବୁ ଭୁଲ୍, ତେବେ ହୋଇଯାଆନ୍ତୁ ସତର୍କ

ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରିବା କାହାକୁ ବା ପସନ୍ଦ ନୁହେଁ ? କିଛି ଲୋକ କିଛି ଲେଖିବା ବଦଳରେ କେବଳ ଫଟୋ ହିଁ ଅପଲୋଡ୍ କରନ୍ତି । ଖାଲି ସେତିକି ନୁହେଁ, ଫଟୋରେ ଲାଇକ୍ସ ପାଇବା ପାଇଁ ଲୋକମାନେ ଅନେକ ପ୍ରକାର ଉପାୟ ମଧ୍ୟ ଆପଣାଇଥାନ୍ତି । କିନ୍ତୁ ବହୁତ କମ୍ ଲୋକ ଜାଣିଥାନ୍ତି ଯେ, ଫଟୋ ଅପଲୋଡ୍ କରିବା ସମୟରେ ସେମାନେ ଅଜାଣତରେ କିଛି ଭୁଲ୍ କରିଦେଇଥାନ୍ତି । ଏମିତି ଭୁଲ୍ ପାଇଁ ଆପଣଙ୍କୁ ପରେ ପସ୍ତେଇବାକୁ ପଡିପାରେ ।

ସବୁବେଳେ ମନେ ରଖନ୍ତୁ ଯେ ଫଟୋ ଅପଲୋଡ୍ ହେବା ସମୟରେ ଆପଣଙ୍କ ପାଖରେ କିଏ ଅଛି । କାରଣ ଲୋକମାନେ ସୋସିଆଲ ମିଡିଆରେ କେବଳ ଆପଣଙ୍କୁ ନୁହେଁ, ବରଂ ଆପଣଙ୍କ ବ୍ୟାକଗ୍ରାଉଣ୍ଡ ବା ଆପଣଙ୍କ ପାଖରେ କିଏ ଅଛି ତାକୁ ମଧ୍ୟ ଦେଖିଥାନ୍ତି ।

instagram

ଅନେକ ଥର ଲୋକମାନେ ଖାଦ୍ୟପେୟର ଫଟୋ ଅପଲୋଡ କରିଥାନ୍ତି । ଏମିତି କରିବା ଦ୍ୱାରା ଆପଣଙ୍କ ଜୀବନଶୈଳୀ ସମ୍ପର୍କରେ ଜଣାପଡିଥାଏ । ଆପଣଙ୍କ ଡାଏଟିଂ ସମ୍ପର୍କରେ ଜଣାପଡେ । ଯଦି ଖାଦ୍ୟ ପାଖରେ ମଦ ବୋତଲ ରଖାଯାଇଥାଏ ତେବେ ଆପଣଙ୍କ ବ୍ୟକ୍ତିଗତ ଜୀବନ ସମ୍ପର୍କରେ ମଧ୍ୟ ରାଜ୍ ଖୋଲିଯାଏ ।

ଅନେକ ଥର ଆପଣ ଅଫିସରେ କୌଣସି ବାହାନା କରି ଛୁଟି ବିତାଇବା ପାଇଁ ଯାଇଥାନ୍ତି । କିନ୍ତୁ ଆପଣଙ୍କ କୌଣସି ଫଟୋ ଆପଣଙ୍କ ଲୋକେସନ୍ ଜଣାଇଦିଏ । ଏଥିପ୍ରତି ଧ୍ୟାନ ଦିଅନ୍ତୁ । ତେବେ ମୋଟ୍ ଉପରେ କହିବାକୁ ଗଲେ ନିଜ ସୋସିଆଲ ମିଡିଆ ଆକାଉଣ୍ଟ୍ସର ପ୍ରାଇଭେସି ସେଟିଂକୁ ମଜବୁତ କରନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.