ଓଜନ କମାଇବ ନଡ଼ିଆ ପାଣି; ଖୁବ୍‌ କମ୍‌ ଦିନରେ ଆପଣ ଦେଖାଯିବେ ସ୍ଲିମ୍‌…ଜାଣି ରଖନ୍ତୁ ଫାଇଦା

ଓଜନ ବୃଦ୍ଧି ଏବଂ ମୋଟାପଣ ଆଜିକାଲି ଏକ ଗମ୍ଭୀର ସମସ୍ୟା ହୋଇଗଲାଣି। ଅନେକ ଲୋକ ନିଜର ବଢ଼ୁଥିବା ଓଜନକୁ ନେଇ ଚିନ୍ତାରେ ରହୁଛନ୍ତି। ମୋଟାପଣ ବିଭିନ୍ନ ପ୍ରକାର ଶାରୀରିକ ସମସ୍ୟାକୁ ମଧ୍ୟ ଡାକି ଆଣିଥାଏ। ଏହି ମୋଟାପଣରୁ ଦୂରେଇ ରହିବା ପାଇଁ ପ୍ରତିଦିନ ବ୍ୟାୟାମ ଏବଂ ଉଚିତ ଡାଏଟ୍‌ ନେବା ଅତ୍ୟନ୍ତ ଜରୁରୀ ହୋଇଥାଏ। ଏହି ଡାଏଟ୍‌ରେ ଆପଣ ନଡ଼ିଆ ବା ପଇଡ଼ ପାଣିକୁ ସହଜରେ ସାମିଲ କରି ପାରିବେ। ନଡ଼ିଆ ପାଣି ଶରୀରକୁ ଡିହାଇଡ୍ରେସନରୁ ରକ୍ଷା କରିବା ସହିତ ବଢ଼ୁଥିବା ଓଜନକୁ ନିୟନ୍ତ୍ରଣ କରିବା ଏବଂ ମୋଟାପଣକୁ କମାଇବାରେ ବହୁତ ସହାୟକ ହୋଇପାରେ।

ଜାଣନ୍ତୁ ଫାଇଦା

-ନଡ଼ିଆ ପାଣିରେ କ୍ୟାଲୋରୀ ମାତ୍ରା କମ୍‌ ରହିଥାଏ, ଯାହା ଶରୀରରେ ଫ୍ୟାଟ୍‌କୁ ଏକତ୍ରିତ ହେବାକୁ ଦେଇ ନ ଥାଏ। ଏହି କାରଣରୁ ନଡ଼ିଆ ପାଣି ଓଜନ କମାଇବାରେ ବେଶ୍‌ ଲାଭଦାୟକ ବୋଲି କୁହାଯାଏ।

-ନଡ଼ିଆ ପାଣି ଶରୀରର ମେଟାବଲିଜମ୍‌ ସ୍ତରରେ ସୁଧାର ଆଣିଥାଏ ଏବଂ ଏହାକୁ ଧିମା ହେବାକୁ ଦେଇ ନ ଥାଏ। ଏଥିରେ ଥିବା ପୋଟାସିୟମ୍‌ ଫ୍ୟାଟ୍‌କୁ କମ୍‌ କରିଥାଏ ଏବଂ ଓଜନ ବଢ଼ିବାକୁ ଦେଇ ନ ଥାଏ।

-ଏଥିରେ ଥିବା ଫାଇବର ପେଟକୁ ଲମ୍ବା ସମୟ ପର୍ଯ୍ୟନ୍ତ ପୂର୍ଣ୍ଣ ଥିବାର ଅନୁଭବ କରାଇଥାଏ, ଯାହାଫଳରେ ଆପଣ ବାରମ୍ବାର ଖାଆନ୍ତି ନାହିଁ। ଏହିଭଳି ଭାବେ ଏହା ଭୋକକୁ କଣ୍ଟ୍ରୋଲ କରିଥାଏ ଏବଂ ଓଜନ ବୃଦ୍ଧିକୁ ରୋକିଥାଏ।

କେତେବେଳେ ପିଇବେ ନଡ଼ିଆ ପାଣି

-ଓ୍ଵାର୍କଆଉଟ୍‌ କରିବାର କିଛି ମିନିଟ୍‌ ପରେ ଆପଣ ନଡ଼ିଆ ପାଣି ପିଇ ପାରିବେ। ଏହା ଏକ ଏନର୍ଜି ଡ୍ରିଙ୍କ୍‌ ରୂପେ କାମ କରିଥାଏ।

-ଆପଣ ସକାଳୁ ଖାଲି ପେଟରେ ମଧ୍ୟ ନଡ଼ିଆ ପାଣି ପିଇ ପାରିବେ। ଏଥିରେ ଚାହିଁଲେ ଲେମ୍ବୁରସ ବି ମିଶାଇ ପାରିବେ।

-ଖାଦ୍ୟ ଖାଇବା ପରେ ସ୍ନାକ ଟାଇମ୍‌ରେ ନଡ଼ିଆ ପାଣି ସେବନ କରାଯାଇ ପାରିବ। ଏହା ସୁସ୍ୱାଦୁ ଖାଇବାର ଲାଳସାକୁ ହ୍ରାସ କରିଥାଏ ଏବଂ ଶରୀରକୁ ଏନର୍ଜି ମଧ୍ୟ ପ୍ରଦାନ କରିଥାଏ।