ଏବେ କର୍କଟ ଗ୍ରହରେ ଅଛନ୍ତି ଶୁକ୍ରଗ୍ରହ, ଜାଣନ୍ତୁ କେଉଁ ରାଶି ଉପରେ କଣ ରହିବ ପ୍ରଭାବ

ଶୁକ୍ର ଗ୍ରହ ଜୁନ ୨୨ ତାରିଖରେ ଦ୍ବିପହର ୨ ଟା ୭ ମିନିଟରୁ ଜୁଲାଇ ୧୭ ତାରିଖ ୯ ଟା ୧୩ ଯାଏଁ କର୍କଟ ରାଶିରେ ପ୍ରବେଶ କରିବ । ଏହାର ଠିକ ପରେ ଏହା ସିଂହ ରାଶିରେ ପ୍ରବେଶ କରିବ ବୋଲି ଜଣାଯାଇଛି । ଆସନ୍ତୁ ଜାଣିବା କେଉଁ ରାଶିରେ ଏହାର କଣ ପ୍ରଭାବ ରହିବ ।

୧. ପ୍ରକୃତରେ ଶୁକ୍ରଗ୍ରହର ଦୁଇଟି ରାଶି । ଗୋଟେ ହେଉଛି ବୃଷ ଅନ୍ୟଟି ହେଉଛି ତୁଳା । ଏହି ଗ୍ରହ ମୀନ ରାଶିରେ ଉଚ୍ଚ ସ୍ଥାନରେ ରହୁଥିବା ବେଳେ କନ୍ୟା ରାଶିରେ ନୀଚ ସ୍ଥାନରେ ରହିଥାଏ । ଏହି ଗ୍ରହର ବକ୍ର ଚଳନ ବେଳେ ମିନ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ସକାରାତ୍ମକ ପ୍ରଭାବ ପକାଉଥିବା ବେଳେ କନ୍ୟା ରାଶି ବ୍ୟକ୍ତିଙ୍କ ଉପରେ ନକରାତ୍ମକ ପ୍ରଭାବ ପକାଏ ।

୨. ଜ୍ୟୋତିଷଙ୍କ ଅନୁଯାୟୀ ଶୁକ୍ର ଆମ ଜୀବନରେ ସ୍ତ୍ରୀ, ବାହନ, ଧନ ଆଦିର ସୁଖକୁ ପ୍ରଭାବିତ କରିଥାଏ । କୁହାଯାଏକି ଗ୍ରହର ଶୁଭ ପ୍ରଭାବ ଥିଲେ ଲୋକେ ଐଶ୍ୱର୍ଯ୍ୟ ପ୍ରାପ୍ତ ହୁଏ ।

venus

୩. ଏହା ବ୍ୟତୀତ ଶୁକ୍ର ଗ୍ରହଙ୍କୁ ନୃତ୍ୟ, କଳା, ଗାୟନ, ସଂଗୀତ, ଐଶ୍ୱର୍ଯ୍ୟ, ସୌନ୍ଦର୍ଯ୍ୟ, ପ୍ରେମ, ବିଳାସ ଆଦିର ପ୍ରତୀକ ଭାବେ ବି ଧରାଯାଏ । ଏମାନଙ୍କ ଉପରେ ଶୁକ୍ର ଗ୍ରହର ପ୍ରଭାବ କରେ ।

୪. ଶୁକ୍ର ଗ୍ରହଙ୍କୁ ସଂଚାରର କାରକ ଭାବରେ ଧରାଯାଏ । ଯାହାର ସମ୍ପର୍କ ଇଣ୍ଟରନେଟ , ସୋସିଆଲ ମିଡ଼ିଆ ସହ ରହିଛି ।

୫. ଯଦି ଆପଣଙ୍କ କୁଣ୍ଡଳୀରେ ଶୁକ୍ର ଅନୁକୂଳ ସ୍ଥିତିରେ ଥାନ୍ତି ତେବେ ଧନ ଓ ସମ୍ମାନ ବଢିଥାଏ । ବିବାହ ନେଇ ସ୍ଥିତି ସୁଦୃଢ ହେବା ସହ ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ ।

୬. ଶୁକ୍ରଙ୍କ ଚଳନ ମେଷ, ବୃଷ, ମିଥୁନ, କର୍କଟ, ମକର ଓ ମୀନ ରାଶିଙ୍କ ପାଇଁ ଶୁଭଦାୟୀ ହୋଇଥାଏ । କିନ୍ତୁ ସିଂହ, କନ୍ୟା, ଧନୁଙ୍କ ଅଶୁଭ ରହିଥାଏ | କିନ୍ତୁ ତୁଳା, ବୃଷଭ, କୁମ୍ଭଙ୍କ ପାଇଁ ସାମାନ୍ୟ ରହିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.