Below header

ଆର୍ଥିକ ସଙ୍କଟରୁ ରକ୍ଷା ପାଇବା ପାଇଁ ମାନନ୍ତୁ ଏହି ନିୟମ

ବାସ୍ତୁ ଶାସ୍ତ୍ର ଅନୁଯାୟୀ , ଏମିତି କିଛି ସଙ୍କେତ ଅଛି ଯେଉଁଥିରୁ ଜୀବନରେ ଆସୁଥିବା  ଆର୍ଥିକ ସମସ୍ୟା ସଂପର୍କରେ ଜଣାପଡେ। ଏଥିରୁ ମା’ଲକ୍ଷ୍ମୀଙ୍କର ରୋଷ ଜଣାପଡେ। ଏହି କୋପରୁ ରକ୍ଷା ପାଇବା ପାଇଁ ଅନେକ ପ୍ରକାରର ପ୍ରତିକାର ରହିଛି। ତେବେ କେଉଁ କେଉଁ କାରଣରୁ ଆର୍ଥିକ ସମସ୍ୟା ଦେଖାଯାଏ , ଚାଲନ୍ତୁ ସେ ସଂପର୍କରେ ଜାଣିବା।

ବାସ୍ତୁ ଶାସ୍ତ୍ର ନିୟମ ଅନୁସାରେ , ଯଦି ଆପଣଙ୍କ ଘରର ଟ୍ୟାପରୁ ପାଣି ବୋହିବା ବନ୍ଦ ନହୁଏ, ତେବେ ଏହା ଘର ପାଇଁ ଶୁଭ ସଙ୍କେତ ନୁହେଁ। ଯଦି ଏମିତି ହୁଏ ତେବେ ଜାଣି ନିଅନ୍ତୁ ମା’ଲକ୍ଷ୍ମୀ ଆପଣଙ୍କ ଉପରେ ରୁଷ୍ଠ ହୋଇଛନ୍ତି। ଏହା ଅଗକୁ ବଡ ଆର୍ଥିକ ସଙ୍କଟ ଆସିବାର ସୂଚନା ଦିଏ।
ବିଶ୍ୱାସ ରହିଛି ଯେ ଯଦି ଘରର ଛାତ ଉପରେ କାଉ ଦକ୍ଷିଣ ମୁହଁ କରି ବସି ରୁହେ ତେବେ ଏହା ଘର ପାଇଁ ଅଶୁଭ ଅଟେ। ଏହାର ଅର୍ଥ ଘରର ଧନ ହାନୀ ହେବାକୁ ଯାଉଛି।

ଯଦି କୌଣସି ବ୍ୟକ୍ତିର ଡାହାଣ ପଟେ ଝିଟିପିଟି ପଡିଯାଏ , ତେବେ ଏହା ବହୁତ ଅଶୁଭ ମନାଯାଏ। ଆର୍ଥିକ ସମସ୍ୟା ମଧ୍ୟ ଆସିଥାଏ। ଏଥିପାଇଁ ତୁରନ୍ତ ସମାଧାନ କରିବା ଉଚିତ। ଛୋଟ ପିଲା ଯଦି ପେନ କିମ୍ବା ପେନସିଲରେ ଘରେ ଗାର ଟାଣନ୍ତି ତେବେ ଏହା ଘର ପାଇଁ ଆର୍ଥିକ ସମସ୍ୟାର ନିମନ୍ତ୍ରଣ ଆଣିଥାଏ। ସେହିପରି  ଘରେ ଥିବା ତୁଳସୀ ଗଛ ଯଦି ଶୁଖିଯାଏ ,ତେବେ ଏହା ଘର ପାଇଁ ଅଶୁଭ ଅଟେ। କାରଣ ତୁଳସୀ ଗଛ ମା’ଲକ୍ଷ୍ମୀଙ୍କର ପ୍ରତୀକ । ଯଦି ଏହା ଶୁଖିଯାଏ , ତେବେ ଘର ପାଇଁ ଏହା ଶୁଭ ସଙ୍କେତ ନୁହେଁ। ଏହି ସବୁ ଦିଗ ପ୍ରତି ଧ୍ୟାନ ରଖିଲେ ମା’ଲକ୍ଷ୍ମୀଙ୍କର କୋପ ଦୃଷ୍ଟିରୁ ଆପଣ ରକ୍ଷା ପାଇବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.