କେବେ ପିଇଛନ୍ତି କି ପାସ୍ତା ସୁପ୍ ? ତେବେ ଥରେ ନିଶ୍ଚିତ ଟ୍ରାଏ କରନ୍ତୁ
କେବେ ପାସ୍ତାରେ ସୁପ୍ ବନାଇଛନ୍ତି କି ? ଯଦି ନା ତାହେଲେ ଆଜି ହି ଟ୍ରାଏ କରନ୍ତୁ ଏହି ରେସିପି । ଏହି ସୁପ୍ ବନେଇବା ଯେତେ ସହଜ ପିଇବା ଲାଗି ଏହା ସେତିକି ଟେଷ୍ଟି ।

ଆପଣମାନେ ପାସ୍ତାରେ ଅନେକ ପ୍ରକାରର ରେସିପି ଖାଇ ଥିବେ । ହେଲେ କେବେ ପାସ୍ତାରେ ସୁପ୍ ବନାଇଛନ୍ତି କି ? ଯଦି ନା ତାହେଲେ ଆଜି ହି ଟ୍ରାଏ କରନ୍ତୁ ଏହି ରେସିପି । ଏହି ସୁପ୍ ବନେଇବା ଯେତେ ସହଜ ପିଇବା ଲାଗି ଏହା ସେତିକି ଟେଷ୍ଟି ।
ଆବଶ୍ୟକ ସାମଗ୍ରୀ :
୧ କପ୍ ଗ୍ରାଇଣ୍ଡି କରିଥିବା ଟମାଟୋ
୧ କପ୍ ପାସ୍ତା
୧ କପ୍ କଟା ହୋଇଥିବା ପିଆଜ
୭ ରୁ ୮ ଟି ପିସ୍ କଟା ହୋଇଥିବା ରସୁଣ
୧/୨ କପ୍ କ୍ୟାପ୍ସିକମ୍
୧/୨ ଟି ଗାଜର
୧ କପ୍ ମକା
୧ ଟେବଲ ସ୍ପୁନ୍ ଲଙ୍କା ଗୁଣ୍ଡ
ସ୍ୱାଦ ଅନୁସାରେ ଲୁଣ
ପ୍ରସ୍ତତୁି ପ୍ରଣାଳୀ :
ଏହି ପାସ୍ତା ସୁପ୍ ପ୍ରସ୍ତତୁି କରିବା ପାଇଁ ପ୍ରଥମେ ଏକ ପ୍ୟାନ୍ରେ ଅଳ୍ପ ତେଲ ନେବେ ଓ ସେଥିରେ କିଟିଥିବା ପିଆଜ ଓ ରସୁଣ ବ୍ରାଉନ୍ ହେବା ପର୍ଯ୍ୟନ୍ତ ପ୍ୟାନ୍ରେ ରଖିବେ । ଏହାପରେ ଗ୍ରାଇଣ୍ଡି କରିଥିବା ଟମାଟୋ, କ୍ୟାପ୍ସିକମ୍, ଗାଜର, ମକା, ଲଙ୍କା ଗୁଣ୍ଡ ଓ ସ୍ୱାଦ ଅନୁସାରେ ଲୁଣ ପକାଇ ଭଲ ଭାବେ ମିଶାଇ ଦେବେ । ତାପରେ ସେଥିରେ ୧ ରୁ ୨ କପ୍ ପାଣି ପକାଇବେ । ଏହାପରେ ସେହି ସବୁ ଜିନିଷକୁ ସିଜିବାକୁ ଦେବେ । ତେବେ ସେହି ସୁପ୍ ହେଇଗଲେ ତାକୁ ଏକ ପାତ୍ରରେ ବାହାର କରିଦେବେ । ଏହାପରେ ଦେଖିବେ ଏହି ସୁପ୍ ପିଇବା ଲାଗି କେତେ ସ୍ୱାଦିଷ୍ଟ ଲାଗିବ ।