Below header

ଇସ୍ପାତ ଓ ଖଣି ବିଭାଗର ପଶିଲା କରୋନା, ଏକକାଳୀନ ୧୫ କର୍ମଚାରୀ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର (କେନ୍ୟୁଜ) : ଇସ୍ପାତ ଓ ଖଣି ବିଭାଗର ୧୫ ଜଣ କର୍ମଚାରୀ କୋଭିଡ୍ ପଜିଟିଭ୍ ଚିହ୍ନଟ । ଏକକାଳୀନ ଗୋଟିଏ ବିଭାଗର ୧୫ ଜଣ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଥିବାରୁ କର୍ମଚାରୀମାନେ ଭୟଭୀତ ହୋଇଯାଇଛନ୍ତି। ତେବେ ସଂକ୍ରମଣକୁ ଦୃଷ୍ଟିରେ ରଖି ୪୮ ଘଣ୍ଟା ପାଇଁ ବନ୍ଦ ରହିବ ରାଜ୍ୟ ଇସ୍ପାତ ଓ ଖଣି ବିଭାଗ । ସମ୍ପୂର୍ଣ୍ଣ ବିଶୋଧନ ପାଇଁ ବିଭାଗ ବନ୍ଦ ରହିବ ବୋଲି ସୂଚନା ପ୍ରଦାନ କରାଯାଇଛି ।

ଆଜି ଓ ଆସନ୍ତାକାଲି ପାଇଁ ବିଭାଗ ବନ୍ଦ ରଖାଯାଉଛି । ଆସନ୍ତା ୧୮ ତାରିଖରେ ପୂର୍ବ ଭଳି କାର୍ଯ୍ୟକ୍ଷମ ହେବ । ଅଫିସ୍ ଆସୁନଥିବା କର୍ମଚାରୀ ଘରେ ରହି କାମ କରିବେ । ୧୮ ଜଣ କର୍ମଚାରୀ ଜରୁରୀ କାର୍ଯ୍ୟ ସମ୍ପାଦନ କରିବେ । ସାଧାରଣ ପ୍ରଶାସନ ବିଭାଗର ନିର୍ଦ୍ଦେଶ ଅନୁଯାୟୀ ନିଷ୍ପତ୍ତି ହୋଇଛି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.