ଶୀତ ଦିନେ ପାଦ ଯଦି ଥଣ୍ଡା ହେଉଥାଏ, ହୋଇପାରେ ଏହି ୫ ରୋଗର ସଙ୍କେତ

ଶରୀର ଥିଲେ ରୋଗ ଅଛି, ହେଲେ ସମୟ ପୂର୍ବରୁ ଏହି ରୋଗର ନିରାକରଣ କରିବା ବୁଦ୍ଧିମାନର କାର୍ଯ୍ୟ । ଯଦି ରୋଗକୁ ହେଳା କରାଯାଏ ତେବେ ଏହା ମାରାତ୍ମକ ହୋଇପାରେ । ତେଣୁ ସମୟ ପୂର୍ବରୁ ଏଥିପ୍ରତି ଧ୍ୟାନ ଦେବା ଉଚିତ୍‌ । ଆଜି ଆସନ୍ତୁ ଜାଣିବା ଶୀତ ଦିନରେ କିଛି ହେଲ୍‌ଥ ଟିପ୍ସ । ଯଦି ଶୀତ ଦିନେ ଆପଣଙ୍କ ପାଦ ଥଣ୍ଡା ହେଉଥାଏ । ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ହୋଇପାରେ ଏହିସବୁ ରୋଗର ଲକ୍ଷଣ ।

ହାଇପୋଥାଏରଡିଜମ 

ଏହାର ଅର୍ଥ ଆପଣଙ୍କୁ ଥାଏରଏଡ ସମ୍ପର୍କିତ ରୋଗର ସମସ୍ୟା ରହିଛି । ଏହା ଏପରି ଏକ ଅବସ୍ଥା ଯେଉଁଠି ଶରୀର ପର୍ଯ୍ୟାପ୍ତ ହରମୋନ ଉତ୍ପାଦନ କରିପାରିନଥାଏ । ଏହି ହରମୋନ ଆପଣଙ୍କ ଅନ୍ୟ ଅଙ୍ଗକୁ ମଧ୍ୟ ପ୍ରଭାବିତ କରିଥାଏ । ଯଦି ଶୀତ ଦିନେ ଆପଣଙ୍କ ପାଦ ସର୍ବଦା ଥଣ୍ଡା ରହୁଛି । ତେବେ ଆପଣଙ୍କୁ ହାଇପୋଥାଏରଡିଜମ ହୋଇପାରେ ।

ଡାଏବେଟିସ୍‌ 

ଏହି ରୋଗରେ ବ୍ୟକ୍ତିଙ୍କର ହାଇ ବ୍ଲଡ ସୁଗାର ହେବା ସ୍ୱାଭାବିକ । ବାରମ୍ବାର ପରିସ୍ରା ଆସିବା ବା ଇନଫେକସନ୍‌ ଏହି ରୋଗର ପ୍ରଧାନ ଲକ୍ଷଣ । ଯଦି ଆପଣଙ୍କ ଘା’ ଶୀଘ୍ର ନ ଶୁଖୁଛି ତେବେ ଏହା ଡାଏବେଟିସ ଲକ୍ଷଣ । ଡାକ୍ତରଙ୍କ ର୍ଅନୁଯାୟୀ ଥଣ୍ଡା ପାଦ ମଧ୍ୟ ଡାଇବେଟିସ ରୋଗର ପ୍ରାରମ୍ଭିକ ଲକ୍ଷଣ ।

ହାଇ କୋଲେଷ୍ଟ୍ରାଲ 

ଏହି ସମସ୍ୟା ଶରୀରରେ ରକ୍ତ ପ୍ରବାହରେ ଅସୁବିଧା ଦେଖାଇଥାଏ । ଯେଉଁଥିପାଇଁ ଆମର ହାତ ଓ ପାଦ ସର୍ବଦା ଥଣ୍ଡା ରହିଥାଏ । ହାଇ କୋଲେଷ୍ଟ୍ରାଲ ଷ୍ଟ୍ରୋକ ଓ ହାର୍ଟ ଆଟାକ ଭଳି ରୋଗ ଆଣିପାରେ ।

ଷ୍ଟ୍ରେସ 

ଜାଣନ୍ତି କି ଷ୍ଟ୍ରେସ ନେବା ଦ୍ୱାରା ଆମ ଶରୀରରେ ବ୍ଲଡ ପ୍ରଭାବିତ ହୋଇଥାଏ । ଶରୀରରେ ଖରାପ ବ୍ଲଡ ଫ୍ଲୋ ଆଙ୍ଗୁଳି ଓ ହାତ ଥଣ୍ଡା ପଡ଼ିବା କାରଣ ହୋଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.