ପୁଣିଥରେ ଆରମ୍ଭ ହେଲା ‘KGF 2’ର ସୁଟିଂ, ଆସନ୍ତା ବର୍ଷ ଏହିଦିନରେ ହେବାକୁ ଯାଉଛି ରିଲିଜ

ସାଉଥର ରକିଂ ଷ୍ଟାର୍ ୟଶଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘କେଜିଏଫ୍ ୨’ର ସୁଟିଂ ପୁଣି ଆରମ୍ଭ ହୋଇଛି । ନିକଟରେ ୟଶ ଏକ ଫଟୋ ସେୟାର କରି ଏହି ସୂଚନା ଦେଇଛନ୍ତି । ତେବେ ବର୍ତ୍ତମାନ ଏହି ଫିଲ୍ମ ବିଷୟରେ ନୂଆ ତଥ୍ୟ ପ୍ରକାଶ ପାଇଛି । ଖବର ଅନୁଯାୟୀ, ଫିଲ୍ମର ରିଲିଜ୍ ତାରିଖ ଘୋଷଣା ପାଇଁ ନିର୍ମାତାମାନେ ନିଷ୍ପତ୍ତି ନେଇସାରିଛନ୍ତି ।

 

View this post on Instagram

 

Waves can’t be stopped but you can learn to sail.. After a long break.. Rocky sets sail from today.

A post shared by Yash (@thenameisyash) on


ମିଳିଥିବା ସୂଚନା ଅନୁଯାୟୀ ‘କେଜିଏଫ୍ 2’ର ସୁଟିଂ ପ୍ରାୟ ସମ୍ପୂର୍ଣ୍ଣ ହୋଇଛି କେବଳ 10 ଦିନର ସୁଟିଂ ବାକି ଅଛି । ନିର୍ମାତାମାନେ ଆସନ୍ତା ବର୍ଷ 14 ଜାନୁୟାରୀ 2021 ଅର୍ଥାତ ସଂକ୍ରାନ୍ତି ଅବସରରେ ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରିବାକୁ ପ୍ରସ୍ତୁତ ହେଉଛନ୍ତି । କୁହାଯାଉଛି ଯେ ନିର୍ମାତାମାନେ ଆସନ୍ତା କିଛି ଦିନ ମଧ୍ୟରେ ଫିଲ୍ମର ରିଲିଜ୍ ତାରିଖ ଘୋଷଣା କରିପାରିବେ । ନିକଟରେ କାର୍ଯ୍ୟନିର୍ବାହୀ ନିର୍ମାତା କାର୍ତ୍ତିକ ଗୌଡା କହିଛନ୍ତି ଯେ ଫିଲ୍ମକୁ ରିଲିଜ କରିବା ପାଇଁ ସେ ପ୍ରେକ୍ଷାଳୟ ଖୋଲିବା ପର୍ଯ୍ୟନ୍ତ ଅପେକ୍ଷା କରିବେ ।

Yash's KGF: Chapter 2 to hit the screens on January 14? - Movies News

ତେବେ ‘କେଜିଏଫ୍ ୨’ ରେ ମୁଖ୍ୟ ଭୂମିକାରେ ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ଏବଂ ରବିନା ଟଣ୍ଡନ ମଧ୍ୟ ଅଭିନୟ କରିବେ । ଏହି ଚଳଚ୍ଚିତ୍ରରେ ଶ୍ରୀନିଧୀ ଶେଟ୍ଟୀ ୟଶଙ୍କ ସହିତ ମୁଖ୍ୟ ଭୂମିକାରେ ନଜର ଆସିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.