୨୦୫୦ ସୁଦ୍ଧା ହାର୍ଟ ଓ ବ୍ରେନ୍ ଷ୍ଟ୍ରୋକ୍‌ରେ ମୃତ୍ୟୁ ସଂଖ୍ୟା ଗୋଟିଏ ବର୍ଷରେ ୧ କୋଟି ଛୁଇଁପାରେ

ସାରା ବିଶ୍ୱରେ କରୋନା ମହାମାରୀର ପ୍ରକୋପ କମିବା ପରେ ଏବେ ଅଧିକାଂଶ ହାର୍ଟ ଓ ବ୍ରେନ୍ ଷ୍ଟ୍ରୋକ୍ କେସ୍ ସାମ୍ନାକୁ ଆସୁଛି। ଯଦି ଏ ନେଇ ଖୁବ୍‌ଶୀଘ୍ର ପଦକ୍ଷେପ ନିଆ ନ ଯିବ, ତା’ ହେଲେ ପୂରା ବିଶ୍ୱରେ ହାର୍ଟ ଓ ବ୍ରେନ୍ ଷ୍ଟ୍ରୋକ୍‌ରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ସଂଖ୍ୟା ୫୦% ବଢି ପ୍ରତିବର୍ଷ ୯୭ ଲକ୍ଷ ହେବାର ଅନୁମାନ କରାଯାଉଛି ।

ସାରା ବିଶ୍ୱରେ କରୋନା ମହାମାରୀର ପ୍ରକୋପ କମିବା ପରେ ଏବେ ଅଧିକାଂଶ ହାର୍ଟ ଓ ବ୍ରେନ୍ ଷ୍ଟ୍ରୋକ୍ କେସ୍ ସାମ୍ନାକୁ ଆସୁଛି। ଯଦି ଏ ନେଇ ଖୁବ୍‌ଶୀଘ୍ର ପଦକ୍ଷେପ ନିଆ ନ ଯିବ, ତା’ ହେଲେ ପୂରା ବିଶ୍ୱରେ ହାର୍ଟ ଓ ବ୍ରେନ୍ ଷ୍ଟ୍ରୋକ୍‌ରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ସଂଖ୍ୟା ୫୦% ବଢି ପ୍ରତିବର୍ଷ ୯୭ ଲକ୍ଷ ହେବାର ଅନୁମାନ କରାଯାଉଛି । ‘ଲାନସେଟ୍ ନ୍ୟୁରୋଲୋଜି ଜର୍ନାଲ’ରେ ପ୍ରକାଶିତ ଏକ ନୂଆ ଅଧ୍ୟୟନରେ ଏହା ଦାବି କରାଯାଇଛି। ଅନୁମାନ କରାଯାଉଛି ଯେ ୨୦୨୦ ରୁ ୨୦୫୦ ମଧ୍ୟରେ ହାର୍ଟ ଓ ବ୍ରେନ୍ ଷ୍ଟ୍ରୋକ୍ ସମସ୍ୟା ଯୋଗୁ ଅଳ୍ପ ଆୟକାରୀ ବା ମାଧ୍ୟମ ଆୟକାରୀ ଦେଶ ଉପରେ ଏହାର ଅଧିକ ପ୍ରଭାବ ପଡିପାରେ ।

