Below header

ଯୁବାବସ୍ଥାରୁ ଏହିସବୁ ବିଷୟ ପ୍ରତି ଧ୍ୟାନ ଦିଅନ୍ତୁ, ରହିବନି କୋଲେଷ୍ଟ୍ରୋଲ ସମସ୍ୟା

ହୃଦ୍‌ ସମ୍ବନ୍ଧୀୟ ରୋଗ କଥା ଆସିଲେ ମନକୁ ସ୍ୱତଃପ୍ରବୃତ୍ତ ଭାବେ ବୟସ୍କ ତଥା ୪୦ରୁ ଊର୍ଦ୍ଧ୍ୱ ବୟସର ଲୋକଙ୍କ କଥା ଆସେ। ମାତ୍ର ଯଦି ଯୁବପିଢ଼ି କମ୍‌ ବୟସରୁ ହିଁ କିଛି ଜିନିଷ ପ୍ରତି ଧ୍ୟାନ ଦେବେ ତେବେ ପରିଣତ ବୟସରେ ସେମାନଙ୍କୁ ହୃଦ୍‌ ସମ୍ବନ୍ଧୀୟ କିମ୍ବା କୋଲେଷ୍ଟ୍ରୋଲ୍‌ ସଂକ୍ରାନ୍ତୀୟ ରୋଗର ସାମ୍ନା କରିବାକୁ ପଡ଼ିବନି।

କୋଲେଷ୍ଟ୍ରୋଲ୍‌ ଶରୀର ପାଇଁ ଏକ ଆବଶ୍ୟକୀୟ କେମିକାଲ କମ୍ପାଉଣ୍ଡ। ଏହାର ସୃଷ୍ଟି ଯକୃତରେ ହୋଇଥାଏ। ଶରୀରରେ ନୂତନ ଟିସ୍ୟୁର ସୃଷ୍ଟି ଏବଂ ହରମୋନ୍‌ ପରିଚାଳନାରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ମାତ୍ର କୋଲେଷ୍ଟ୍ରୋଲ୍‌ର ପରିମାଣ ଆବଶ୍ୟକତାରୁ ଅଧିକ ହୋଇଗଲେ ତାହା ଶରୀର ପାଇଁ କ୍ଷତିକାରକ ହୋଇଥାଏ। ଅଧିକ ପରିମାଣର ଫାଷ୍ଟ ଫୁଡ୍‌ ଓ ତୈଳାକ୍ତ ଦ୍ରବ୍ୟ ସେବନ ଫଳରେ ଶରୀରରେ କୋଲେଷ୍ଟ୍ରୋଲ୍‌ର ମାତ୍ରା ବୃଦ୍ଧି ପାଏ। ଯକୃତ ଉପରେ ଏହାର କୁପ୍ରଭାବ ପଡ଼ିଥାଏ।

ଶରୀରରେ କୋଲେଷ୍ଟ୍ରୋଲ୍‌ର ପରିମାଣ ବୃଦ୍ଧି ପାଇଲେ ଏହାର ପ୍ରଭାବ ରକ୍ତ ସଞ୍ଚାଳନ ଉପରେ ପଡ଼ିଥାଏ। ଅତ୍ୟଧିକ କୋଲେଷ୍ଟ୍ରୋଲ୍‌ ଯୋଗୁ ରକ୍ତ ସଞ୍ଚାଳନରେ ବାଧା ଉପୁଜିଥାଏ। ଫଳରେ ହାର୍ଟ ଓ ବ୍ରେନ୍‌ ଉପରେ ପ୍ରଭାବ ପଡ଼ିଥାଏ। କୋଲେଷ୍ଟ୍ରୋଲ୍‌ର ପରିମାଣ ଆବଶ୍ୟକତାରୁ ଅଧିକ ହୋଇଗଲେ ବ୍ୟକ୍ତିର ଜୀବନ ଉପରେ ମଧ୍ୟ ବିପଦ ଆସିଥାଏ।

ଏହାସହ ପଢ଼ନ୍ତୁ: ଟଙ୍କା ଦେଇ ଆମେ କିଣୁଛେ ବିଷ, ସୁସ୍ଥ ରହିବା ଚକ୍କରରେ କରୁଛେ ଅନେକ ରୋଗକୁ ଆମନ୍ତ୍ରଣ

କୋଲେଷ୍ଟ୍ରୋଲ୍‌ର ମାତ୍ରା ବୃଦ୍ଧି ନେଇ ପୂର୍ବରୁ ସୂଚନା ମିଳିନଥାଏ। ରକ୍ତ ପରୀକ୍ଷା କରିବା ଫଳରେ ଏହି ରୋଗ ସମ୍ପର୍କରେ ଅଚାନକ ହିଁ ଜଣାପଡ଼େ। ଏଣୁ ୨୫ ବର୍ଷ ବୟସରୁ ହିଁ ବର୍ଷକୁ ଥରଟେ ଲେଖାଏଁ ରକ୍ତ ପରୀକ୍ଷା କିମ୍ବା ରେଗୁଲାର ଚେକ୍‌ଅପ୍‌ କରିବା ଜରୁରୀ। ଫଳରେ ଆପଣ ପୂର୍ବରୁ ରୋଗ ସମ୍ବନ୍ଧରେ ସଚେତନ ରହିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.