ପିଲା ଜନ୍ମ ପରେ ଏହିଭଳି ଉପାୟରେ ଖାଆନ୍ତୁ ବଥୁଆ ଶାଗ, ଦୂର ହୋଇଯିବ ଅନେକ ରୋଗ

ବଥୁଆ ଶାଗ ପ୍ରତ୍ୟେକଙ୍କ ଘରେ ଖିଆଯାଏ। ପରଟା, ତରକାରୀ କିମ୍ବା ରାଇତା ବନାଇ ଲୋକେ ଏହାକୁ ଖାଇବାକୁ ପସନ୍ଦ କରିଥାଆନ୍ତି। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ବଥୁଆ ଅନେକ ଗମ୍ଭୀର ରୋଗକୁ ଦୂର କରିପାରିବ। ଆସନ୍ତୁ ଜାଣିବା ଏହା ବିଷୟରେ।

୧. ପିଲା ଜନ୍ମ ପରେ ମହିଳାମାନଙ୍କୁ ଅନେକ ପ୍ରକାରର ରୋଗ ହୋଇଥାଏ। ଗୋଡ଼-ହାତ କୁଣ୍ଡାଇ ହେବା, ଫୁଲିଯିବା ସହିତ ଇନ୍‌ଫେକ୍ସନ ମଧ୍ୟ ହୋଇଯାଇଥାଏ। ତେଣୁ ମହିଳାମାନଙ୍କୁ ଡେଲିଭରି ପରେ ବଥୁଆ ଶାଗ ଖାଇବା ଉଚିତ।

୨. ଫେଟ ଫୁଲିବା, ଶରୀର ଭିତରର ସଂକ୍ରମଣକୁ ରୋକିବା ପାଇଁ ୧୦ ଗ୍ରାମ ବଥୁଆ ପାଉଡ଼ରରେ ଅଳ୍ପ ଜୁଆଣୀ, ମେଥି, ବଥୁଆ ମଞ୍ଜି ଏବଂ ଗୁଡ଼ ମିଶାଇ ଏହାର କାଢ଼ା ପ୍ରସ୍ତୁତ କରନ୍ତୁ। ଏଥିରେ ଦଶମୂଳର କାଢ଼ା ମଧ୍ୟ ମିଶାଇ ପାରିବେ। ଏହାକୁ ସକାଳେ ଏବଂ ସନ୍ଧ୍ୟାରେ ୧୫ରୁ ୨୦ ଦିନ ପିଅନ୍ତୁ। ଏହାଦ୍ୱାରା ଶରୀର ଭିତରର ସମସ୍ତ ଇନ୍‌ଫେକ୍ସନ ଦୂର ହୋଇଯିବ।

୩. ଏହାର ଜୁସ୍‌ ସେବନ କରିବା ଦ୍ୱାରା କୌଣସି ବି ପ୍ରକାର ଜ୍ୱର ଏବଂ ଥଣ୍ଡା ରୋଗରୁ ଛୁଟକାରା ମିଳିଥାଏ।

୪. ମନେ ରଖନ୍ତୁ, ଗର୍ଭବତୀ ମହିଳାମାନେ ବଥୁଆର କାଢ଼ା ପିଇବେ ନାହିଁ।

୫. ରକ୍ତ ଅଭାବ ଥିଲେ, ବଥୁଆ ରସରେ ଅଳ୍ପ ପାଣି ମିଶାଇ ପିଅନ୍ତୁ ଲାଭ ମିଳିବ।

୬. ବହୁତ ଅଧିକ ବଥୁଆ ରସ ପିଇଲେ ଲୁଜ୍‌ ମୋଶନ ହେବାର ସମ୍ଭାବନା ଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.