ଆଖି ତଳ ଡାର୍କ ସର୍କଲ ହଟାଇବା ପାଇଁ ଲଗାନ୍ତୁ ଗାଜର ଆଇ ମାସ୍କ, ଜାଣନ୍ତୁ ପ୍ରସ୍ତୁତ ପ୍ରଣାଳୀ ଏବଂ ଲଗାଇବାର ବିଧି

ଡାର୍କ ସର୍କଲ ବା ଆଖି ତଳ କଳା ପଡ଼ିଗଲେ ଏହା ଚେହେରାର ସୁନ୍ଦରତାକୁ ନଷ୍ଟ କରି ଦେଇଥାଏ। ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଘଣ୍ଟା ଘଣ୍ଟା ଧରି କମ୍ପ୍ୟୁଟର କିମ୍ବା ମୋବାଇଲ ଫୋନ୍‌ ବ୍ୟବହାର କରିବା ଦ୍ୱାରା ଆଖି ତଳ କଳା ପଡ଼ିଯିବା, ଆଖି ଫୁଲିଯିବା ଏବଂ କୁଞ୍ଚନ ପଡ଼ିବା ଭଳି ସମସ୍ୟା ଦେଖାଦେଇଥାଏ। ଏଥିରୁ ଛୁଟକାରା ପାଇବା ପାଇଁ ମହିଳାମାନେ ଅଣ୍ଡର ଆଇ କ୍ରିମ୍‌ ବା ମାସ୍କ ବ୍ୟବହାର କରିଥାଆନ୍ତି।

ଯଦି ଆପଣ କେମିକାଲ ବ୍ୟବହାର କରିବାକୁ ଚାହୁଁ ନାହାନ୍ତି, ତା’ହେଲେ ଘରୋଇ ଜିନିଷକୁ ବ୍ୟବହାର କରିପାରିବେ। ଡାର୍କ ସର୍କଲ ହଟାଇବା ପାଇଁ ଆପଣ ଗାଜରର ଆଇ ମାସ୍କ ବ୍ୟବହାର କରିପାରିବେ।

ଆଇ ମାସ୍କ ବନାଇବାର ବିଧି

ଗୋଟିଏ ଗାଜର, ଏକ ଚାମଚ ଏଲୋଭେରା ଜେଲ୍‌ ଓ ଗୋଟିଏ ଅଣ୍ଡା ନିଅନ୍ତୁ। ପ୍ରଥମେ ଗାଜରକୁ ଧୋଇ କୋରି ଦିଅନ୍ତୁ। ଏହାପରେ ମିକ୍ସିରେ ପକାଇ ଏହାର ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏଥିରେ ଅଣ୍ଡାର ଧଳା ଅଂଶ ଏବଂ ଏଲୋଭେରା ଜେଲ ପକାଇ ମିଶାନ୍ତୁ। ଏହି ପେଷ୍ଟକୁ ଆପଣ ଆଖି ତଳେ ବ୍ୟବହାର କରିପାରିବେ।

ଲଗାଇବାର ପ୍ରକ୍ରିୟା

ପ୍ରଥମେ ଚେହେରାକୁ ସଫା କରନ୍ତୁ। ଏହାପରେ ମାସ୍କକୁ ହାଲୁକା ହାତରେ ନେଇ ଆଖି ତଳେ ଲଗାନ୍ତୁ। ୧୫ରୁ ୨୦ ମିନିଟ୍‌ ପର୍ଯ୍ୟନ୍ତ ଏହାକୁ ରହିବାକୁ ଦିଅନ୍ତୁ। ମାସ୍କ ଲଗାଇବା ପରେ କଟନକୁ ଗୋଲାପ ଜଳରେ ବୁଡ଼ାଇ ଆଖି ବନ୍ଦ କରି ଉପରେ ରଖନ୍ତୁ। ସପ୍ତାହରେ ଗୋଟିଏ ଥର ଏହି ମାସ୍କକୁ ନିଶ୍ଚିତ ଭାବେ ବ୍ୟବହାର କରନ୍ତୁ।

ଫାଇଦା

ଆଖି ତଳ କଳାଦାଗ ଫିକା ପଡ଼ିଯାଇଥାଏ। ଆଖି ଫୁଲା ମଧ୍ୟ କମିଯାଇଥାଏ। ଗାଜର ଆଇ ମାସ୍କ ଆଖିର ଥକ୍କାପଣ ଦୂର କରିଥାଏ। ଏଥିସହ ଆଖି ଜ୍ୱଳନ, ଆଖି କୁଣ୍ଡାଇ ହେବା ସମସ୍ୟାକୁ ବି ଦୂର କରିବାରେ ବହୁତ ପ୍ରଭାବଶାଳୀ ହୋଇଥାଏ। ଆଖି ଆଖପାଖରେ ଚର୍ମ କୁଞ୍ଚନକୁ ଦୂର କରିବା ପାଇଁ ଗାଜର ଆଇ ମାସ୍କ ବ୍ୟବହାର କରନ୍ତୁ।

 

You might also like