ସୂଚନା ମୁତାବକ, ବିଶ୍ୱରେ ଆଗାମୀ ୩୦ ବର୍ଷ ମଧ୍ୟରେ ହାର୍ଟ ଓ ବ୍ରେନ୍ ଷ୍ଟ୍ରୋକ୍ ସମସ୍ୟାରେ ପୀଡ଼ିତ ବ୍ୟକ୍ତି କିମ୍ବା ମୃତ ବ୍ୟକ୍ତିଙ୍କ ସଂଖ୍ୟା ଦୁଇଗୁଣା ବଢିପାରେ, ଯେଉଁଥିରେ ନିମ୍ନ ଏବଂ ମାଧ୍ୟମ ଆୟ କରୁଥିବା ଦେଶଗୁଡିକର ଲୋକମାନେ ଅଧିକ ପ୍ରଭାବିତ ହୋଇପାରନ୍ତି । ଏହା ସହ ଉଚ୍ଚ ଆୟକାରୀ ଦେଶ ତୁଳନାରେ ଅଳ୍ପ ଆୟକାରୀ ଦେଶରେ ହାର୍ଟ ଓ ବ୍ରେନ୍ ଷ୍ଟ୍ରୋକ୍ ସମସ୍ୟା ଅଧିକ ବଢୁଛି । ଏହା ମଧ୍ୟ ସୂଚନା ରହିଛି ଯେ ଯଦି ଏହିପରି ସ୍ଥିତି ରହିଲା, ତେବେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଏକ ସ୍ଥାୟୀ ବିକାଶ ଲକ୍ଷ୍ୟ ପୂରା ହୋଇପାରିବ ନାହିଁ ।

ନ୍ୟୁଜିଲାଣ୍ଡର ଅକଲ୍ୟାଣ୍ଡ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜିର ପ୍ରଫେସର ଭାଲେରି ଏଲ୍ ଫିଜିନ୍ କହିଛନ୍ତି, ‘ହାର୍ଟ ଓ ବ୍ରେନ୍ ଷ୍ଟ୍ରୋକ୍ ବିଶ୍ୱର ଜନସଂଖ୍ୟା ଉପରେ ବହୁତ ପ୍ରଭାବ ପକାଇଥାଏ, ଯାହାଦ୍ୱାରା ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ପ୍ରାଣ ହରାନ୍ତି । ତେବେ କେବଳ ଏତିକି ନୁହେଁ, ଏହାର ଚିକିତ୍ସା ପାଇଁ କୋଟି କୋଟି ଟଙ୍କା ମଧ୍ୟ ଖର୍ଚ୍ଚ ହୋଇଥାଏ । ଫିଜିନ ଆହୁରି ମଧ୍ୟ କହିଛନ୍ତି ଯେ ଏହା ଆଗକୁ ଯାଇ ବିଶ୍ୱ ପାଇଁ ଏକ ବଡ଼ ବିପଦ ହୋଇପାରେ ।

ଆମ ଦେଶରେ ବଢୁଥିବା ଜନସଂଖ୍ୟା ଓ ଲୋକଙ୍କ ବୟସକୁ ଧ୍ୟାନରେ ରଖି ଏହି ଅଧ୍ୟୟନ ସୂଚନା ଦେଇଛି ଯେ ୨୦୫୦ ସୁଦ୍ଧା ହାର୍ଟ ଓ ବ୍ରେନ୍ ଷ୍ଟ୍ରୋକ୍‌ରେ ମୃତ ଲୋକଙ୍କ ସଂଖ୍ୟା ୫୦%କୁ ବୃଦ୍ଧି ପାଇପାରେ । ତେବେ ୨୦୨୦ରେ ଏହି ସଂଖ୍ୟା ୬୬ ଲକ୍ଷ ଥିଲା, କିନ୍ତୁ ଆଗାମୀ ୩୦ ବର୍ଷ ମଧ୍ୟରେ ଏହା ୯୭ ଲକ୍ଷକୁ ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି । ବିଶ୍ୱ ଷ୍ଟ୍ରୋକ୍ ସଂଗଠନର ସଭାପତି ପ୍ରଫେସର ଜୟରାଜ ପାଣ୍ଡିଆନ୍ କହିଛନ୍ତି ଯେ ୨୦୨୦ରେ ହାର୍ଟ ଓ ବ୍ରେନ୍ ଷ୍ଟ୍ରୋକ୍‌ରେ ମୃତକଙ୍କ ସଂଖ୍ୟା ୬୧% ବା ପ୍ରାୟ ୪୧ ଲକ୍ଷ ଥିଲା । ହେଲେ ୨୦୫୦ ସୁଦ୍ଧା ଏହା ୬୯ % ବା ପାଖାପାଖି ୬୬ ଲକ୍ଷକୁ ବୃଦ୍ଧି ପାଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.