ଜମ୍ମୁ କାଶ୍ମୀର ରାଜ୍ୟ ଅନ୍ତର୍ଗତ ପୁଞ୍ଛ ଜିଲ୍ଲାରେ ୨ ଆର୍ମୀ ଯବାନ ସହିଦ ହୋଇଛନ୍ତି । ଆଣ୍ଟି ଟେରରିଷ୍ଟ ଅପରେସନ୍ ବେଳେ ଯବାନ ସହିଦ ହୋଇଥିବା ନେଇ ଜଣାଯାଇଛି । ଏମାନଙ୍କ ମଧ୍ୟରେ ଜଣେ ଜୁନିଅର କମିଶନ୍ଡ ଅଫିସର – JCO ଥିବା ବେଳେ ଜଣେ ଯବାନ ଅଛନ୍ତି ।
ଜମ୍ମୁ କାଶ୍ମୀର ମେନ୍ଧର ଭଟାଧୋରିଆନ୍ ଅଞ୍ଚଳରେ ଅପରେସନ୍ ଚାଲିଛି । ପୂରା ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ୍ ଜୋରଦାର କରିଛନ୍ତି ଯବାନ । ସୂଚନା ଦେବା ଯୋଗ୍ୟକି ଦୁଇ ଦିନ ପୂର୍ବରୁ ପୁଞ୍ଛରେ ୫ ଜଣ ଆର୍ମୀ ଯବାନ ସହିଦ ହୋଇଥିଲେ ।