ପନିର ପରଟା ସହିତ ଦିନ ଆରମ୍ଭ କରନ୍ତୁ, ବ୍ରେକଫାଷ୍ଟକୁ କରନ୍ତୁ ସ୍ୱାଦିଷ୍ଟ ଆଉ ହେଲ୍‌ଦି

ଶୀତ ଋତୁରେ ଆମକୁ ଏମିତି ଜଳଖିଆର ଆବଶ୍ୟକ ପଡ଼ିଥାଏ, ଯାହାକି ହେଭି ସାଙ୍ଗକୁ ଭଲ ଭାବେ ହଜମ ମଧ୍ୟ ହୋଇ ପାରୁଥିବ। କାହିଁକିନା, ଜଳଖିଆରୁ ମିଳୁଥିବା ଶକ୍ତିରୁ ହିଁ ଆମେ ଦିନସାରା ଫିଟ୍ ରହିବାକୁ ସକ୍ଷମ ହୋଇପାରୁ। ଏମିତିରେ ଆଜି ଆମେ ଆପଣଙ୍କ ପାଇଁ ପନିର ପରଟା ରେସିପି ନେଇକି ଆସିଛୁ। ଏହି ଜଳଖିଆ ସ୍ୱାଦିଷ୍ଟ ହେବା ସହିତ ଶରୀର ପାଇଁ ଲାଭଦାୟକ ମଧ୍ୟ ହୋଇଥାଏ। ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବା ପନିର ପରଟା।

ଅଟା – ୨ କପ୍

ସିଝା ଆଳୁ – ୨ଟା

ପନିର ଗ୍ରେଟେଡ୍ – ୧ କପ୍

କଞ୍ଚା ଲଙ୍କା କଟା – ୩ଟି

ଅଦା ଗ୍ରେଟେଡ୍ – ୧ ଚାମଚ

କଟା ସବୁଜ ଧନିଆ ପତ୍ର – ୨ ଚାମଚ

ଶୁଖିଲା ଲଙ୍କା – ଅଧା ଛୋଟ ଚାମଚ

ଗରମ ମସଲା – ଅଧା ଛୋଟ ଚାମଚ

ଜିରା ପାଉଡର – ୧ ଛୋଟ ଚାମଚ

ଆମଚୁର ପାଉଡର – ୧ ଛୋଟ ଚାମଚ

ଲୁଣ ସ୍ୱାଦ ଅନୁସାରେ

ଆବଶ୍ୟକ ଅନୁସାରେ ତେଲ

ପ୍ରସ୍ତୁତି ପ୍ରଣାଳୀ

-ପନିର ପରଟା ବନାଇବା ପାଇଁ ପ୍ରଥମେ ଏକ ପାତ୍ରରେ ଅଟା ନିଅନ୍ତୁ। ଏଥିରେ ଅଳ୍ପ ଲୁଣ ଏବଂ ପାଣି ଦେଇ ଚକଡ଼ନ୍ତୁ। ଧ୍ୟାନ ରଖିବେ କି, ଅଟା ଚକଡ଼ା ଯେପରି ନରମ ରହିବ। ବର୍ତ୍ତମାନ ଅଟା ଉପରେ ତେଲ ଲଗାଇ ଏହାକୁ ଏକ ଓଦା କପଡ଼ାରେ ଘୋଡ଼ାଇ ରଖନ୍ତୁ। ଅନ୍ୟ ଏକ ପାତ୍ର ନେଇ ଗ୍ରେଟେଡ୍ ପନିର୍, ଆଳୁ, ଧନିଆ ପତ୍ର, ଜିରା ପାଉଡର, ଧନିଆ ପାଉଡର, ଅଦା, ଲଙ୍କା, ଆମଚୁର ପାଉଡର ଏବଂ ଲୁଣ ସ୍ୱାଦ ଅନୁସାରେ ନେଇ ଭଲ ଭାବରେ ମିଶାଇ ଦିଅନ୍ତୁ। ଏବେ ଆପଣଙ୍କର ଷ୍ଟଫ୍‌ ପ୍ରସ୍ତୁତ ହୋଇଗଲା।

-ବର୍ତ୍ତମାନ ଅଟା ଦଳାକୁ ନେଇ ପୁଣିଥରେ ଚକଡ଼ନ୍ତୁ ଏବଂ ଛୋଟ ଛୋଟ ଗୁଳା କରନ୍ତୁ। ରୁଟି ଭଳି ବେଲି ମଝିରେ ଆପଣଙ୍କ ହିସାବରେ ପୂର ରଖନ୍ତୁ ଏବଂ ଚାରିପାଖକୁ ବନ୍ଦ କରି ଦିଅନ୍ତୁ। ଏବେ ଏହାକୁ ହାଲୁକା କରି ବେଲନ୍ତୁ। ଆପଣ ଚାହିଁଲେ ଏହାକୁ ନିଜ ହାତରେ ଚେପ୍‌ଟା କରି ପାରିବେ।

-ଏବେ ଏକ ତାଓ୍ଵାକୁ ମଧ୍ୟମ ଆଞ୍ଚରେ ରଖି ଗରମ କରନ୍ତୁ। ଯେତେବେଳେ ତାଓ୍ଵା ଗରମ ହୋଇଯିବ, ତ ପରଟା ପକାଇ ସେକନ୍ତୁ। ପରଟାର ଉଭୟ ପାର୍ଶ୍ୱରେ ତେଲ ଲଗାଇ ଗୋଲ୍ଡେନ ବ୍ରାଉନ ହେବା ପର୍ଯ୍ୟନ୍ତ ସେକି ଚାଲନ୍ତୁ। ଏହିପରି ସମସ୍ତ ପରଟାକୁ ଗୋଟିଏ ଗୋଟିଏ କରି ପ୍ରସ୍ତୁତ କରି ନିଅନ୍ତୁ। ଜଳଖିଆ ପାଇଁ ଏବେ ଆପଣଙ୍କର ସ୍ୱାଦିଷ୍ଟ ପରଟା ପ୍ରସ୍ତୁତ ହୋଇଗଲା। ଏହାକୁ ଆଚାର, ଚଟଣୀ, ଟମାଟୋ ସସ୍ କିମ୍ବା ଦହି ସହିତ ସର୍ଭ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.