ସାମ୍ନାକୁ ଆସିଲା ତାରିଖ ଧୂମଧାମରେ ହେବ ଭିକ୍କି-କ୍ୟାଟ୍ରିନାଙ୍କ ରିସେପସନ୍‌ ପାର୍ଟୀ, ସାମିଲ ହେବେ ସଲମାନ ଖାନଙ୍କ ଠାରୁ ନେଇ ରଣବୀର କପୁର

ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା ଏବଂ ଅଭିନେତା ଭିକ୍କି କୌଶଲ ରାଜସ୍ଥାନରେ ୯ ଡିସେମ୍ବର ଦିନ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଆଉ ବର୍ତ୍ତମାନ ଭିକି କୌଶଲ ଏବଂ କ୍ୟାଟ୍ରିନା କୈଫ ହନିମୁନ୍‌ରୁ ମୁମ୍ବାଇ ଫେରିଛନ୍ତି। ବିବାହ ସମୟରେ ଆଲୋଚନା ହୋଇଥିଲା ଯେ ସେ ଡିସେମ୍ବର ୧୦ ରେ ମୁମ୍ବାଇରେ ବନ୍ଧୁ ଏବଂ ଫିଲ୍ମ ଷ୍ଟାରଙ୍କ ପାଇଁ ଏକ ରିସେପ୍ସନ୍ ପାର୍ଟି କରିବେ। କିନ୍ତୁ ସେତେବେଳେ ବିକି ଏବଂ କ୍ୟାଟ୍ରିନା ମୁମ୍ବାଇ ପରିବର୍ତ୍ତେ ଅନ୍ୟ କିଛି ସ୍ଥାନକୁ ଯାଇଥିଲେ।

କିନ୍ତୁ ବର୍ତ୍ତମାନ ଖବର ଅନୁଯାୟୀ, ବିକି-କ୍ୟାଟ୍ରିନା ଡିସେମ୍ବର ୨୦ ରେ ମୁମ୍ବାଇରେ ଗ୍ରାଣ୍ଡ ରିସେପ୍ସନ୍ କରିବେ। କ୍ୟାଟ୍ରିନା ଏବଂ ତାଙ୍କ ପରିବାର ଖ୍ରୀଷ୍ଟମାସକୁ ଧୁମଧାମର ସହିତ ପାଳନ କରନ୍ତି। ତେଣୁ ଭିକି ଏବଂ କ୍ୟାଟ୍ରିନା ଏଥର ଖ୍ରୀଷ୍ଟମାସ ସାଥି ହୋଇ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସୂଚନା ଅନୁଯାୟୀ, ଏହି କପଲ୍ ଖ୍ରୀଷ୍ଟମାସ ପୂର୍ବରୁ ଗ୍ରାଣ୍ଡ୍ ୱେଡିଂ ରିସେପ୍ସନ୍ କରିବେ।

 

View this post on Instagram

 

A post shared by Katrina Kaif (@katrinakaif)

ରିପୋର୍ଟ ଅନୁଯାୟୀ, କ୍ୟାଟ୍ରିନା ଏବଂ ଭିକି କୌଶଲ ୱେଡିଂ ରିସେପ୍ସନରେ ସଲମାନ ଖାନଙ୍କ ଠାରୁ ନେଇ ରଣବୀର କପୁର, ଅମିତାଭ ବଚ୍ଚନ ଏବଂ ଶାହାରୁଖ ଖାନଙ୍କୁ ନିମନ୍ତ୍ରଣ କରିପାରନ୍ତି। ଏହି ସମସ୍ତ ଷ୍ଟାରଙ୍କୁ ନିମନ୍ତ୍ରଣ ପଠାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.