କରୋନା ସଂକ୍ରମିତଙ୍କ ପାଇଁ ଅକ୍ସିଜେନ ସିଲିଣ୍ଡର ବିକଳ୍ପ ସାଜିପାରେ DRDO ର ନୂଆ ସନ୍ଧାନ, ସୈନିକଙ୍କ ପାଇଁ ହେବ ବହୁତ ଉପଯୋଗୀ

ସାରା ଦେଶରେ ଯେଉଁଠି ଗୋଟେ ପଟେ କରୋନା ସଂକ୍ରମିତଙ୍କ ସଂଖ୍ଯା ଖୁବ୍ ଜୋରରେ ବଢ଼ିବାରେ ଲାଗିଛି। ଅନ୍ୟପଟେ ହସ୍ପିଟାଲରେ ଅକ୍ସିଜେନ୍ ସିଲିଣ୍ଡରର ବିକଳ୍ପର ଖୋଜା ଚାଲିଛି । ଏହି ସମୟରେ ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଙ୍ଗଠନ ( DRDO) କରୋନାର ଅବସ୍ଥାକୁ ଦେଖି SpO2 (Blood Oxygen Saturation) ପୂରକ ଅକ୍ସିଜେନ୍ ବିତରଣ ପ୍ରଣାଳୀ ପ୍ରସ୍ତୁତ କରିଛନ୍ତି। କୁହାଯାଉଛି, ଏହାର ଉପଯୋଗ ଅତ୍ୟଧିକ ଉଚ୍ଚତମ ଅଞ୍ଚଳରେ ମୁତୟନ ସୈନିକଙ୍କ ପାଇଁ କରାଯାଇପାରେ । ସେଠାରେ କରୋନା ରୋଗୀଙ୍କ ପାଇଁ ମଧ୍ୟ ଏହା ବହୁତ ଉପଯୋଗୀ ସାବ୍ୟସ୍ତ ହେବ।

ପ୍ରତିରକ୍ଷା ମନ୍ତ୍ରଣାଳୟ ନିଜର ଏକ ବୟାନରେ କହିଛନ୍ତି କି, ଏହି ସ୍ୱଚାଳିତ ପ୍ରଣାଳୀ, କରୋନାର ଏହି ମୁସ୍କିଲ ସମୟରେ ବରଦାନ ସାବ୍ୟସ୍ତ ହୋଇପାରେ। ଡିଆରଡିଓ, ବେଙ୍ଗାଲୁରୁର ଡିଫେନ୍ସ ବାୟୋ-ଇଞ୍ଜିନିୟରିଂ ଏଣ୍ଡ ଇଲେକ୍ଟ୍ରୋ ମେଡିକଲ ଲେବ୍ରୋଟେରୀ (DEBEL)ଦ୍ୱାରା ବିକଶିତ, ସିଷ୍ଟମ SpO2 ଏକ ଲେବଲ ସେଟ୍ କରି ବ୍ୟକ୍ତିକୁ ହାଇପୋକ୍ସିୟାର ସ୍ଥିତିରେ ଜୀବନ ରକ୍ଷା କରିଥାଏ, ଯାହା କି ଅଧିକାଂଶ ମାମଲାରେ ଘାତକ ରହିଥାଏ।

ସୂଚନା ଯେ, ହାଇପୋକ୍ସିଆ ଏକ ଏମିତି ଅବସ୍ଥା ଯେଉଁଥିରେ ଟିସୁ ଯାଏ ପହଞ୍ଚୁଥିବା ଅକ୍ସିଜେନ୍ର ମାତ୍ରା ଶରୀରର ସବୁ ଶକ୍ତି ଆବଶ୍ୟକତାକୁ ପୂରା କରିବା ପାଇଁ ପର୍ଯ୍ୟାପ୍ତ ନୁହେଁ । ଏହା ଠିକ୍ ଏମିତି ସ୍ଥିତି, ଯାହା ଭାଇରସ୍ର ସଂକ୍ରମଣ କାରଣରୁ କୋଭିଡ୍ ରୋଗୀଙ୍କ ଠାରେ ଦେଖିବାକୁ ମିଳୁଛି। ଯେଉଁଥି ପାଇଁ ବର୍ତ୍ତମାନ ସଙ୍କଟ ଗମ୍ଭୀର ହେବାର ଲାଗିଛି । କରୋନା ସଂକ୍ରମଣ ବଢୁଥିବା ଯୋଗୁଁ ଅକ୍ସିଜେନ ସିଲିଣ୍ଡରର ଅଭାବ ରହୁଛି। ତେଣୁ ଅନେକ ରୋଗୀ ହଇରାଣ ହେଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.