କୁମ୍ଭମେଳାରୁ ଫେରିଥିବା ୧୩ ଜଣ କରୋନା ପଜିଟିଭ୍ ଚିହ୍ନଟ

କଟକ: କୁମ୍ଭମେଳାରୁ ଫେରିଥିବା ୧୩ ଜଣ କରୋନା ପଜିଟିଭ୍ ଚିହ୍ନଟ। ଗତକାଲି କଟକ ରେଳ ଷ୍ଟେସନରେ କୁମ୍ଭମେଳାରୁ ୩୦ଜଣ ଫେରନ୍ତାଙ୍କ RTPCR ଟେଷ୍ଟ କରାଯାଇଥିଲା। ସେଥିମଧ୍ୟରୁ ୧୩ଜଣଙ୍କର ରିପୋର୍ଟ ପଜିଟିଭ୍ ଆସିଛି। ସମସ୍ତ ପଜିଟିଭ୍ ଆକ୍ରାନ୍ତଙ୍କୁ ଏବେ ଆଇସୋଲେସନରେ ରଖାଯାଇଛି।

ଆଜି ଆଉ ଦୁଇଟି ଟ୍ରେନରେ କୁମ୍ଭମେଳା ଫେରନ୍ତା ଆସିବେ। ସେମାନଙ୍କର ମଧ୍ୟ ପରୀକ୍ଷା କରାଯିବ ବୋଲି ସିଏମସି ପକ୍ଷରୁ କୁହାଯାଇଛି। ଏଥିପାଇଁ ଷ୍ଟେସନରେ ସିଏମସି ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏହାଛଡ଼ା କଟକ ରେଲୱେ ଷ୍ଟେସନରେ ଯେଉଁମାନେ ପହଞ୍ଚୁଛନ୍ତି, ସମସ୍ତଙ୍କର RTPCR ରିପୋର୍ଟ ଦେଖାଯାଉଛି।

୭୨ ଘଣ୍ଟା ପୂର୍ବରୁ ଯେଉଁମାନଙ୍କର RTPCR ରିପୋର୍ଟ ନେଗେଟିଭ୍ ରହିଛି, ସେମାନଙ୍କୁ ହିଁ ଷ୍ଟେସନ୍ ଭିତରକୁ ପ୍ରବେଶ କରିବା ପାଇଁ ଅନୁମତି ମିଳୁଛି। ଯେଉଁମାନଙ୍କର RTPCR ରିପୋର୍ଟ ନାହିଁ, ସେମାନଙ୍କର ଷ୍ଟେସନରେ ହିଁ ଉଭୟ RTPCR ଓ ଆଣ୍ଟିଜେନ୍ ଟେଷ୍ଟ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.