ମଙ୍ଗଳବାର ଦିନ କିଣନ୍ତୁ ନାହିଁ କୌଣସି ସୌନ୍ଦର୍ଯ୍ଯ ପ୍ରସାଧନ ସାମଗ୍ରୀ, ବୈବାହିକ ଜୀବନରେ ଆସିବ ତିକ୍ତତା

ମଙ୍ଗଳବାର ଦିନ ହନୁମାନଙ୍କ ଉପାସନା କରିବାର ସର୍ବୋତ୍ତମ ଦିନ। ଏହି ଦିନ ମନ୍ଦିରରେ ଭକ୍ତଙ୍କ ଲମ୍ବା ଲାଇନ ଲାଗିଥାଏ। ବଜରଙ୍ଗବାଲୀଙ୍କୁ ପ୍ରସନ୍ନ କରିବା ପାଇଁ କିଏ ମନ୍ତ୍ର ଜପ କରିଥାଏ ତ ଆଉ କିଏ ଚାଳିଶା, ଆଉ କିଏ ହନୁମାନାଷ୍ଟକ ପାଠ କରିଥାଏ। କିନ୍ତୁ ମଙ୍ଗଳବାର ଦିନ ଏମିତି କିଛି କାମ ରହିଛି, ଯାହାକୁ ନ କରିବା ଦ୍ବାରା ହନୁମାନ ପ୍ରସନ୍ନ ହୁଅନ୍ତି। ଯଦି ଆପଣ ଏଭଳି କିଛି କାମ କରନ୍ତି, ତେବେ ବଜରଙ୍ଗବାଲୀ ରୋଷ କରନ୍ତି।

ମଙ୍ଗଳବାର ଦିନ କୌଣସି ପ୍ରକାର ସୌନ୍ଦର୍ଯ୍ଯ ପ୍ରସାଧନ ସାମଗ୍ରୀ କିଣନ୍ତି ନାହିଁ। ବୈବାହିକ ସମ୍ବନ୍ଧରେ ତିକ୍ତତା ଆସିଥାଏ। ଏହି ସବୁ ଜିନିଷ ଆପଣ ସୋମବାର ଏବଂ ଶୁକ୍ରବାର କିଣିପାରିବେ।

ମଙ୍ଗଳବାର ଦିନ କ୍ଷୀରରେ ପ୍ରସ୍ତୁତ ମିଠା ଯେପରିକି ବର୍ଫି, ରାବଡି ଏବଂ କଳାକନ୍ଦ ଭଳି ମିଠା କିଣନ୍ତୁ ନାହିଁ। କ୍ଷୀରକୁ ଚନ୍ଦ୍ରମାରଙ୍କ କାରକ ବୋଲି କୁହାଯାଇଛି। ଚନ୍ଦ୍ରମା ଏବଂ ମଙ୍ଗଳ ପରସ୍ପର ବିରୋଧୀ ଅଟନ୍ତି।

ତେଣୁ ମଙ୍ଗଳବାର ଦିନ କ୍ଷୀରରେ ପ୍ରସ୍ତୁତ ଜିନିଷ ମଧ୍ୟ ପ୍ରୟୋଗ କରନ୍ତୁ ନାହିଁ କିମ୍ବା କାହାକୁ ଦାନ କରନ୍ତୁ ନାହିଁ। ମଙ୍ଗଳବାର ଦିନ ବେସନରେ ପ୍ରସ୍ତୁତ ଲଡୁ ଭୋଗ ଲଗାନ୍ତୁ।

ମଙ୍ଗଳବାର ଦିନ ମାଂସ ଏବଂ ମଦ ଠାରୁ ଦୂରେଇ ରୁହନ୍ତୁ। ଏମିତି କଲେ ବ୍ଯକ୍ତିର କୁଟୁମ୍ଭ ପ୍ରତି ବିପଦ ଆସିଥାଏ।

ମଙ୍ଗଳବାର ଦିନ କେବେ ବି ଲୁହା ସାମଗ୍ରୀ କିଣନ୍ତୁ ନାହିଁ। ଏହାଛଡା ନେଲକଟର, ଛୁରୀ କିମ୍ବା କଇଁଚି କିଛି କିଣିବା ଉଚିତ ନୁହେଁ। ଏହି ଦିନ ନୂଆ ଗାଡି କିଣିବା ମଧ୍ୟ ଅଶୁଭ।

ମଙ୍ଗଳବାର ଦିନ କଳା ରଙ୍ଗର ବସ୍ତ୍ର ପିନ୍ଧନ୍ତୁ ନାହିଁ। ଏହି ଦିନ ନାଲି ରଙ୍ଗର ବସ୍ତ୍ର ପିନ୍ଧିବା ଦ୍ବାରା ମଙ୍ଗଳ ଦୋଷ ପ୍ରଭାବ କମ୍ ହୋଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.