Below header

କେଶ ପାଇଁ ବରଦାନ ଅଳାଁ ପାଣି, ଜାଣନ୍ତୁ କେମିତି କରିବେ ବ୍ଯବହାର

ଶରୀର ପାଇଁ ଅଳାଁ ଏକ ବରଦାନ ଭଳି । ଅଳାଁରେ ଭିଟାମିନ ସି, ଟୋନିନି, ଫସଫରସ, ଆଇରନ ଏବଂ କ୍ଯାଲସିୟମ ରହିଥାଏ। ଶରୀର ଠାରୁ ଆରମ୍ଭ କରି କେଶ ପର୍ଯ୍ଯନ୍ତ ସବୁ ପାଇଁ ଫାଇଦା ଦିଏ ଅଳାଁ। ଆୟୁର୍ବେଦରେ ଅଳାଁର ଅନେକ ଫାଇଦା ରହିଥାଏ। ମାର୍କେଟରେ ଅଳାଁ ପାଉଡର, ଚକୋଲେଟ, ଆଚାର ଇତ୍ଯାଦି ମିଳିଥାଏ। କେବଳ ଅଳାଁ ନୁହେଁ ଏହାର ପାଣି ମଧ୍ୟ ବେଶ ଫାଇଦାଯୁକ୍ତ ହୋଇଥାଏ। କେଶ ପାଇଁ ଅଳାଁ ପାଣି ବହୁତ ଭଲ।

ଭିଟାମିନ ସି ରେ ଭରପୁର ଅଳାଁ ଖାଇବା ଦ୍ୱାରା ଶରୀରରେ ଇମ୍ୟୁନିଟି କ୍ଷମତା ବଢ଼ିଥାଏ । ଅଳାଁ ଖାଇବା ଦ୍ୱାରା ପାଚନ ତନ୍ତ୍ର ବହୁତ ଶକ୍ତିଶାଳୀ ହୋଇଥାଏ । ଏଥିରେ ଥିବା ଏଣ୍ଟି ଅକ୍ସିଡାଣ୍ଟ ଗୁଣ ଲିଭରକୁ ସୁସ୍ଥ ରଖିଥାଏ । ଯଦି ଆପଣ ଫ୍ୟାଟି ଲିଭର ରୋଗରେ ପୀଡିତ ତେବେ ଖାଦ୍ୟରେ ଅଳାଁ ସାମିଲ କରନ୍ତୁ ।

ଲିଭର ପାଇଁ ଅଳାଁ ବହୁତ ଲାଭଦାୟକ । ଅଳାଁ ଖାଇବା ଦ୍ୱାରା ଲିଭରରେ ଜମା ହୋଇଥିବା ବିଷାକ୍ତ ପଦାର୍ଥ ବାହାରି ଯାଇଥାଏ । ଫଳରେ ଲିଭର ସୁସ୍ଥ ହୋଇଥାଏ । ଫ୍ୟାଟି ଲିଭର ରୋଗୀଙ୍କ ପାଇଁ ଅଳାଁ ରାମବାଣ ସଦୃଶ ହୋଇଥାଏ । ଅଳାଁ ଲିଭର ଫେଲ ହେବାରୁ ରକ୍ଷା କରିଥାଏ । ଫ୍ୟାଟି ଲିଭର ରୋଗୀ କିପରି ଅଳାଁ ଖାଇବା ଦରକାର ।

କେଶ ପାଇଁ ଅଳାଁ ପାଣିର ଫାଇଦା

ଯଦି ଆପଣଙ୍କ କେଶ ବହୁତ ଜଲଦି ଧଳା ହୋଇଯାଉଛି, ତେବେ ଏହାକୁ ଅଳାଁ ପାଣିରେ ଧୁଅନ୍ତୁ। ଏହାକୁ ଶାମ୍ପୁ କରିବାର ଏକ ଘଣ୍ଟା ପୂର୍ବରୁ କେଶରେ ଳଗାନ୍ତୁ ଏବଂ ପରେ କେଶ ଧୋଇଦିଅନ୍ତୁ।

ଯେପରି କେଶରେ ତେଲ ଲଗାଉଛନ୍ତି, ସେମିତି ଏକ ପାତ୍ରରେ ଅଳାଁ ପାଣି ନେଇ କେଶ ମୂଳରେ ଲଗାନ୍ତୁ। ଏହାକୁ ଅଧ ଘଣ୍ଟା ଛାଡିଦିଅନ୍ତୁ। ତା’ ପରେ କେଶ ଧୁଅନ୍ତୁ।

ଯଦି ଆପଣ କେଶରେ ମେହେନ୍ଦୀ ଲଗାନ୍ତି, ତେବେ ସେଥିରେ ଅଳାଁ ପାଣି ମିଶାନ୍ତୁ। ତେଣୁ ରାତିରେ ମେହେନ୍ଦୀରେ ଅଳାଁ ପାଣି ମିଶାଇ ରଖିଦିଅନ୍ତୁ। ଏହାକୁ କେଶରେ ଲଗାଇବା ଦ୍ବାରା ଫାଇଦା ମିଳିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.