ଓଜନ କମ କରିବାକୁ ଚାହୁଁଥିଲେ, ଆଜି ହିଁ ଡାଏଟରେ ସାମିଲ କରନ୍ତୁ ଅନାସି ଫୁଲ

ଅଧିକାଂଶ ଘରେ ଯେତେବେଳେ ବି କିଛି ବିଶେଷ ଖାଦ୍ୟ ପ୍ରସ୍ତୁତ ହୁଏ, ସେତେବେଳେ ଗୋଟା ମସଲା ବ୍ୟବହାର କରାଯାଏ । ସେହିସବୁ ଗୋଟା ମସଲାରେ ଅନାସି ଫୁଲ, ଗୁଜୁରାତି, ଗରମ ମସଲା, ତେଜପତ୍ର, ଲବଙ୍ଗ ଏବଂ କଳା ଲଙ୍କା ଭଳି ଅନେକ ମସଲା ରହିଥାଏ । ଏହି ମସଲା କେବଳ ଖାଦ୍ୟର ସ୍ୱାଦକୁ ବଢାଇନଥାଏ ବରଂ ସେମାନଙ୍କର ବ୍ୟବହାର ଅନେକ ରୋଗକୁ ମଧ୍ୟ ଭଲ କରିଥାଏ ।

ଅଧିକାଂଶ ମସଲା ଭାରତୀୟ ଖାଦ୍ୟରେ ବ୍ୟବହୃତ ହୁଏ । ଅଧିକାଂଶ ଲୋକ ମସଲାଯୁକ୍ତ ଖାଦ୍ୟ ପସନ୍ଦ କରନ୍ତି, କାରଣ ମସଲାର ସ୍ୱାଦ ଖାଦ୍ୟର ସ୍ୱାଦକୁ ବଢାଇଥାଏ । ଯଦି କୌଣସି ପ୍ରକାରର ଖାଦ୍ୟରେ ଗୋଟା ମସଲା ମିଶାଯାଏ, ତାହେଲେ ସେହି ଖାଦ୍ୟର ସୁଗନ୍ଧ ଘର ବାହାରୁ ଯାଇଥାଏ । ଅଧିକାଂଶ ଘରେ ଯେତେବେଳେ ବି କିଛି ବିଶେଷ ଖାଦ୍ୟ ପ୍ରସ୍ତୁତ ହୁଏ, ସେତେବେଳେ ଗୋଟା ମସଲା ବ୍ୟବହାର କରାଯାଏ । ସେହିସବୁ କଞ୍ଚା ମସଲାରେ ଅନାସି ଫୁଲ, ଗୁଜୁରାତି, ଗରମ ମସଲା, ତେଜପତ୍ର, ଲବଙ୍ଗ ଏବଂ କଳା ଲଙ୍କା ଭଳି ଅନେକ ମସଲା ରହିଥାଏ । ଏହି ମସଲା କେବଳ ଖାଦ୍ୟର ସ୍ୱାଦକୁ ବଢାଇନଥାଏ ବରଂ ସେମାନଙ୍କର ବ୍ୟବହାର ଅନେକ ରୋଗକୁ ମଧ୍ୟ ଭଲ କରିଥାଏ । ତେବେ ଏହି ଗୋଟା ମସଲା କେବଳ ଖାଦ୍ୟର ସ୍ୱାଦ ବଢାଇ ନଥାଏ ବରଂ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଅନେକ ଲାଭଦାୟକ ହୋଇଥାଏ । ଏହା ବ୍ୟତୀତ ଏହି ମସଲା ମଧ୍ୟ ଓଜନ କମ କରିବାରେ ସାହାଯ୍ୟ କରିଥାଏ ।

ମସଲାରେ ବ୍ୟବହୃତ ହେଉଥିବା ଅନାସି ଫୁଲ ଓଜନ କମ କରିବାରେ ସାହାର୍ଯ୍ୟ କରିଥାଏ । ତେବେ ଅନାସି ଫୁଲରେ ଅନେକ ପ୍ରକାରର ପୋଷକ ତତ୍ତ୍ୱ ମିଳିଥାଏ । ଏଥିରେ ଭିଟାମିନ୍ ସି, ଆଣ୍ଟିଅକ୍ସିଡାଣ୍ଟ, ଆଣ୍ଟି-ଇନ୍‌ଫ୍ଲାମେଟୋରୀ, ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ରହିଛି ଯାହା କେବଳ ଓଜନ କମ କରିବାରେ ସାହାଯ୍ୟ କରେ ନାହିଁ ବରଂ ଶରୀରକୁ ଅନେକ ପ୍ରକାରର ଲାଭ ମଧ୍ୟ ଦେଇଥାଏ । ସେଥିପାଇଁ ଜାଣନ୍ତୁ ଅନାସି ଫୁଲ ଉପକାରିତା ଏବଂ ଏହା କିପରି ଓଜନ କମ କରିବାରେ ସାହାଯ୍ୟ କରେ ।

