Below header

ମେକ୍ସିକୋରେ ଭୟଙ୍କର ସଡ଼କ ଦୁର୍ଘଟଣା: ୪୯ ମୃତ, ୫୮ ଆହତ

ମେକ୍ସିକୋରେ ଭୟଙ୍କର ସଡ଼କ ଦୁର୍ଘଟଣା। ମେକ୍ସିକୋରେ ଗତରାତିରେ ଭୟଙ୍କର ସଡ଼କ ଦୁର୍ଘଟଣାରେ ୪୯ ଲୋକଙ୍କ ମୃତ୍ୟୁ ହୋଇଛି। ଘଟଣା ଚିୟାପାସ୍‌ ରାଜ୍ୟରେ ଘଟିଛି। ଦୁଇଟି ଟ୍ରକ ମଧ୍ୟରେ ଭୀଷଣ ଧକ୍କା ହେବା ପରେ ଘଟଣାସ୍ଥଳରେ ଆତଙ୍କ ସୃଷ୍ଟି ହୋଇଥିଲା। ଘଟଣାରେ ୪୯ ଲୋକ ପ୍ରାଣ ହରାଇଥିବା ବେଳେ ୫୮ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି।

ଘଟଣା ସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଥିଲେ। ଦୁର୍ଘଟଣା ଘଟାଇଥିବା ୨ଟି ଟ୍ରକରେ ସେଣ୍ଟ୍ରାଲ ଆମେରିକାର ୧୦୦ରୁ ଅଧିକ ପ୍ରବାସୀ ରହିଥିଲେ। ଦୁର୍ଘଟଣାରେ ୪୯ ମୃତ ହୋଇଥିବା ବେଳେ ୫୮ ଲୋକ ଗୁରୁତର ଆହତ ହୋଇଛନ୍ତି। ଯେଉଁଥିରେ ୩ ଜଣଙ୍କ ଅବସ୍ଥା ଗୁରୁତର ବୋଲି କୁହାଯାଉଛି।

ଦୁର୍ଘଟଣା ପରେ ସମସ୍ତ ଆହତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଉଦ୍ଧାରକାରୀ ଦଳ ନିଜ ସୋସିଆଲ ମିଡିଆ ପ୍ଲାର୍ଟଫମରେ ଘଟଣା ବିଷୟରେ ସୂଚନା ଦେଇଥିଲେ। ଚିୟାପାସ୍‌ଙ୍କର ଗର୍ଭନର ଦୁର୍ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି। ଏହା ସହିତ ପୀଡିତଙ୍କ ପରିବାରକୁ ସମବେଦନତା ଜଣାଇବା ସହିତ ଦୁର୍ଘଟଣା ଘଟାଇଥିବା ଲୋକଙ୍କ ଉପରେ କାର୍ଯାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାମୁତାବକ, ଏପର୍ଯ୍ୟନ୍ତ ଅନେକ ମୃତକଙ୍କ ପରିଚୟ ମିଳିପାରିନାହିଁ। ପୋଷ୍ଟମର୍ଟମ ଏବଂ ପରିଚୟ ମିଳିବା ପରେ ମୃତଦେହକୁ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ଉଦ୍ଧାରକାରୀ ଦଳ ପକ୍ଷରୁ କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.