ଏହି ୬ ରୋଗରେ ଆକ୍ରାନ୍ତ ବ୍ୟକ୍ତି ଭୁଲ୍‌ରେ ବି ଖାଇବା ଉଚିତ ନୁହେଁ ଅଁଳା, ଫାଇଦା ଜାଗାରେ ପହଞ୍ଚାଇବ ଗୁରୁତର କ୍ଷତି; ଜାଣନ୍ତୁ କେଉଁମାନଙ୍କୁ ମନା…

ଅଁଳାରେ କମଳା ତୁଳନାରେ ୩୦ ଗୁଣା ଅଧିକ ଭିଟାମିନ୍ ସି ରହିଛି ଏବଂ ଏହା ଅନେକ ପ୍ରକାର ରୋଗରୁ ଆମକୁ ଦୂରେଇ ରଖିଥାଏ। ପ୍ରତ୍ୟେକ ଦିନ ଅଁଳା ଖାଇଲେ ହୃଦୟ ସମସ୍ୟାରୁ ନିଜକୁ ଦୂରେଇ ରଖାଯାଇ ପାରବ। ଏହା ଉଭୟ ସ୍ୱାସ୍ଥ୍ୟ ଏବଂ ତ୍ୱଚା ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। କିନ୍ତୁ କିଛି ଲୋକଙ୍କଠାରେ ଅଁଳା ଖାଇଲେ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ଦେଖା ଯାଇପାରେ।

ଅଁଳାର ପାର୍ଶ୍ୱ ପ୍ରତିକ୍ରିୟା: ଶୀତ ଋତୁରେ ଅଁଳା ଖାଇବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଏଥିରେ ଭିଟାମିନ୍ ସି ଭରପୂର ମାତ୍ରାରେ ଥିବା ସହିତ ଅନେକ ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ମିଳିଥାଏ। ସେଥିପାଇଁ ଏହାକୁ ଶୀତଦିନିଆ ସୁପରଫୁଡ୍ ମଧ୍ୟ କୁହାଯାଇଥାଏ। ଅଁଳାର ପୋଷକ ତତ୍ତ୍ୱ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାର କାମ କରିଥାଏ। ଏହାକୁ ଅନେକ ଔଷଧ ତିଆରିରେ ମଧ୍ୟ ବ୍ୟବହାର କରାଯାଇଥାଏ। ଯଦିଓ ଅଁଳା ସମସ୍ତଙ୍କୁ ଲାଭ ପହଞ୍ଚାଇ ନ ଥାଏ। କିଛି ଖାସ୍‌ କଣ୍ଡିଶନ୍‌ର ଲୋକଙ୍କଠାରେ ଅଁଳାର ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଯାଇଥାଏ। ଆସନ୍ତୁ ଜାଣିବା କେଉଁ କେଉଁ ଲୋକ ଅଁଳା ଖାଇବା ଉଚିତ୍ ନୁହେଁ।

ଅଧିକ ହାଇପର ଏସିଡିଟି ଥିବା ଲୋକ: ଅଁଳା ଭିଟାମିନ୍ ସିରେ ଭରପୂର। ଏହା ଏମିତି ଏକ ପୋଷକ ତତ୍ତ୍ୱ, ଯାହା ଫଳର ଅମ୍ଳୀୟ ପ୍ରକୃତିକୁ ବଢ଼ାଇବାର କାମ କରିଥାଏ। ଅଧ୍ୟୟନ ଅନୁଯାୟୀ, ଅଁଳା ଛାତି ଜ୍ୱଳନକୁ କମ୍‌ କରିଥାଏ, କିନ୍ତୁ ଏହା ହାଇପର ଏସିଡିଟି ଥିବା ଲୋକଙ୍କ ସମସ୍ୟାକୁ ବଢ଼ାଇ ଦେଇପାରେ। ହାଇପର ଏସିଡିଟି ଥିବା ଲୋକମାନେ ଖାଲି ପେଟରେ ଭୁଲ୍‌ରେ ବି ଅଁଳା ଖାଇବା ଉଚିତ୍ ନୁହେଁ। ଏହାଦ୍ୱାରା ପେଟରେ ପ୍ରବଳ ଜ୍ୱଳନ ଏବଂ ଏସିଡିଟି ହୋଇପାରେ।

ରକ୍ତ ରୋଗରେ ଆକ୍ରାନ୍ତ ବ୍ୟକ୍ତି: ଅଁଳାରେ ଆଣ୍ଟିପ୍ଲେଟଲେଟ ଗୁଣ ରହିଛି, ଯାହାକି ରକ୍ତ ଜମାଟ ବାନ୍ଧିବାକୁ ଦେବନାହିଁ। ଅଁଳାର ଏହି ଗୁଣ ହୃଦଘାତ ଏବଂ ଷ୍ଟ୍ରୋକର ଆଶଙ୍କାକୁ ମଧ୍ୟ କମ୍‌ କରିଥାଏ, କିନ୍ତୁ ଯେଉଁ ଲୋକ ପୂର୍ବରୁ ହିଁ କୌଣସି ପ୍ରକାରର ରକ୍ତ ବ୍ୟାଧିରେ ପୀଡିତ, ସେମାନଙ୍କ ପାଇଁ ଅଁଳା ଏକ ଭଲ ବିକଳ୍ପ ନୁହେଁ।