ଓଜନ କମ କରିବାକୁ ଆପଣ ଅନାସି ଫୁଲ ପାଣି ପିଇପାରିବେ । ଏଥିପାଇଁ ୧ ଗ୍ଲାସ ପାଣିରେ ୨ଅନାସି ଫୁଲ ମିଶାନ୍ତୁ । ଏହାକୁ ରାତିସାରା ଭିଜାଇ ରଖନ୍ତୁ ଏବଂ ସକାଳେ ଅନାସି ଫୁଲ ବାହାର କରି ଏହାର ପାଣି ପିଅନ୍ତୁ । ତେବେ କିଛି ଦିନ ଏପରି କରିବା ଦ୍ୱାରା ମୋଟାପଣ କମିଯାଏ ।

ଜାଣନ୍ତୁ ଅନାସି ଫୁଲ ଖାଇବାର ଲାଭ :
ଅନାସି ଫୁଲ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ଅନାସି ଫୁଲରେ ଭିଟାମିନ୍ ସି ପ୍ରଚୁର ପରିମାଣରେ ମିଳିଥାଏ, ଯାହା ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ । ଏହା ଶରୀରକୁ ରୋଗ ସହ ଲଢିବାରେ ସାହାଯ୍ୟ କରିଥାଏ । ଅନାସି ଫୁଲ ମଧ୍ୟ ଓଜନ କମ କରିବାରେ ଅନେକ ସାହାର୍ଯ୍ୟ କରିଥାଏ ।

ତେବେ ଶରୀରରେ କୋଲେଷ୍ଟ୍ରଲ କମ କରେ । ଅନାସି ଫୁଲରେ ମିଳୁଥିବା ଉପାଦାନଗୁଡ଼ିକ ଶରୀରରୁ ମଇଳା ବାହାର କରିବା ପାଇଁ କାମ କରିଥାଏ । ଏହା ଶରୀରକୁ ଡିଟକ୍ସ କରିଥାଏ ଏବଂ ଖରାପ କୋଲେଷ୍ଟ୍ରୋଲକୁ କମ କରିଥାଏ । ଖରାପ କୋଲେଷ୍ଟ୍ରଲ କମ କରିବା ପାଇଁ ଅନାସି ଫୁଲ ଖାଆନ୍ତୁ । ଯାହାଦ୍ୱାରା ଆପଣଙ୍କ ଶରୀର ସୁସ୍ଥ ରହିବ ।

ହଜମ ଶକ୍ତିକୁ ଉନ୍ନତ କରିଥାଏ । ଅନାସି ଫୁଲରେ ଅନେକ ଆଣ୍ଟିଅକ୍ସିଡାଣ୍ଟ ଗୁଣ ଅଛି ଯାହା ଶରୀରର ଫୁଲା ସମସ୍ୟାକୁ କମ୍‌ କରିଥାଏ । ଅନାସି ଫୁଲ ଖାଇବା ଦ୍ୱାରା ହଜମ ଶକ୍ତି ମଧ୍ୟ ମଜବୁତ ହୋଇଥାଏ । ଏହା ହଜମ ଶକ୍ତିକୁ ଉନ୍ନତ କରିଥାଏ ଏବଂ କୋଷ୍ଠକାଠିନ୍ୟ ଭଳି ସମସ୍ୟା ଦୂର କରିଥାଏ ।

ଏସିଡିଟି ଥିଲେ ଦୂର କରେ । ଅନାସି ଫୁଲରେ ଗ୍ୟାସ୍ ସମସ୍ୟା ଦୂର କରିବା ଭଳି ଶକ୍ତି ଥାଏ । ଖାଦ୍ୟରେ ଏହି ମସଲା ବ୍ୟବହାର କରି ଆପଣ ଏସିଡିଟି ଏବଂ କୋଷ୍ଠକାଠିନ୍ୟ ଭଳି ସମସ୍ୟା ଦୂର କରିପାରିବେ । ତେବେ ଏହା ଖାଦ୍ୟ ହଜମ କରିବା ସହଜ କରିଥାଏ ।

ଆପଣ ନିଜ ଖାଦ୍ୟରେ ୧ ରୁ ୨ ଚାମଚ ଅନାସି ଫୁଲ ପାଉଡର୍ ମିଶାଇ ପାରିବେ । ଆପଣ ଏହାକୁ ଚୋବାଇ ଅନାସି ଫୁଲ ମଧ୍ୟ ଖାଇପାରିବେ । ଏହା ବ୍ୟତୀତ ଆପଣ ଅନାସି ଫୁଲ ପାଉଡର ପାମ୍ପାଡ ଏବଂ ସାଲାଟରେ ମିଶାଇ ଖାଇପାରିବେ । ଆପଣ ଏହାକୁ କୌଣସି ପ୍ରକାରର ଖାଦ୍ୟରେ ମଧ୍ୟ ସାମିଲ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.