କ୍ଷୀର ବିନା ଶରୀରରେ କ୍ୟାଲସିୟମର ଅଭାବ ଦେଖାଦେଲେ ଖାଆନ୍ତୁ ଏହି ସବୁ ଖାଦ୍ୟ, ଜାଣନ୍ତୁ

ଶରୀରକୁ ସୁସ୍ଥ ରଖିବା ପାଇଁ ହାଡ଼ ମଜବୁତ ରହିବା ନିହାତି ଆବଶ୍ୟକ । ଏଥିପାଇଁ ଉତ୍ତମ ଡାଏଟର ଆବଶ୍ୟକତା ରହିଛି । ବିଶେଷ କରି କ୍ୟାଲସିୟମ ଓ ଭିଟାମିନ ଯୁକ୍ତ ଖାଦ୍ୟ ଶରୀର ପାଇଁ ନିହାତି ଆବଶ୍ୟକ ହୋଇଥାଏ । ତେବେ କ୍ଷୀରରେ ପ୍ରଚୁର ମାତ୍ରାରେ କ୍ୟାଲସିୟମ ଗୁଣ ଭରି ରହିଥାଏ । କିନ୍ତୁ କିଛି ଜଣ ଅଛନ୍ତି ଯେଉଁମାନେ କ୍ଷୀର ପିଇବାକୁ ପସନ୍ଦ କରିନଥାନ୍ତି । ଯଦ୍ୱାରା ସେମାନଙ୍କ ପାଖରେ କ୍ୟାଲସିୟମର ଅଭାବ ଦେଖାଯାଏ ।

ଶରୀରରେ କ୍ୟାଲସିୟମ ସହ ପୋଷକ ତତ୍ତ୍ୱର ଅଭାବ ଦେଖାଦେଲେ ହାଡ଼ରେ ଯନ୍ତ୍ରଣା ଅନୁଭବ ହୋଇଥାଏ । ତେଣୁ ଯେଉଁମାନେ କ୍ଷୀର ପିଇବା ପସନ୍ଦ କରି ନଥାନ୍ତି ସେମାନେ ନିମ୍ନ ଲିଖିତ ଖାଦ୍ୟକୁ ନିଜ ଡାଏଟରେ ସାମିଲ କରି କ୍ୟାଲସିୟମ, ଭିଟାମିନ ଭଳି ପୋଷକ ତତ୍ତ୍ୱ ପାଇପାରିବେ । ଜାଣନ୍ତୁ ସେ ସଂପର୍କରେ ।

0987
pc: medical news today

– ବାଦାମରେ କ୍ୟାଲସିୟମର ମାତ୍ରା ରହିଥାଏ । ଯାହାକୁ ଖାଇବା ଦ୍ୱାରା କ୍ୟାଲସିୟମର ଅଭାବ ଦୂର ହୋଇପାରିବ । ଏହା ମାଂସପେଶୀକୁ ମଜବୁତ ରଖିଥାଏ । ତେଣୁ ଏହାକୁ ପ୍ରତିଦିନ ସେବନ କରନ୍ତୁ ।

– ସବୁଜ ପନିପରିବାରେ କ୍ୟାଲସିୟମ , ମାଗ୍ନେସିୟମ, ଫଲିକ ଏସିଡ, ଜିଙ୍କ, କପର, କାର୍ବୋହାଇଡ୍ରେଟ, ଫସଫରସ, ପ୍ରୋଟିନ ଆଦି ମହଜୁଦ ରହିଛି। ଏହା ଆପଣଙ୍କ ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିବ ।

– ସୋୟାବିନରେ ୨୨୫ ଗ୍ରାମ ପାଖାପାଖି କ୍ୟାଲସିୟମ ରହିଥାଏ । ଏହା ଶରୀରରେ କ୍ୟାଲସିୟମ ତଥା ପ୍ରୋଟିନର ଅଭାବକୁ ପୂରଣ କରିଥାଏ ।

– ଶେଷରେ ଆପଣ ଅଣ୍ଡା , ମାଛ ମଧ୍ୟ ଖାଇପାରିବେ । ଏଥିରେ ପ୍ରୋଟିନ ସହ କ୍ୟାଲସିୟମ ଭରପୂର ମାତ୍ରାରେ ରହିଛି । ତେଣୁ ଏହାକୁ ସେବନ କରି ଶରୀରକୁ ସୁସ୍ଥ ରଖନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.