ଯେଉଁ ଲୋକଙ୍କର ସର୍ଜରୀ ହୋଇଛି: ଯେଉଁମାନଙ୍କର ଜଲ୍‌ଦି କୌଣସି ସର୍ଜରୀ ହେବାର ଅଛି, ସେମାନଙ୍କୁ ଅଁଳା ଖାଇବାଠୁ ଦୂରେଇ ରହିବା ଉଚିତ୍। ଏହି ଫଳକୁ ଅତ୍ୟଧିକ ଖାଇବା ଦ୍ୱାରା ରକ୍ତସ୍ରାବ ହେବାର ଆଶଙ୍କା ବଢ଼ି ଯାଇଥାଏ। ଦୀର୍ଘ ସମୟ ଧରି ରକ୍ତସ୍ରାବ ହେବା ଦ୍ୱାରା ହାଇପୋକ୍ସିମିଆ, ଗମ୍ଭୀର ଏସିଡୋସିସ୍ କିମ୍ବା ମଲ୍ଟିଅର୍ଗାନ ଡିସଫଙ୍କଶନ ହୋଇପାରେ। ସେଥିପାଇଁ ବିଶେଷଜ୍ଞମାନେ ପରାମର୍ଶ ଦେଇ ଥାଆନ୍ତି କି, ଅସ୍ତ୍ରୋପଚାରର ଅତି କମରେ ୨ ସପ୍ତାହ ପୂର୍ବରୁ ଅଁଳା ଖାଇବା ବନ୍ଦ କରିଦେବା ଉଚିତ।

ରକ୍ତରେ ଶର୍କରା ସ୍ତର କମ୍ ଥିବା ଲୋକ: ଅଁଳା ବ୍ଲଡ୍‌ ସୁଗାର ଲେବଲକୁ କମ୍‌ କରିଥାଏ। ଏହା ଟାଇପ୍ ୧ ଏବଂ ଟାଇପ୍ ୨ ଡାଇବେଟିସରେ ପୀଡିତ ଲୋକଙ୍କ ପାଇଁ ଲାଭଦାୟକ ହୋଇଥାଏ। କିନ୍ତୁ ଏହା ସେହି ଲୋକମାନଙ୍କ ପାଇଁ ଭଲ ନୁହେଁ, ଯେଉଁମାନଙ୍କ ରକ୍ତରେ ଶର୍କରା ସ୍ତର କମ୍ ଥାଏ କିମ୍ବା ଯେଉଁ ଲୋକ ଆଣ୍ଟି ଡାଇବେଟିସ୍‌ ଔଷଧ ଖାଉଛନ୍ତି।

ଗର୍ଭବତୀ କିମ୍ବା ସ୍ତନ୍ୟପାନ କରାଉଥିବା ମହିଳା: ଅଁଳାରେ ଏମିତି ଅନେକ ଜରୁରୀ ପୋଷକ ତତ୍ତ୍ୱ ମିଳିଥାଏ, ଯାହା ଶରୀର ପାଇଁ ଲାଭଦାୟକ ହୋଇଥାଏ। କିନ୍ତୁ ଏହାକୁ ଅଧିକ ମାତ୍ରାରେ ଖାଇବା ଦ୍ୱାରା ପେଟ ଖରାପ ହୋଇପାରେ। ଏହାଦ୍ୱାରା ଡାଇରିଆ ଏବଂ ଡିହାଇଡ୍ରେସନ ଭଳି ସମସ୍ୟା ହୋଇପାରେ। ଗର୍ଭବତୀ କିମ୍ବା ସ୍ତନ୍ୟପାନ କରାଉଥିବା ମହିଳାଙ୍କଠାରେ ଏହି ଲକ୍ଷଣ ଅଧିକ ଭୟଙ୍କର ହୋଇପାରେ। ଏହି ମହିଳାମାନେ ଡାକ୍ତରଙ୍କ ପରାମର୍ଶ ପରେ ହିଁ ଅଁଳା ଖାଇବା ଉଚିତ।

ଶୁଷ୍କ ତାଳୁ କିମ୍ବା ଚର୍ମ ଥିବା ଲୋକ: ଯଦି ଆପଣଙ୍କ ତ୍ୱଚା କିମ୍ବା ତାଳୁ ଶୁଷ୍କ, ତା’ ହେଲେ ଅଧିକ ଅଁଳା ଖାଇବା ଦ୍ୱାରା ଏହି ସମସ୍ୟା ବଢ଼ିପାରେ। ଏହାଦ୍ୱାରା କେଶ ଝଡ଼ିବା, କୁଣ୍ଡେଇ ହେବା, ରୂପି ଏବଂ କେଶ ସମ୍ବନ୍ଧୀୟ ଅନ୍ୟାନ୍ୟ ସମସ୍ୟା ହୋଇପାରେ। ଅଁଳାର କିଛି ତତ୍ତ୍ୱ ଡିହାଇଡ୍ରେସନ ବି ବଢ଼ାଇଥାଏ। ତେଣୁ ଅଁଳା ଖାଇବା ପରେ ଅଧିକ ପାଣି ପିଇବାକୁ ପରାମର୍ଶ ଦିଆଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.