ବଳକା ରନ୍ଧନ ତେଲକୁ ବାରମ୍ବାର କରନ୍ତୁ ନାହିଁ ବ୍ୟବହାର, ଏମିତି କଲେ ଜୀବନ ପ୍ରତି ଆସିବ ବିପଦ

ଯଦି ଆପଣ ତେଲ ମସଲା ଜାତୀୟ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି, ତେବେ ନିହାତି ଭାବେ ଆମର ଏହି ଖବର ଥରେ ଜାଣିନିଅନ୍ତୁ। କୁହାଯାଏ ଯେ ତେଲ ମସଲା ଯୁକ୍ତ ଖାଦ୍ୟ ଶରୀର ପାଇଁ ଉତ୍ତମ ହୋଇନଥାଏ। ତେଣୁ ପ୍ରତିଦିନ ଖାଇବା ଦ୍ୱାରା ଶରୀର ପ୍ରତି କ୍ଷତି ପହଁଞ୍ଚିବା ସ୍ୱଭାବିକ।

ଶରୀର ଥରେ ଅସୁସ୍ଥ ହୋଇଗଲେ କାମ ସରିଲା। ଏଥିପାଇଁ ପୁଣି ଆମକୁ ମେଡିସିନ ସହ ନିଜ ପ୍ରତି ଏକ୍ସଟ୍ରା କେୟାର ନେବାକୁ ପଡ଼େ। ଯଦି ଆପଣଙ୍କ ଖାଦ୍ୟଲିଷ୍ଟରେ ଟେଷ୍ଟି ତଥା ସ୍ପାଇସ୍‌ ଯୁକ୍ତ ଖାଦ୍ୟ ମାନେ ରେ ପୁରୀ, ତରକାରୀ, ସିଙ୍ଗଡା, ରୋଲ, ଟିକ୍କି ଏବଂ ଅଧିକ ମସଲାଯୁକ୍ତ ବ୍ୟଞ୍ଜନ ରହିଛି, ତେବେ ଆପଣ ନିଜ ବିଷୟରେ ଚିନ୍ତା କରିବା ଜରୁରୀ। ଏଥିସହ ଯଦି ଆପଣ ରାସ୍ତା କଡରେ ଥିବା ଖାଦ୍ୟ ବା ରେଷ୍ଟୁରାଣ୍ଟରେ ଖାଇବାକୁ ପସନ୍ଦ କରୁଛନ୍ତି, ତେବେ ଆପଣ ଅଧିକ ସତର୍କ ରହିବା ଜରୁରୀ। କାରଣ ଏହାଦ୍ୱାରା ଅଳ୍ପ ବୟସରେ ଗୁରୁତର ରୋଗର ଶିକାର ହେବାର ସମ୍ଭାବନା ଥାଏ।

ଜଙ୍କ୍ ଫୁଡ୍, ଅସ୍ବାସ୍ଥ୍ୟକର ଖାଦ୍ୟ ଏବଂ ଆଜିର ଜୀବନଶୈଳୀ ଯୋଗୁଁ କମ୍ ବୟସରେ ଉଚ୍ଚ ରକ୍ତଚାପ, ହୃଦରୋଗ, ମଧୁମେହ ପରି ମାରାତ୍ମକ ରୋଗରେ ଆମେ ଆକ୍ରାନ୍ତ ହେଉଛୁ। ତେବେ ଏମିତିରେ ସାଧାରଣ କଥା ସମ୍ପର୍କରେ ସାଧାରଣ କଥା ସମ୍ପର୍କରେ ନଜାଣି ଆମକୁ ରୋଗ ଆଡକୁ ଠେଲି ଦେଇଥାଏ। କାରଣ ଏହି ସବୁ ସ୍ଥାନରେ ବାରମ୍ବାର ବ୍ୟବହାର ହେଉଥିବା ତେଲ ବା ପୋଡା ତେଲ ବ୍ୟବହାର କରାଯାଏ। ଆପଣଙ୍କୁ କହି ରଖୁଛୁ ଯେ ଏମିତି ସ୍ବାଦିଷ୍ଟ ଛଣାଛଣି ଖାଦ୍ୟ ତିଆରି କରିବା ପାଇଁ ବ୍ୟବହୃତ ବଳକା ତେଲର ବ୍ୟବହାର କରାଯାଏ।

ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ରନ୍ଧନ ତେଲକୁ ବାରମ୍ବାର ଗରମ କରିବା ଉଚିତ ନୁହେଁ। କାରଣ ତେଲରେ ଏହିପରି କେତେକ ରାସାୟନିକ ପଦାର୍ଥ ରହିଛି ଯେଉଁଥି ପାଇଁ ଆପଣ ହୃଦଘାତ, ବ୍ରେନଷ୍ଟ୍ରୋକ୍, ଯକୃତ, ଅକାମୀ ହେବା, କର୍କଟ ପରି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ସେହିପରି ଡାଏଟିସିଆନଙ୍କ ମତରେ, ତେଲ ଶରୀରରେ କଲେଷ୍ଟ୍ରୋଲ ସ୍ତରକୁ ବୃଦ୍ଧି କରାଇଥାଏ। ବଳକା ତେଲକୁ ବ୍ୟବହାର କରିବା ଅନୁଚିତ୍। ତେଲକୁ ୩ ଥରରୁ ଅଧିକ ବ୍ୟବହାର ନ କରିବାକୁ ପରାମର୍ଶ ଦେବା ସହ ବାହାର ଷ୍ଟ୍ରିଟ ଫୁଡ ଠାରୁ ଦୂରେଇ ରହିବାକୁ ବିଶେଷଜ୍ଞ ପରାମର୍ଶ ଦେଉଛନ୍ତି।

oil
pc: india tv news

ସୂଚନାନୁସାରେ, ପ୍ୟାନରେ ଥିବା ଅବଶିଷ୍ଟ ତେଲକୁ ବ୍ୟବହାର କଲେ ସେଥିରୁ ବିଷାକ୍ତ ପଦାର୍ଥ ନିର୍ଗତ ହୋଇଥାଏ, ଯାହା ଶରୀରରେ ରେଡିକାଲ ସ୍ତରକୁ ବୃଦ୍ଧି କରିଥାଏ। ଏହି ରେଡିକାଲ୍ସର ବୃଦ୍ଧି ହେତୁ ଶରୀର ଲାଲ ହୋଇ ଫୁଲିବା, ଅନ୍ୟାନ୍ୟ କ୍ରୋନିକ ରୋଗ ହୋଇଥାଏ। ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଆର୍ଟ ଅଫ ଇଣ୍ଡିଆର ନିର୍ଦ୍ଦେଶ ଅନୁଯାୟୀ ବଳକା ରନ୍ଧନ ତେଲକୁ ବାରମ୍ବାର ବ୍ୟବହାର ନ କରନ୍ତୁ। ବାରମ୍ବାର ବଳକା ରନ୍ଧନ ତେଲକୁ ବ୍ୟବହାର କଲେ କର୍କଟ ରୋଗ ହେବାର ସମ୍ଭାବନା ରହିଛି। ଏହି ତେଲର ସେବନ କଲେ ଯକୃତ କର୍କଟ, କୋଲୋନ କର୍କଟ, ଗଲ୍ ବ୍ଲେଡର କର୍କଟ ଏବଂ ଅନ୍ୟାନ୍ୟ ପ୍ରକାରର ରୋଗ ହୋଇପାରେ।

ସମସ୍ତ ତେଲରେ ଅଲଗା ଅଲଗା ଗୁଣ ଭରି ରହି ଥାଏ, ଆଉ ସେଥିରୁ କିଛି ସ୍ମୋକ୍ ପଏଣ୍ଟ ରହିଛି ଯାହା ଛଣାଛଣି ପାଇଁ ଉପଯୁକ୍ତ। ସୂର୍ଯ୍ୟମୁଖୀ ତେଲ, ସୋୟାବିନ ତେଲ, ବାଦାମ ତେଲ, ସୋରିଷ ତେଲ, କାନୋଲ ତେଲ ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ହିତକର ଅଟେ। ଏହି ତେଲ ଉଚ୍ଚ ତାପମାତ୍ରାରେ ବିଷାକ୍ତ ପଦାର୍ଥ ଛାଡି ନ ଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.