କେଶ ସମସ୍ୟା ସହ ଶରୀରକୁ ରୋଗ ମୁକ୍ତ ରଖେ ଆମ୍ବ ପତ୍ର

ଆମ୍ବ ଏପରି ଏକ ଫଳ, ଯାହାକୁ ସମସ୍ତେ ଖାଇବାକୁ ପସନ୍ଦ କରନ୍ତି । ଆମ୍ବ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । କାରଣ ଏହି ଫଳରେ ଅନେକ ଔଷଧିୟ ଗୁଣ ରହିଛି । ଆମ୍ବ ଖାଇବା ପାଇଁ ଅତ୍ୟନ୍ତ ସ୍ୱାଦିଷ୍ଟ ମଧ୍ୟ ଲାଗେ । ହେଲେ ଆମ୍ବ ବ୍ୟତୀତ ଏହାର ପତ୍ର ମଧ୍ୟ ଆମ ଶରୀର ପାଇଁ ଅନେକ ଉପକାରୀ ବୋଲି କୁହାଯାଏ । ଆମ୍ବ ପତ୍ରର ଏପରି ଅନେକ ଗୁଣ ଅଛି, ଯାହା କେବଳ ସ୍ୱାସ୍ଥ୍ୟ ପାଇଁ ନୁହେଁ ବରଂ ଚର୍ମ ଏବଂ କେଶ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ ।

ଆମ୍ବର ଫାଇଦା ବିଷୟରେ ତ’ ଆପଣ ମାନେ ବହୁତ ଶୁଣିଥିବେ କିନ୍ତୁ କ’ଣ ଆପଣ ଜାଣନ୍ତି ଆମ୍ବ ପତ୍ରର ମଧ୍ୟ ଜବରଦସ୍ତ ଫାଇଦା ଅଛି। ଜାଣନ୍ତୁ ଏହାକୁ କିପରି ଭାବେ ବ୍ୟବହାର କରିବେ।

କୁହାଯାଏ କି ଆମ୍ବ ପତ୍ରରେ ଭିଟାମିନ୍- ସି, ଭିଟାମିନ୍ -ଏ ଏବଂ ଭିଟାମିନ୍ -ବି ପରି ଅନେକ ପୋଷକ ତତ୍ତ୍ୱ ରହିଥାଏ । ଆମ୍ବ ପତ୍ରର ବିଶେଷତ୍ୱ ​​ହେଉଛି କେଶ ଝଡ଼ିବାଠାରୁ ଚର୍ମ ସମ୍ବନ୍ଧୀୟ ସମସ୍ୟା ପର୍ଯ୍ୟନ୍ତ ଏହି ସବୁକୁ ଦୂର କରିଥାଏ । ଆମ୍ବ ପତ୍ର ଚର୍ମ ଏବଂ କେଶ ପାଇଁ ଅନେକ ଉପାୟରେ ବ୍ୟବହାର କରାଯାଇପାରେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିପରି ବ୍ୟବହାର କରାଯାଇପାରିବ:

– ଆମ୍ବ ପତ୍ରର ବହୁତ ପ୍ରକାରର ବିଶେଷତ୍ୱ ​​ରହିଛି । ଚର୍ମର ଶୁଷ୍କତା ବ୍ୟତୀତ ପୋଡା ଜଳା କିମ୍ବା କୁଣ୍ଡାଇ ହେବା ମଧ୍ୟ ଦୂର ହୋଇଥାଏ । ଏଥିପାଇଁ ଆମ୍ବ ପତ୍ର ପାଉଁଶ ଲଗାନ୍ତୁ । ଜଳାପୋଡା ହେଉଥିବାକୁ ଆରାମ ଦେବ ଏବଂ ଶୁଷ୍କତା ମଧ୍ୟ ଦୂର ହୋଇଯିବ ।

– ଯଦି ଆପଣ ଚାହାଁନ୍ତି, ଆପଣ ତାଜା ଆମ୍ବ ପତ୍ରର ଏକ ଫେସ୍ ମାସ୍କ ମଧ୍ୟ ତିଆରି କରିପାରିବେ । ଏଥିପାଇଁ ୪ରୁ ୫ ଆମ୍ବ ପତ୍ର ନିଅନ୍ତୁ ଏବଂ ଏହାକୁ ଗ୍ରାଇଣ୍ଡ କରିବା ପରେ ସେଥିରେ ଏକ ଚାମଚ ମହୁ ମିଶାନ୍ତୁ । ବର୍ତ୍ତମାନ ସେହି ପେଷ୍ଟକୁ ମୁହଁରେ ଲଗାନ୍ତୁ ଏବଂ କିଛି ସମୟ ପରେ ଥଣ୍ଡା ପାଣିରେ ମୁହଁକୁ ଧୋଇ ଦିଅନ୍ତୁ। ସପ୍ତାହରେ ଦୁଇଥର ଏହାକୁ ମୁହଁରେ ଲଗାନ୍ତୁ ।

– ଆମ୍ବ ପତ୍ରରେ ଭିଟାମିନ୍ -ଏ ଏବଂ ଭିଟାମିନ୍ -ସି ପ୍ରଚୁର ପରିମାଣରେ ଥାଏ । ଯଦି ଏହାକୁ ସଠିକ୍ ଭାବରେ ବ୍ୟବହାର କରାଯାଏ, ତେବେ କେଶର ବୃଦ୍ଧି ହେବ । ଏଥିପାଇଁ ଆମ୍ବ ପତ୍ରକୁ ଗ୍ରାଇଣ୍ଡ୍ କରି ପେଷ୍ଟ ବନାନ୍ତୁ । ଏହାକୁ ଚୁଟିରେ ଏବଂ ସ୍କାଲପ୍‌ ରେ ଲଗାନ୍ତୁ। ଏହାକୁ ପ୍ରାୟ ୧୫ ମିନିଟ୍ ପରେ ସାମ୍ପୁ ସହିତ ଧୋଇ ଦିଅନ୍ତୁ। ଏହା ଲଗାଇବା ଦ୍ବାରା କେଶର ରଙ୍ଗ ଉନ୍ନତ ହୁଏ ଏବଂ ଚୁଟି ମୁଳକୁ ମଧ୍ୟ ମଜବୁତ କରିଥାଏ ।

-ଆମ୍ବର ପତ୍ର ହାକୁଟି ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ। ଯଦି ଆପଣଙ୍କୁ ହାକୁଟି ଆସୁଛି ଏବଂ ହାକୁଟି ବନ୍ଦ ହେବା ପାଇଁ ନାଁ ଧରୁନାହିଁ। ତେବେ ଆମ୍ବ ପତ୍ରକୁ ଫୁଟାଇ ତାହାକୁ କୁଳି କରନ୍ତୁ।

-ଯଦି ଆପଣଙ୍କୁ ବ୍ଲଡ ପ୍ରେସରର ସମସ୍ୟା ଥାଏ ତେବେ ଆମ୍ବର ପତ୍ରକୁ ଫୁଟାଇ ଦିଅନ୍ତୁ। ଗାଧୋଇବା ସମୟରେ ଏହାକୁ ପାଣିରେ ମିଶାଇ ସ୍ନାନ କରନ୍ତୁ। ଏହା ଦ୍ବାରା ଆପଣଙ୍କ ରକ୍ତଚାପର ସମସ୍ୟା ଦୂର ହୋଇଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.