ବଲିଉଡ୍‌ ଅଭିନେତ୍ରୀ ଜରିନ୍‌ ଖାନ୍‌ଙ୍କୁ ଡେଙ୍ଗୁ, ପ୍ରବଳ ଜ୍ୱର ସହିତ ହସ୍ପିଟାଲରେ ଭର୍ତ୍ତି

ବଲିଉଡ୍‌ ଅଭିନେତ୍ରୀ ଜରିନ୍‌ ଖାନଙ୍କୁ ଡେଙ୍ଗୁ। ବର୍ତ୍ତମାନ ସେ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି। ତାଙ୍କୁ ପ୍ରବଳ ଜ୍ୱର ସହିତ ଶରୀର ଯନ୍ତ୍ରଣା ହେଉଛି। ଏ କଥା ନିଜେ ଅଭିନେତ୍ରୀ ସୋସିଆଲ ମିଡିଆ ଆକାଉଣ୍ଟ ଜରିଆରେ ଜଣାଇଛନ୍ତି।

ବଲିଉଡ୍‌ ଅଭିନେତ୍ରୀ ଜରିନ୍‌ ଖାନଙ୍କୁ ଡେଙ୍ଗୁ। ବର୍ତ୍ତମାନ ସେ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି। ତାଙ୍କୁ ପ୍ରବଳ ଜ୍ୱର ସହିତ ଶରୀର ଯନ୍ତ୍ରଣା ହେଉଛି। ଏ କଥା ନିଜେ ଅଭିନେତ୍ରୀ ସୋସିଆଲ ମିଡିଆ ଆକାଉଣ୍ଟ ଜରିଆରେ ଜଣାଇଛନ୍ତି।

ଜରିନ୍‌ ଖାନ୍‌ ପ୍ରଥମେ ଇନ୍‌ଷ୍ଟାଗ୍ରାମରେ ଏକ ଷ୍ଟୋରୀ ଦେଇଥିଲେ, ଯେଉଁଥିରେ ତାଙ୍କ ହାତରେ ଡ୍ରିପ୍‌ ଲାଗିଥିବା ଦେଖାଯାଇଥିଲା। ଯଦିଓ ପରେ ସେହି ଷ୍ଟୋରୀକୁ ସେ ଡିଲିଟ୍‌ କରିଦେଇଥିଲେ। ଏହାପରେ ଜରିନ୍‌ ଆଉ ଏକ ଷ୍ଟୋରୀ ଦେଇଥିଲେ, ଯେଉଁଥିରେ ଜୁସ୍‌ ଗ୍ଲାସ୍‌ ଦେଖିବାକୁ ମିଳିଛି। ଏହି ଫଟୋ ସହିତ ଜରିନ୍‌ ଲେଖିଛନ୍ତି, ‘ରିକଭରୀ ମୋଡ୍‌’।

ଏତଦ୍‌ବ୍ୟତୀତ ସେ ନିଜ ଇନ୍‌ଷ୍ଟା ଷ୍ଟୋରୀ ଜରିଆରେ ଫ୍ୟାନ୍‌ମାନଙ୍କୁ ଡେଙ୍ଗୁରୁ ରକ୍ଷା ପାଇବା ପାଇଁ ସାବଧାନତା ଅବଲମ୍ବନ କରିବାକୁ କହିଛନ୍ତି। ସଫାସୁତରା ତଥା ମଶାମୁକ୍ତ ପରିବେଶ ସୃଷ୍ଟି କରିବାକୁ ଏବଂ କୀଟନାଶକ ଔଷଧ ବ୍ୟବହାର କରିବାକୁ ସେ ଅନୁରୋଧ କରିଛନ୍ତି।

zarin
photo: abplive

ଜରିନ୍‌ ଖାନ ଅନେକ ଫିଲ୍ମରେ କାମ କରିଛନ୍ତି। ହେଟ୍‌ ଷ୍ଟୋରୀ ୩, ବୀର, ବଜହ ତୁମ୍‌ ହୋ ଭଳି କେତେକ ଫିଲ୍ମରେ ସେ ନଜର ଆସିଛନ୍ତି। ଏହାଛଡ଼ା ପଞ୍ଜାବୀ, ତାମିଲ ଓ ତେଲୁଗୁ ଫିଲ୍ମରେ ମଧ୍ୟ ଜରିନ୍‌ କାମ କରିଛନ୍ତି। ଅଭିନେତ୍ରୀଙ୍କୁ କ୍ୟାଟ୍ରିନା କୈଫ୍‌ଙ୍କ କପି ବୋଲି କୁହାଯାଇଥାଏ।

ସେପଟେ ଫ୍ୟାନ୍‌ମାନେ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। କହି ରଖୁଛୁ କି, ବର୍ତ୍ତମାନ ସାରା ଦେଶରେ ଡେଙ୍ଗୁ ଆତଙ୍କ ଦେଖାଦେଇଛି। ପ୍ରତିଦିନ ଡେଙ୍ଗୁ ମାମଲା ସାମ୍ନାକୁ ଆସୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.