ବାବା ରାମଦେବଙ୍କ ବିସ୍ଫୋରକ ବୟାନ, ‘ସଲମାନ ଖାନ ଓ ଶାହରୁଖ ଖାନ ଖାଆନ୍ତି ଡ୍ରଗ୍ସ’! ଆର୍ଯ୍ୟସମାଜକୁ କହିଲେ ସବୁଠୁ ପବିତ୍ର

ଯୋଗଗୁରୁ ବାବା ରାମଦେବଙ୍କ ବିସ୍ଫୋରକ ବୟାନ। ନିକଟରେ ଏକ କାର୍ଯ୍ୟକ୍ରମରେ ଭାଗ ନେବାକୁ ପହଞ୍ଚିଥିବା ବାବା ରାମଦେବ ସେଠାରେ ଏଭଳି ଏକ ବୟାନ ଦେଇଥିଲେ, ଯାହାକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। ସେ ମଞ୍ଚରୁ ନିଶାମୁକ୍ତ ଭାରତକୁ ନେଇ ଲୋକଙ୍କୁ ସଚେତନ କରିବା ସହିତ ବଲିଉଡ୍‌ ଅଭିନେତା ସଲମାନ ଖାନ ଓ ଶାହରୁଖ ଖାନଙ୍କୁ ଟାର୍ଗେଟ୍‌ରେ କରିଥିଲେ। ଫିଲ୍ମ ଇଣ୍ଡଷ୍ଟ୍ରୀ ସହ ଜଡ଼ିତ ଅନେକ ଲୋକଙ୍କ ଉପରେ ସେ ନିଶା ଏବଂ ଡ୍ରଗ୍ସ ସେବନର ଅଭିଯୋଗ ଲଗାଇଥିଲେ। ସେମାନଙ୍କ ବିରୋଧରେ ବାବାଙ୍କ ବିବାଦୀୟ ବୟାନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

କେବଳ ଏତିକି ନୁହେଁ, ବାବା ରାମଦେବ ଇସ୍‌ଲାମରେ ମଦ୍ୟପାନ କରୁଥିବା ବ୍ୟକ୍ତିଙ୍କୁ ଅପବିତ୍ର ବୋଲି କହିଥିଲେ। ଏଭଳି ବିବାଦୀୟ ଅଭିଯୋଗ କରି ସେ ଜିନ୍ନାଙ୍କ ଉପରେ ମଧ୍ୟ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲେ। ରାମଦେବ କହିଥିଲେ କି, ସମସ୍ତଙ୍କ କର୍ତ୍ତବ୍ୟ ହେଉଛି, ଆମ ଭିତରୁ କେହି ବି ସିଗାରେଟ୍‌ କି ମଦ୍ୟପାନ କରିବା ଉଚିତ୍‌ ନୁହେଁ। ଏ ନେଇ ଆର୍ଯ୍ୟସମାଜ ଯେଉଁ କାମ କରିଛି, ଆଜି ତାହାର ଆହୁରି ଆବଶ୍ୟକତା ରହିଛି। ତାଙ୍କ କହିବା ହେଲା, ଯଦି ପୂରା ଦେଶ ନିଶାମୁକ୍ତ ହୋଇଯିବ, ତା’ ହେଲେ ମହର୍ଷି ଦୟାନନ୍ଦଙ୍କ ସ୍ୱପ୍ନ ପୂରଣ ହେବ। ଏଥିପାଇଁ ଲୋକମାନେ ନିଜେ ଭାବିବା ଉଚିତ୍‌।

‘ଏକମାତ୍ର ପବିତ୍ର ସମାଜ ହେଉଛି ଆର୍ଯ୍ୟସମାଜ’

ବାବା ରାମଦେବ କହିଛନ୍ତି, ଇସଲାମରେ ମଦ୍ୟପାନ କରୁଥିବା ବ୍ୟକ୍ତିଙ୍କୁ ଅପବିତ୍ର କୁହାଯାଏ। ପୁଣି ଆମେ ତ ଋଷିମାନଙ୍କର ବଂଶଧର, ଆମକୁ ସିଗାରେଟ୍ ଏବଂ ମଦ୍ୟପାନ, ପ୍ରତ୍ୟେକ ଖରାପ ଅଭ୍ୟାସରୁ ଦୂରେଇ ରହିବା ଉଚିତ୍। ଇସ୍‌ଲାମରେ ଯଦି ଲୋକମାନେ ମଦ୍ୟପାନ ଛାଡ଼ି ଦିଅନ୍ତି, ତ ବିଡି, ସିଗାରେଟ୍, ତମାଖୁ, ଗୁଟଖା, ଏପରିକି ଡ୍ରଗ୍ସ ନେବାକୁ ଲାଗି ଯାଆନ୍ତି। ଆଜି ଯଦି ଏକମାତ୍ର କୌଣସି ପବିତ୍ର ସମାଜ ଅଛି, ତାହା ହେଉଛି ଆର୍ଯ୍ୟସମାଜ। ଏଥି ସହିତ ବାବା ରାମଦେବ ବଲିଉଡ୍‌ର ଅନେକ ଅଭିନେତାଙ୍କୁ ଟାର୍ଗେଟ କରିଥିଲେ।

‘ସବୁ ସ୍ଥାନରେ ବୃଦ୍ଧି ପାଉଛି ନିଶା ସେବନ’

ବାବା ରାମଦେବ କହିଥିଲେ କି, ନିକଟରେ ଶାହାରୁଖ ଖାନଙ୍କ ପୁଅ ଡ୍ରଗ୍ସ ନେବା ଅଭିଯୋଗରେ ଜେଲ ଯାଇ ଆସିଛନ୍ତି। ସଲମାନ ଖାନ, ଆମିର ଖାନ ଏବଂ ଏହିପରି ଅନେକ ଲୋକ ଫିଲ୍ମ ଇଣ୍ଡଷ୍ଟ୍ରୀ ଭିତରେ ଡ୍ରଗ୍ସ ସେବନ କରୁଛନ୍ତି। ନିର୍ବାଚନ ସମୟରେ ମଧ୍ୟ ମଦ ବଣ୍ଟାଯାଉଛି। ସବୁ ଜାଗାରେ ନିଶା ସେବନ ବୃଦ୍ଧି ପାଉଛି। ବାବା ରାମଦେବଙ୍କ କହିବା ହେଲା, ସେ ନିଶାମୁକ୍ତିକୁ ନେଇ ଆନ୍ଦୋଳନ ଚଳାଇବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.