ମା’ ହେଲେ ‘ବିବାହ’ ଫେମ ଅଭିନେତ୍ରୀ ଅମୃତା ରାଓ, ଜନ୍ମ ଦେଲେ ଶିଶୁପୁତ୍ର

‘ବିବାହ’ ଫେମ ବଲିଉଡ ଅଭିନେତ୍ରୀ ଅମୃତା ରାଓ ମା’ ହୋଇଛନ୍ତି। ସେ ରବିବାର ସକାଳେ ଏକ ସୁସ୍ଥ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। ଅମୃତା ଓ ତାଙ୍କ ସ୍ୱାମୀ ଆରଜେ ଅନମୋଲ ଗତ କିଛିଦିନ ତଳେ ତାଙ୍କ ଘରକୁ ନୂଆ ଅତିଥି ଆସୁଥିବା ନେଇ ସୋସିଆଲ ମିଡିଆରେ ସେୟାର କରିଥିଲେ। ଏବେ ଦୁହେଁ ମା’, ବାପା ହେବା ପରେ ସମସ୍ତଙ୍କଠାରୁ ଆଶୀର୍ବାଦ ଲୋଡ଼ିଛନ୍ତି।

m

ତେବେ ରିପୋର୍ଟ ମୁତାବକ, ଏହି ସମ୍ପୂର୍ଣ୍ଣ ଡେଲିଭରି ସମୟରେ ଅମୃତାଙ୍କ ସ୍ୱାମୀ ଅନମୋଲ ଅପରେଶନ ଥିଏଟରରେ ଉପସ୍ଥିତ ଥିଲେ। ସୂଚନାଥାଉ କି, ଅମୃତା ୧୯ ଅକ୍ଟୋବରରେ ଖୁଲାସା କରିଥିଲେ ଯେ ସେ ୯ ମାସର ଗର୍ଭବତୀ ଅଛନ୍ତି। ସେ ନିଜ ବେବି ବମ୍ପ ଦେଖାଇ ସ୍ୱାମୀଙ୍କ ସହିତ ଏକ ସୁନ୍ଦର ଫଟୋ ପୋଷ୍ଟ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.