ପ୍ରତିଦିନ ନୁହେଁ, ସପ୍ତାହରେ ଥରେ ହିଁ ଲଗାନ୍ତୁ ଏହି ହେୟାର ମାସ୍କ, ସବୁଦିନ କେଶ ରହିବ ଲମ୍ବା, ଘନ ଓ କଳା

ଅତି ମାତ୍ରାରେ ଝଡ଼ୁଥିବା କେଶ ସମସ୍ତଙ୍କୁ ସମସ୍ୟାରେ ପକାଇଥାଏ। ପ୍ରତ୍ୟେକ ମହିଳାଙ୍କର ଇଚ୍ଛା ଥାଏ କି, ତାଙ୍କ କେଶ ଲମ୍ବା, ଘନ ଓ କଳା ରହୁ। କିନ୍ତୁ ଆଜିକା ଦିନରେ ବିଭିନ୍ନ ପ୍ରକାରର ପ୍ରଡକ୍ଟ ବ୍ୟବହାର, ପ୍ରଦୂଷଣ ଆଦି କାରଣରୁ କେଶ ରୁକ୍ଷ ଏବଂ ଶୁଷ୍କ ହୋଇଯାଉଛି, ଯାହାକି ଚିନ୍ତାର ବିଷୟ ପାଲଟିଛି।
ଯଦି ଆପଣ ଚାହାଁନ୍ତି କି, ଆପଣଙ୍କର ବି ଲମ୍ବା, ଘନ ଏବଂ ଷ୍ଟ୍ରେଟ୍ କେଶ ହେଉ, ତ ଏହି ହେୟାର ମାସ୍କ ଲାଭଦାୟକ ହୋଇପାରିବ। ସପ୍ତାହକୁ ଥରେ ଏହି ମାସ୍କ ଲଗାଇଲେ କେଶ ସର୍ବଦା ଆକର୍ଷଣୀୟ ଦେଖାଯିବ। ଆସନ୍ତୁ ଜାଣିବା ଏହି ହେୟାର ମାସ୍କ ବିଷୟରେ।
ହେୟାର ମାସ୍କ ବନାଇବା ପାଇଁ ସାମଗ୍ରୀ
-୨ ଚାମଚ ମେଥି
-୨/୩ଟି ଶୁଖିଲା ଅଁଳା
-ଅଳ୍ପ ଶିକାକାଇ
-୩/୪ଟି ଶୁଖିଲା ମନ୍ଦାର ଫୁଲ
-ଅଳ୍ପ ଶୁଖିଲା ନିମ୍ବ ପତ୍ର
-୧/୧୨ଟି ଭୃସଙ୍ଗ ପତ୍ର
-ଅଳ୍ପ ଗୋଲାପ ଫୁଲର ଶୁଖିଲା ପତ୍ର
ଏମିତି ବନାନ୍ତୁ ହେୟାର ମାସ୍କ
ସମସ୍ତ ସାମଗ୍ରୀକୁ ଏକାଠି ପେଶି ପାଉଡର ପ୍ରସ୍ତୁତ କରନ୍ତୁ। ଏହାକୁ ଏକ ଏୟାରଟାଇଟ୍ କଣ୍ଟେନରରେ ଷ୍ଟୋର୍ କରି ରଖନ୍ତୁ। ଏବେ ଏକ ବାଉଲରେ ନିଜ କେଶ ଅନୁସାରେ ପାଉଡର ନିଅନ୍ତୁ ଏବଂ ସେଥିରେ ଦହି ମିଶାନ୍ତୁ। ଏହାପରେ ଏହାକୁ ଭଲ ଭାବେ କେଶରେ ଲଗାନ୍ତୁ। ପାଖାପାଖି ଅଧ ଘଣ୍ଟା କେଶରେ ଲଗାଇ ରଖିବା ପରେ ସଫା ପାଣି ଓ ମାଇଲ୍ଡ ଶାମ୍ପୁରେ ଧୋଇ ନିଅନ୍ତୁ।