Below header

ଜୀବିତ ଅଛନ୍ତି ଟାଟୁ ଆର୍ଟିଷ୍ଟ୍‍! ଯାହାଙ୍କ ନଗ୍ନ ମୃତଦେହକୁ ଟ୍ରକ୍‌ରେ ପକାଇ ପରେଡ୍‌ କରିଥିଲେ ହମାସ୍‌ ଆତଙ୍କବାଦୀ

ଏହି ଯୁବତୀ ହେଲେ, ଜର୍ମାନର ଟାଟୁ ଆର୍ଟିଷ୍ଟ୍‍ ଶାନି ଲାଉକ୍‌। ପ୍ରଥମେ କୁହାଯାଇଥିଲା କି, ଆତଙ୍କବାଦୀମାନେ ଶାନିଙ୍କୁ ହତ୍ୟା କରି ତାଙ୍କ ମୃତଦେହକୁ ଧରି ପରେଡ କରିଥିଲେ। କିନ୍ତୁ ଏବେ ଶାନିଙ୍କ ମା’ ଆଶ୍ଚର୍ଯ୍ୟଜନକ ସୂଚନା ଦେଇଛନ୍ତି। ସେ ଦାବି କରିଛନ୍ତି ଯେ ତାଙ୍କ ଝିଅ ଜୀବିତ ଅଛି, ମରିନାହିଁ।

ଇସ୍ରାଏଲ ଉପରେ ଆକ୍ରମଣ କରିବା ପରେ ହମାସ ଆତଙ୍କବାଦୀମାନେ ଏକ ମ୍ୟୁଜିକ୍‌ ଫେଷ୍ଟିଭାଲ୍‌ରେ ପ୍ରବେଶ କରିଥିଲେ। ସେଠାରେ ସେମାନେ ଅତି କମରେ ୨୬୦ ଜଣଙ୍କୁ ମାରିଥିଲେ। ବହୁ ସଂଖ୍ୟାରେ ଲୋକଙ୍କୁ ସେମାନେ ଅପହରଣ ମଧ୍ୟ କରି ନେଇଯାଇଥିଲେ। ଲୋକମାନଙ୍କ ସହିତ ଆତଙ୍କବାଦୀଙ୍କ ବର୍ବରତାର ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଛାଇ ଯାଇଛି। ଏହିପରି ଏକ ଭିଡିଓ ସାମ୍ନାକୁ ଆସିଥିଲା, ଯାହା ସମଗ୍ର ବିଶ୍ୱକୁ ଥରାଇ ଦେଇଥିଲା।

ଏହି ଭିଡିଓରେ ହମାସ ଆତଙ୍କବାଦୀମାନେ ଜଣେ ଯୁବତୀଙ୍କ ଶରୀର ଉପରେ ବସି ଉତ୍ସବ ପାଳନ କରୁଥିବା ଦେଖିବାକୁ ମିଳିଥିଲା। ସେମାନେ ତାଙ୍କ ଶରୀର ଉପରେ ଛେପ ପକାଉଥିଲେ। ଯୁବତୀଙ୍କ ଶରୀରକୁ ଏକ ଟ୍ରକରେ ପକାଇ ସେମାନେ ପରେଡ୍‌ରେ ବାହାରିଥିଲେ। ଏପରି କି, ଯୁବତୀଙ୍କ ଦେହରେ କୌଣସି କପଡ଼ା ସୁଦ୍ଧା ନ ଥିଲା।

ଏକ ରିପୋର୍ଟରେ କୁହାଯାଇଛି ଯେ ଏହି ଯୁବତୀଙ୍କୁ ଚିହ୍ନଟ କରାଯାଇଛି। ତାଙ୍କ ଦେହର ଟାଟୁ ଏବଂ କେଶରୁ ପରିବାର ଲୋକେ ତାଙ୍କୁ ଚିହ୍ନଟ କରିଛନ୍ତି। ଏହି ଯୁବତୀ ହେଲେ, ଜର୍ମାନର ଟାଟୁ ଆର୍ଟିଷ୍ଟ୍‍ ଶାନି ଲାଉକ୍‌। ପ୍ରଥମେ କୁହାଯାଇଥିଲା କି, ଆତଙ୍କବାଦୀମାନେ ଶାନିଙ୍କୁ ହତ୍ୟା କରି ତାଙ୍କ ମୃତଦେହକୁ ଧରି ପରେଡ କରିଥିଲେ। କିନ୍ତୁ ଏବେ ଶାନିଙ୍କ ମା’ ଆଶ୍ଚର୍ଯ୍ୟଜନକ ସୂଚନା ଦେଇଛନ୍ତି। ସେ ଦାବି କରିଛନ୍ତି ଯେ ତାଙ୍କ ଝିଅ ଜୀବିତ ଅଛି, ମରିନାହିଁ।

ଜର୍ମାନର ନ୍ୟୁଜ୍ ଆଉଟଲେଟ୍ Der Spiegelର ରିପୋର୍ଟ ଅନୁସାରେ, ଶାନିଙ୍କ ମା’ ରିକାର୍ଡା ଇଣ୍ଟରନେଟରେ ଏକ ଭିଡିଓ ମେସେଜ୍‌ ଜାରି କରିଛନ୍ତି। ଏଥିରେ ସେ କହିଛନ୍ତି, ଗାଜା ଷ୍ଟ୍ରିପରେ ରହୁଥିବା ତାଙ୍କର ଜଣେ ପାରିବାରିକ ବନ୍ଧୁ କହିଛନ୍ତି ଯେ ତାଙ୍କ ଝିଅ ଜୀବିତ ଅଛନ୍ତି। ସେ ହମାସର ଏକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ଏହାପରେ ରିକାର୍ଡା ଜର୍ମାନ ସରକାରଙ୍କୁ ତାଙ୍କ ଝିଅର ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ନିବେଦନ କରିଛନ୍ତି। ଭିଡିଓରେ ସେ କହୁଛନ୍ତି କି, ଆମେ ସୂଚନା ପାଇଛୁ ଯେ ଝିଅ ଜୀବିତ ଅଛି, କିନ୍ତୁ ତା’ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ତା’ ଅବସ୍ଥା ସଙ୍କଟାପନ୍ନ ରହିଛି। ପ୍ରତ୍ୟେକ ମିନିଟ୍ କଷ୍ଟକର ଏବଂ ଆମେ ଜର୍ମାନ ସରକାରଙ୍କୁ ତୁରନ୍ତ କିଛି କରିବାକୁ ଦାବି କରୁଛୁ।

ସେପଟେ ପରିବାରକୁ ଯିଏ ଏହି ସୂଚନା ଦେଇଥିଲେ, ତାଙ୍କ କହିବା ହେଲା, ଶାନିଙ୍କୁ ଭେଟିବା ପାଇଁ ତାଙ୍କୁ ଅନୁମତି ଦିଆଯାଉ ନାହିଁ। ଶାନିଙ୍କ ପରିବାର ଲୋକେ କହିଛନ୍ତି, ସେମାନଙ୍କୁ ବ୍ୟାଙ୍କରୁ ସୂଚନା ମିଳିଛି ଯେ ତାଙ୍କ ଝିଅର କ୍ରେଡିଟ କାର୍ଡ ଗାଜାରେ ବ୍ୟବହାର କରାଯାଇଛି। ଏଥିରୁ ଜଣାପଡ଼ୁଛି, କେହି ତାଙ୍କ ଜିନିଷ ମଧ୍ୟ ଲୁଟି ନେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.